ସରିଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ, ଜାଣନ୍ତୁ କେବେ ହେବ ରିଲିଜ

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁଚର୍ଚ୍ଚିତ ଫିଲ୍ମ ବ୍ରହ୍ମାସ୍ତ୍ରକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି। ବହୁଦିନ ଧରି ଏହି ଫିଲ୍ମର ସୁଟିଂ ଚାଲିଛି। ଗତକିଛି ଦିନ ତଳେ ରଣବୀର ଏବଂ ଆଲିଆ ବାରଣାସୀରେ ଏହି ଫିଲ୍ମର ସୁଟିଂ କରୁଥିବା ନଜର ଆସିଥିଲେ। ନିକଟରେ ଫିଲ୍ମର ପ୍ରଯୋଜକ କରନ ଜୋହର ଏକ ପୋଷ୍ଟ ସୋସିଆଲ ମିଡିଆରେ କରିଥିଲେ।, ଯେଉଁଥିରେ ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂ ଶେଷ ହୋଇଛି ବୋଲି ଜଣାଇଥିଲେ।

କରନ ପୋଷ୍ଟ କରି ଲେଖିଛନ୍ତି, ‘ଅଦ୍ଭୁତ, ରୋମାଞ୍ଚକ, ଅଧିକ ପରିଶ୍ରମ, ସମର୍ପଣ ଏବଂ ଭଲପାଇବା ଯାତ୍ରାର ଶେଷ ହୋଇଛି। ସେହିପରି ଆଲିଆ ଫିଲ୍ମର ସୁଟିଂ ଶେଷ ହେବା ପରେ ନିଜ ଇନଷ୍ଟା ଆକାଉଣ୍ଟରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ଆମେ ୨୦୧୮ରେ ଏହି ଫିଲ୍ମର ସୁଟିଂ କରିଥିଲୁ ଏବଂ ବ୍ରହ୍ମାସ୍ତ୍ର ପାର୍ଟ ୧ର ସୁଟିଂ ଶେଷ ହୋଇ ଯାଇଛି। ଦେଖାହେବା ସିନେମାଘରେ ୯.୯.୨୦୨୨।

ପ୍ରଥମ ଥର ପାଇଁ ଏହି ଫିଲ୍ମରେ ନଜର ଆସିବେ ରଣବୀର ଏବଂ ଆଲିଆ। ଏମାନଙ୍କ ଛଡା ଏହି ଫିଲ୍ମରେ ଅମିତାଭ ବଚ୍ଚନ , ମୌନୀ ରାୟ, ନାଗାର୍ଜୁନ ଭଳି କଳାକାର ରହିଛନ୍ତି। ଫିଲ୍ମଟି ୫ଟି ଭାଷାରେ ରିଲିଜ ହେବ। ତେଲୁଗୁ, ହିନ୍ଦୀ, ମଲାୟାଲମ, କନ୍ନଡ ଏବଂ ତାମିଲରେ ରିଲିଜ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.