ଆଲିଆ ଭଟ୍ଟ ଖୋଲିଲେ ନିଜ ସେକ୍ସ ଲାଇଫ୍‌ର ଗୁମର, କହିଦେଲେ ଏତେ ବଡ଼ କଥା!

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଆକ୍ଟିଂ ଏବଂ ସୌନ୍ଦର୍ଯ୍ୟ ପାଇଁ ବି-ଟାଉନ୍‌ରେ ବେଶ୍‌ ଲୋକପ୍ରିୟ। ସେ ବଲିଉଡ୍‌ର ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯିଏ ନିଜ ହୃଦୟର କଥାକୁ ବିନା ଭୟରେ ସମସ୍ତଙ୍କ ସାମ୍ନାରେ ଆଣିବାକୁ ସାହସ ରଖନ୍ତି। ମିଡିଆ ରିପୋର୍ଟ ମୁତାବକ, ଏକ ଇଣ୍ଟରଭ୍ୟୁରେ ଆଲିଆ ନିଜ ସେକ୍ସ ଲାଇଫ୍‌ ଏବଂ ନିଜ ପସନ୍ଦର ସେକ୍ସ ପୋଜିସନ ବିଷୟରେ ଖୁଲାସା କରିଥିଲେ।

ରିପୋର୍ଟ ମୁତାବକ, ଏକ ପୁରୁଣା ଇଣ୍ଟରଭ୍ୟୁରେ ଆଲିଆ ଭଟ୍ଟ ଖୁଲାସା କରିଥିଲେ କି, ତାଙ୍କ ପସନ୍ଦର ସେକ୍ସ ପୋଜିସନ ହେଉଛି ‘ମିଶନରୀ’। ଭୋଗ୍‌ ସହିତ ଏକ ଇଣ୍ଟରଭ୍ୟୁରେ ଆଲିଆ ଏହି କଥା ସେୟାର କରିଥିଲେ। କହି ରଖୁଛୁ ଯେ ଆଲିଆ ଭଟ୍ଟ ୧୪ ଏପ୍ରିଲ ୨୦୨୨ରେ ରଣବୀର କପୁରଙ୍କୁ ବିବାହ କରିଥିଲେ। ଉଭୟ ରଣବୀରଙ୍କ ଘର ବାସ୍ତୁରେ ନିଜର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ପରେ ଜୁନ୍‌ରେ ଆଲିଆ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରେଗ୍‌ନାନ୍ସି ବିଷୟରେ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଆଲିଆ ଓ ରଣବୀର ୬ ନଭେମ୍ବରରେ ଏକ ସୁନ୍ଦର ଶିଶୁକନ୍ୟାକୁ ସ୍ୱାଗତ କରିଛନ୍ତି। ଦୁଇଜଣ ଝିଅର ନାମ ‘ରାହା’ ରଖିଛନ୍ତି।

ଆଲିଆ ଓ ରଣବୀରଙ୍କ ଓ୍ଵାର୍କଫ୍ରଣ୍ଟ ଦେଖିଲେ, ସେମାନେ ଶେଷ ଥର ଅୟାନ ମୁଖାର୍ଜୀଙ୍କ ମଲ୍ଟିଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ନଜର ଆସିଥିଲେ। ବହୁତ ଜଲ୍‌ଦି ଆଲିଆ କରଣ ଜୋହରଙ୍କ ଫିଲ୍ମ ‘ରକି ଔର୍‌ ରନିର ପ୍ରେମ୍‌ କାହାନୀ’ରେ ରଣବୀର ସିଂଙ୍କ ସହ ନଜର ଆସିବେ। ଏଥି ସହିତ ଆସନ୍ତା ବର୍ଷ ଆଲିଆଙ୍କ ପ୍ରଥମ ହଲିଉଡ୍‌ ଫିଲ୍ମ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ ମଧ୍ୟ ରିଲିଜ୍‌ ହେବ। ଏହା ବ୍ୟତୀତ ରଣବୀର କପୁର ଖୁବ୍‌ ଜଲ୍‌ଦି ଫିଲ୍ମ ‘ଆନିମଲ୍‌’ରେ ରଶ୍ମିକା ମନ୍ଦାନାଙ୍କ ସହିତ ଦେଖାଯିବେ। ଏହି ଫିଲ୍ମକୁ ସନ୍ଦୀପ ରେଡ୍ଡୀ ଓ୍ଵାଙ୍ଗା ନିର୍ଦ୍ଦେଶନା ଦେଉଛନ୍ତି।

 

View this post on Instagram

 

A post shared by Alia Bhatt 💛 (@aliaabhatt)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.