ମନୋରଂଜନ

ରଣବୀର-ଆଲିଆଙ୍କ ପାଇଁ ଦାମୀ ଗିଫ୍ଟ ପଠାଇଛନ୍ତି ଏକ୍ସ ଗାର୍ଲଫ୍ରେଣ୍ଡ୍‌ ଦୀପିକା, କ୍ୟାଟ୍ରିନା; ସିଦ୍ଧାର୍ଥ ମାଲହୋତ୍ରା ବି ପଠାଇଲେ ଲଗ୍‌ଜ୍ୟୁରୀ ଉପହାର

ନିକଟରେ ଶେଷ ହୋଇଛି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ। ଏପ୍ରିଲ ୧୪ରେ ପରସ୍ପରର ହାତ ଧରିଛନ୍ତି ଏହି ପ୍ରେମୀ ଯୁଗଳ। ଆଲିଆ ଓ ରଣବୀରଙ୍କ ବିବାହରେ କେବଳ କିଛି ନିକଟତମ ବନ୍ଧୁ, ପରିବାର ବର୍ଗ ଓ ସାଙ୍ଗସାଥୀ ହିଁ ଉପସ୍ଥିତ ଥିଲେ। ଅନ୍ୟ ସେଲିବ୍ରିଟିମାନେ ରିସେପସନ୍‌ ପାର୍ଟିରେ ଯୋଗ ଦେଇ ଏହି ନବ ବିବାହିତ ଯୋଡ଼ିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ବିବାହ ବେଳେ ଆଲିଆ ଓ ରଣବୀରଙ୍କୁ ଅନେକ ଦାମୀ ଗିଫ୍ଟ ମିଳିଛି। ଆସନ୍ତୁ ଜାଣିବା କେଉଁ ସେଲିବ୍ରିଟି ଏହି ଯୋଡ଼ିଙ୍କୁ କି ଗିଫ୍ଟ ଦେଇଛନ୍ତି…

ରିପୋର୍ଟ ମୁତାବକ, ଏକ ସମୟରେ ରଣବୀରଙ୍କ ଗାର୍ଲଫ୍ରେଣ୍ଡ ଥିବା ଦୀପିକା ପାଦୁକୋନ୍‌ ଓ କ୍ୟାଟ୍ରିନା କୈଫ୍‌ ଆଲିଆ ଭଟ୍ଟଙ୍କୁ ଦାମୀ ଗିଫ୍ଟ ଉପହାରରେ ଦେଇଛନ୍ତି। କେବଳ ଏମାନେ ନୁହେଁ, ଇଣ୍ଡଷ୍ଟ୍ରୀର ଅନ୍ୟ ସେଲିବ୍ରିଟିମାନେ ବି ଏହି ନବ ଦମ୍ପତିଙ୍କୁ ଦାମୀ ଗିଫ୍ଟ ଦେଇଛନ୍ତି।

ଦୀପିକା ପାଦୁକୋନ୍‌ ଚୋପାର୍ଡ ବ୍ରାଣ୍ଡର ଏକ ଘଣ୍ଟା ଆଲିଆ ଭଟ୍ଟଙ୍କୁ ଉପହାରରେ ଦେଇଛନ୍ତି। ପ୍ରକାଶ ଯେ ଦୀପିକା ପାଦୁକୋନ୍‌ ହେଉଛନ୍ତି ଚୋପାର୍ଡର ବ୍ରାଣ୍ଡ୍‌ ଆମ୍ବାସାଡର। ଏହି ଘଣ୍ଟାର ଦାମ୍‌ ପାଖାପାଖି ୧୫ ଲକ୍ଷ ଟଙ୍କା ହେବ। ସେହିପରି କ୍ୟାଟ୍ରିନା କୈଫ୍‌ ମଧ୍ୟ ଆଲିଆ ଭଟ୍ଟଙ୍କୁ ଏକ ପ୍ଲାଟିନମ୍‌ ବ୍ରେସଲେଟ୍‌ ଗିଫ୍ଟ କରିଛନ୍ତି, ଯାହାର ଦାମ୍‌ ୧୪.୫ ଲକ୍ଷ ବୋଲି କୁହାଯାଉଛି।
କେବଳ ଦୀପିକା ଓ ରଣବୀର ନୁହେଁ, ବରଂ ଇଣ୍ଟରନ୍ୟାସନାଲ ସେଲିବ୍ରିଟି ପ୍ରିୟଙ୍କା ଚୋପ୍ରା ମଧ୍ୟ ଆଲିଆ ଭଟ୍ଟଙ୍କ ପାଇଁ ଗିଫ୍ଟ ପଠାଇଛନ୍ତି। ପ୍ରିୟଙ୍କା ଆଲିଆଙ୍କୁ ଏକ ଡାଇମଣ୍ଡ ନେକଲେସ୍‌ ପଠାଇଛନ୍ତି, ଯାହାର ଦାମ୍‌ ୯ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

ଦୀର୍ଘ ଦିନ ଧରି ଆଲିଆ ଭଟ୍ଟଙ୍କ ବୟଫ୍ରେଣ୍ଡ୍‌ ରହି ଆସିଥିବା ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ଆଲିଆଙ୍କୁ ଏକ ଲଗ୍‌ଜ୍ୟୁରୀ ହ୍ୟାଣ୍ଡ୍‌ ବ୍ୟାଗ୍‌ ଗିଫ୍ଟ କରିଛନ୍ତି। ଯାହାର ଦାମ୍‌ ୩ ଲକ୍ଷ ହେବ। ସେହିପରି ଆଲିଆ ଭଟ୍ଟଙ୍କ ସାଙ୍ଗ ବରୁଣ ଧଓ୍ଵନ ତାଙ୍କୁ ଏକ ଗୁଚୀ ବ୍ରାଣ୍ଡର ସାଣ୍ଡେଲ ଗିଫ୍ଟ କରିଛନ୍ତି, ଯାହାର ଦାମ୍‌ ପାଖାପାଖି ୪ ଲକ୍ଷ ହେବ।

Also Read: ଚୀନ୍‌ରେ ସଂହାରଲୀଳା ଆରମ୍ଭ କଲାଣି କରୋନା, ସାଂଘାଇ ସହରରେ ପ୍ରଥମ ଥର ପାଇଁ ୩ ଜଣଙ୍କ ମୃତ୍ୟୁ

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago