ପ୍ରଥମ ଥର ପାଇଁ ରୋଷେଇ କଲେ ଆଲିଆ ଭଟ୍ଟ, ବିବାହ ପରେ ଭାଇରାଲ ହେଉଛି ଭିଡିଓ

ବିବାହ ପରେ ନିଜ ନିଜ କାମକୁ ଫେରିଛନ୍ତି ବଲିଉଡ୍‌ର କ୍ୟୁଟ୍‌ କପଲ ଆଲିଆ ଭଟ୍ଟ ଓ ରଣବୀର କପୁର। ଆଲିଆ-ରଣବୀରଙ୍କ ବିବାହ ଏବେ ଲାଇମ୍‌ ଲାଇଟ୍‌ରେ ରହିଛି। ଏବେ ଶାଶୁ ଘରେ ଆଲିଆ ବୈବାହିକ ଜୀବନ ଉପଭୋଗ କରୁଛନ୍ତି। ଆଲିଆ ଭଟ୍ଟ ବିବାହ ପରେ ଶାଶୁ ଘରେ କେମିତି ଚଳୁଛନ୍ତି, ତାହା ଜାଣିବାକୁ ଫ୍ୟାନ୍‌ଙ୍କ ମଧ୍ୟରେ ବି ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଆଲିଆଙ୍କର ରୋଷେଇ କରୁଥିବା ବେଳର ଭିଡିଓ ଖୁବ୍‌ ଭାଇରାଲ ହେଛଛି। ସେ ଏକ ସ୍ପେଶାଲ୍‌ ଡିସ୍‌ ତିଆରି କରି ଘର ଲୋକଙ୍କୁ ଖାଇବାକୁ ଦେଉଛନ୍ତି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ତେବେ ପ୍ରଥମ ଥର ପାଇଁ ରୋଷେଇ ଘରେ ପାଦ ଦେଇ ନାହାନ୍ତି ଆଲିଆ ଭଟ୍ଟ। ପୂର୍ବରୁ ବି ସେ ଅନେକ ଥର ରୋଷେଇ କରୁଥିବା ଭିଡିଓ ସେୟାର କରିଛନ୍ତି। କିନ୍ତୁ ବାହାଘର ପରେ ତାଙ୍କର ରୋଷେଇ ଭିଡିଓ ଏବେ ଲାଇମ୍‌ ଲାଇଟ୍‌କୁ ଆସିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଆଲିଆ ରୋଷେଇ ଘରେ କାଜୁଆଲ ଲୁକ୍‌ରେ ଅଛନ୍ତି। ସେ ଗ୍ୟାସ୍‌ରେ ଥୁଆ ହୋଇଥିବା ଏକ କଡ଼େଇକୁ ବାମ ହାତରେ ଧରିଥିବା ବେଳେ ଡାହାଣ ହାତରେ ତାହାକୁ ପିଠା ଖଡ଼ିକାରେ ଘାଣ୍ଟୁଛନ୍ତି।

ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ଏହାକୁ ଖୁବ୍‌ ପ୍ରଶଂସା କରୁଥିବା ଦେଖାଯାଇଛି। ତେବେ ରୋଷେଇ ଘରେ ଆଲିଆଙ୍କ ସହ ସେଫ୍‌ ବି ଠିଆ ହୋଇଥିବା ନଜର ଆସିଛନ୍ତି।

ଦେଖନ୍ତୁ ଭିଡିଓ:

Video Credit: Youtube

ସୂଚନାଯୋଗ୍ୟ ଯେ ଆଲିଆ ଏହି ଭିଡିଓରେ ନିଜ ହାତରେ ଏକ ଖାସ୍‌ ତରକାରୀ ତିଆରି କରିଛନ୍ତି, ଯାହାକୁ zucchini ଅର୍ଥାତ୍‌ ତୁରଇ ତରକାରୀ ବୋଲି କୁହାଯାଏ। ଏହା ଛଚିନ୍ଦ୍ରା ଭଳି ଏକ ପରିବାର ତରକାରୀ। ଭିଡିଓରେ ଦେଖାଯାଇଛି ଯେ ଯେତେବେଳେ ଆଲିଆ ଭଟ୍ଟ ନିଜ ରୋଷେଇ ସାରୁଛନ୍ତି, ସେ ତୁରନ୍ତ ପାଖରେ ଥିବା ସେଫ୍‌ ଓ କୁକ୍‌ଙ୍କୁ ତାହାକୁ ଚଖାଉଛନ୍ତି। ସେଫ୍‌ ମଧ୍ୟ ଆଲିଆଙ୍କ ପ୍ରଶଂସା କରୁଥିବା ନଜର ଆସିଛନ୍ତି।

ସୂଚନା ଯୋଗ୍ୟ ଯେ ବାନ୍ଦ୍ରା ଅଞ୍ଚଳରେ ଥିବା ବାସ୍ତୁ ବିଲ୍ଡିଂରେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବଲିଉଡ୍‌ର ଏହି କପଲ୍‌ ବିଗତ ୫ ବର୍ଷ ଧରି ପରସ୍ପରକୁ ଡେଟ୍‌ କରି ଆସୁଥିଲେ। ଦୁଇଜଣ ପାରମ୍ପରିକ ପଞ୍ଜାବୀ ଷ୍ଟାଇଲରେ ବିବାହ କରିଥିଲେ। ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ବିବାହରେ ନୀତୁ କପୁର, ସୋନି ରାଜଦାନ, ଶାହୀନ ଭଟ୍ଟ, ରିଦ୍ଧିମା କପୁର, କରୀନା କପୁର, ରିମା ଜୈନ, ରଣବୀର କପୁର, ରାହୁଲ ଭଟ୍ଟ, କରଣ ଜୋହର, ମହେଶ ଭଟ୍ଟ ପ୍ରମୁଖ ସାମିଲ ଥିଲେ। ସମସ୍ତେ ପିଙ୍କ୍‌ ରଙ୍ଗର ସୁଟ୍‌ ଡ୍ରେସ ପିନ୍ଧିଥିଲେ।

Also Read: ଜାଣନ୍ତୁ, ଆଜି ଆପଣଙ୍କ ସହରର ପେଟ୍ରୋଲ ଓ ଡିଜେଲ ଦାମ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.