ଆଲିଆ ଭଟ୍ଟ ପାଳନ କଲେ ଥାର୍ଡ ମ୍ୟାରେଜ୍ ଆନିଭର୍ସରି, ରଣବୀରଙ୍କ ସହ ସେୟାର କଲେ ରେମାଣ୍ଟିକ୍ ଫଟୋ

ଆଲିଆ ଭଟ୍ଟ ଏବଂ ରଣବୀର କପୁର ନିକଟରେ ସେମାନଙ୍କ ବିବାହର ତିନି ବର୍ଷ ପାଳନ କରିଛନ୍ତି । ରଣବୀର-ଆଲିଆ ୧୪ ଏପ୍ରିଲ୍ ୨୦୨୨ରେ ବିବାହ କରିଥିଲେ । ଏହି ଦମ୍ପତିଙ୍କୁ ସେମାନଙ୍କର ଥାର୍ଡ ଆନିଭର୍ସରିରେ ସବୁଆଡୁ ଅଭିନନ୍ଦନ ମିଳିଥିଲା । ଆଲିଆ ଏକ ବହୁତ ସୁନ୍ଦର ଫଟୋ ସେୟାର କରି ରଣବୀରଙ୍କ ସହ ତାଙ୍କର ଥାର୍ଡ ମ୍ୟାରେଜ୍ ଆନିଭର୍ସରି ମଧ୍ୟ ପାଳନ କରିଛନ୍ତି । ଆଲିଆ ଇନଷ୍ଟାଗ୍ରାମରେ ରଣବୀରଙ୍କ ସହ ତାଙ୍କର ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଅନସୀନ୍ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ସମୁନ୍ଦ୍ର କୂଳର ଭ୍ୟାମେସନରେ ମଜ୍ଜା ନେଉଥିଲେ ।
ଏଥି ସହ ସୂର୍ଯ୍ୟାସ୍ତ ଆଲୋକରେ, ଆଲିଆ ରଣବୀରଙ୍କ କାନ୍ଧରେ ପ୍ରେମର ସହିତ ମୁଣ୍ଡ ରଖିଥିବାର ଦେଖାଯାଉଛି । ଏହି ସମୟରେ ରଣବୀର ଏକ ସେଲ୍ଫି ମଧ୍ୟ ନେଉଛନ୍ତି । ଏହି ପୋଷ୍ଟରେ ସବୁଠାରୁ ଅଧିକ ଲୋକଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିବା ଜିନିଷଟି ହେଉଛି ଆଲିଆଙ୍କ ଦୁଇ ଶବ୍ଦର ସୁନ୍ଦର କ୍ୟାପସନ୍ । ରଣବୀରଙ୍କ ସହ ଏହି ସୁନ୍ଦର ଫଟୋ ସେୟାର କରି ଆଲିଆ କ୍ୟାପସନରେ ଲେଖିଛନ୍ତି – ‘‘ ଘର, ସବୁବେଳେ । #Happy3″
ଆଲିଆ ଭଟ୍ଟ ଏହି ଫଟୋ ସେୟାର କରିବା ମାତ୍ରେ ଏହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଗଲା । କପୁର ପରିବାରର ଅନେକ ସଦସ୍ୟ ମଧ୍ୟ ଏହି ପୋଷ୍ଟରେ ପ୍ରତିକ୍ରିୟା ପ୍ରକାଶ କରି ଏହି ଦମ୍ପତ୍ତିଙ୍କ ଉପରେ ବହୁତ ପ୍ରେମ ଦେଖାଇଛନ୍ତି । ଆଲିଆଙ୍କ ଶାଶୁ ଏବଂ ଅଭିନେତ୍ରୀ ନୀତୁ କପୁର ଏହି ଫଟୋରେ ଇମୋଜି ମାଧ୍ୟମରେ ତାଙ୍କର ପ୍ରେମ ପ୍ରକାଶ କରିଛନ୍ତି । ଏହି ସମୟରେ, ସୋନି ରାଜଦାନ ମଧ୍ୟ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଏହା ବ୍ୟତୀତ, କରୀନା କପୁର ଖାନ୍, ରିଆ କପୁର, ସବା ପଟୌଦି ଏବଂ ସିଦ୍ଧାର୍ଥ ପି ମଲହୋତ୍ରା ମଧ୍ୟ ମନ୍ତବ୍ୟ ଦେଇ ଦମ୍ପତିଙ୍କୁ ସେମାନଙ୍କର ଥାର୍ଡ ମ୍ୟାରେଜ୍ ଆଜିଭର୍ସରିରେ ଅଭିନନ୍ଦନ ଜଣାଇଛନ୍ତି ।
ରଣବୀର କପୁର ଏବଂ ଆଲିଆ ଭଟ୍ଟ ୧୪ ଏପ୍ରିଲ ୨୦୨୨ରେ ବିବାହ କରିଥିଲେ । ଯାହାର କିଛି ସମୟ ପରେ ଆଲିଆ ତାଙ୍କ ଗର୍ଭବତୀ ହେବାର ଘୋଷଣା କରିଥିଲେ । ଦୁହେଁ ଆୟନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର: ପାର୍ଟ ୧ ଶିବା’ ରେ ଏକାଠି ନଜର ଆସିଛନ୍ତି ଏବଂ ଏବେ ସେମାନେ ପୁଣି ଥରେ ସଞ୍ଜୟ ଲୀଲା ବଂଶାଲିଙ୍କ ‘ଲଭ୍ ଆଣ୍ଡ୍ ୱାର୍’ରେ ଏକାଠି ନଜର ଆସିବେ । ଯେଉଁଥିରେ ତାଙ୍କ ସହ ବିକି କୌଶଲ ମଧ୍ୟ ଅଭିନୟ କରିବେ । ଏହା ବ୍ୟତୀତ, ଉଭୟ ଆୟନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର ୨’ ରେ ମଧ୍ୟ ଏକାଠି ନଜର ଆସିବେ । ଯେଉଁଥିରେ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିପାରିବେ ବୋଲି ଜଣାପଡ଼ିଛି ।