ରଣବୀରଙ୍କୁ ନେଇ ଏଭଳି କିଛି ବୟାନ୍ ଦେଲେ ଆଲିୟା ! ଭାଙ୍ଗିପାରେ ଉଭୟଙ୍କ ସଂପର୍କ

alia bhatt and ranbir kapoorପ୍ରେମ, ବିବାହ ଏବଂ ବିଛେଦକୁ ନେଇ ସବୁବେଳେ ଚର୍ଚ୍ଚାରେ ବି -ଟାଉନ୍ ସେଲିବ୍ରିଟି । ଆଜି କାହାର ପ୍ରେମକୁ ନେଇ ଖବର ତ କାଲି କାହାର ବିବାହ ଆଉ ତାପରେ ବିଛେଦ । ତେବେ କିଛି ଦିନ ହେବ ଆଲିୟା ଏବଂ ରଣବୀରଙ୍କ ସଂପର୍କ ପାଲଟିଛି ଗଣମାଧ୍ୟମର ମୁଖ୍ୟଖବର । ପ୍ରଥମେ ଉଭୟଙ୍କ ଲଭ୍ ଷ୍ଟୋରୀ ଆଉ ପରେ ଉଭୟ ଖୁବ୍ ଶୀଘ୍ର ବିବାହ କରିପାରନ୍ତି ବୋଲି ଖବର ଆସିଥିଲା । କିନ୍ତୁ ଏହା ଭିତରେ ଆସିଛି ଆଉ ଏକ ଖବର । ରଣବୀରଙ୍କ ସହ ନିଜ ସଂପର୍କକୁ ନେଇ ଏମିତି କିଛି ବୟାନ୍ ଦେଇଛନ୍ତି ଆଲିୟା ଯାହାକୁ ଶୁଣିଲେ ନା କେବଳ ରଣବୀର ବରଂ ପ୍ରଶଂସକମାନଙ୍କ ମନ ଭାଙ୍ଗିଯିବ ।

ଆଲିୟାଙ୍କ ଏହି ବୟାନ୍ ନିଶ୍ଚିତ ଭାବରେ ରଣବୀରଙ୍କୁ ଝଟକା ଦେଇପାରେ । ଏକ ସାକ୍ଷାତକାରରେ ଯେତେବେଳେ ଆଲିୟାଙ୍କୁ ରଣବୀରଙ୍କ ସହ ସଂପର୍କକୁ ନେଇ ପ୍ରଶ୍ନ ପଚରାଗଲା ଯେଉଁଥିରେ ସେ ଦେଇଥିବା ଉତ୍ତର ଆପଣଙ୍କ ନିଶ୍ଚୟ ଆଶ୍ଚର୍ୟ୍ୟ କରିବ । ଆଲିୟା କହିଛନ୍ତି , ’ସତ ଯୋଗୁଁ ମୁଁ କେବେ ଚିନ୍ତିତ ହୋଇ ନାହିଁ । ଠିକ୍ ସେମିତି ମିଛ ମଧ୍ୟ କେବେ ପ୍ରଭାବିତ କରିପାରିବ ନାହିଁ । ଲିଙ୍କଅପର ଖବର ଲୋକଙ୍କ ସହ ମୋ ସଂପର୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆମେ ମାନେ ଏହି ସବୁ ଘଟଣା ସହ ଅଭ୍ୟସ୍ତ । ବହୁତ ଲୋକ ବହୁତ କିଛି ଆପଣଙ୍କ ବିଷୟରେ କୁହନ୍ତି । କିନ୍ତୁ ଏସବୁ ଦ୍ବାରା ଆପଣ ପ୍ରଭାବିତ ହେବା ଉଚିତ୍ ନୁହେଁ ’।

ଆଲିୟାଙ୍କ ଏହି ବୟାନ୍ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ୟ ଜନକ । କାରଣ ଯେଉଁଠି ରଣବୀର ଏହି ସଂପକର୍କୁ ନେଇ ଅନେକ ଥର ଖୋଲିକି କହିଥିବା ବେଳେ ଆଲିୟା କିନ୍ତୁ ଚୁପ୍ ଅଛନ୍ତି । ଏକ ସାକ୍ଷାତକାରରେ ରଣବୀର କହିଥିଲେ ଏବେ ସବୁକିଛି ନୂଆ ଅଛି । ତେଣୁ ଏହା ବିଷୟରେ କହିବା ଏବେ ଠିକ୍ ହେବ ନାହିଁ । ଏହା ପରେ ରଣବୀରଙ୍କ ପରିବାର ସହ ଆଲିୟାଙ୍କ ସାକ୍ଷାତ ଅନେକ କିଛି ଇସାରା କରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.