ହଲିଉଡରେ କାମ କରିବାକୁ ଚାହୁଁଛନ୍ତି ଆଲିଆ ଭଟ୍ଟ

ବଲିଉଡ ନୁହେଁ ବରଂ ହଲିଉଡରେ ଏବେ କାମ କରିବାକୁ ଚାହଁଛନ୍ତି ମିସ୍ କ୍ୟୁଟି ଆଲିଆ ଭଟ୍ଟ । ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇବା ପରେ ଏବେ ହଲିଉଡରେ କାମ କରିବାକୁ ମନବଳାଇଛନ୍ତି ଏହି କ୍ୟୁଟି ନାୟିକା । ନିଜର ନଟଖଟି କ୍ୟୁଟି ଅନ୍ଦାଜରେ ଦର୍ଶକଙ୍କୁ ଘାଇଲା କରିଥିବା ଆଲିଆଙ୍କ ଏବେ ବଲିଉଡ ଛାଡି ହଲିଉଡରେ ପାଦ ଥାପିବାକୁ ଇଚ୍ଛାପ୍ରକାଶ କରିଛନ୍ତି । ନିଜ ଅଭିନୟକୁ ଜାତୀୟ ସ୍ତରର୍ ସମସ୍ତେ ପସନ୍ଦ କରୁଥିବା ବେଳେ ଏବେ ନିଜର ପ୍ରତିଭାକୁ ଅନ୍ତର୍ଜାତୀୟ ସ୍ତରରେ ଦେଖାଇବାକୁ ଚାହୁଁଛନ୍ତି ମିସ କ୍ୟୁ଼ଟି । ପ୍ରମୁଖ ଏଜେନ୍ସି WME ସହ ଏକ କଣ୍ଟ୍ରାକ୍ଟ ସାଇନ କରିଥିବା ଜଣାପଡିଛି । ଗଣମାଧ୍ୟମ ସୂଚନା ଅନୁଯାଇ ଏବେ ହଲିଉଡରେ ସୁଯୋଗ ପାଇଁ ଆଲିଆ ଅପେକ୍ଷା କରିଥିବା ଜଣାପଡିଛି ।

Alia Bhatt

ତେବେ ଯଦି ଏହି ରିପୋର୍ଟ ସତ ହୁଏ ତେବେ ଅମିତା ବଚ୍ଚନ, ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକନଙ୍କ ଭଳି ଆଲିଆଙ୍କ ନା ମଧ୍ୟ ଯୋଡି ହୋଇଯିବ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଭା ଦେଖାଇଥିବା ସେହି ଟେୟାଲେଣ୍ଟେଡ କଳାକାରଙ୍କ ନାମରେ । Student Of The year ରୁ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଆଲିଆ ଗଲିବୟ, କଲଙ୍କ, ଜିନ୍ଦେଗି ନାମିଲେ ଦୋ ବାରା ଏମିତି ଅନେକ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ପ୍ରତ୍ୟେକ ଯୁବପିଢି ମନରେ ଘର ବନାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.