Heart Of Stone ର ପ୍ରଥମ ଲୁକ୍ ସେୟାର କଲେ ଆଲିଆ ଭଟ୍ଟ, ଉତ୍ସାହିତ ପ୍ରଶଂସକ

ଆଲିଆ ଭଟ୍ଟ ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ନିଜର ପ୍ରଥମ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ ପ୍ରଥମ ଲକ୍ ସେୟାର କରିଛନ୍ତି। ଏଥିରେ ସେ ଗାଲ୍ ଗାଡୋଟ୍ ଏବଂ ଜାମି ଡର୍ନାନଙ୍କ ସହିତ ଅଭିନୟ କରିଛନ୍ତି। ତାଙ୍କର ଏହି ଆଗାମୀ ଆକ୍ସନ୍ ଥ୍ରୀଲର ଫିଲ୍ମ ନେଟଫ୍ଲିକ୍ସରେ ପ୍ରଥମ ଟ୍ରେଲର ମୁକ୍ତିଲାଭ କରିଛି। ନେଟଫ୍ଲିକ୍ସ ଗ୍ଲୋବାଲ୍ ଫ୍ୟାନ୍ ଇଭେଣ୍ଟ ସମୟରେ ଏହି ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମର ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରକରିଥିଲା।

ଯେତେବେଳେ ଆଲିଆ ଭଟ୍ଟ ଇନଷ୍ଟାଗ୍ରାମରେ ହାର୍ଟ ଅଫ୍ ଷ୍ଟୋନର ପ୍ରଥମ ଲୁକ୍ ସେୟାର କରିଥିଲେ, ପ୍ରଶଂସକମାନେ ବହୁତ୍ ଉତ୍ସାହିତ ହୋଇଥିଲେ। ଅନେକ ଲୋକ ଆଲିଆଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ମନ୍ତବ୍ୟ ଦେଇଥିବାବେଳେ ଅନ୍ୟମାନେ ନେଟଫ୍ଲିକ୍ସ ୟୁଟ୍ୟୁବ୍ ଭିଡିଓକୁ ଦେଖି ପ୍ରଶଂସା କରିଥିଲେ। ଆଲିଆ ଭିଡିଓ ସହିତ ଲେଖିଛନ୍ତି, “ହାର୍ଟ ଅଫ୍ ଷ୍ଟୋନ୍ ଏବଂ କେୟାଙ୍କର ପ୍ରଥମ ଲୁକ୍। ୨୦୨୩ ରେ ନେଟଫ୍ଲିକ୍ସକୁ ଆସୁଛି।

Gal Gadot and alia
Picture credit -zee news

ଆଲିଆଙ୍କ ମା’ ସୋନି ରାଜଦାନ ମନ୍ତବ୍ୟ ଦେଇଛନ୍ତି, “ହେ ଫାବ !!! ଏହା ପ୍ରକୃତରେ ରୋମାଞ୍ଚକର ଦେଖାଯାଉଛି!” ଅଭିନେତା ଅର୍ଜୁନ କପୁର ଲେଖିଛନ୍ତି ଯେ ଏହା ଏକ ବଡ କଥା ..ଗର୍ବିତ।ପ୍ରଶଂସକମାନେ ମଧ୍ୟ ତାଙ୍କୁ ବହୁତ୍ ପ୍ରଶଂସା କରିଛନ୍ତି ଓ ଏହି ଫିଲ୍ମ ଦେଖିବା ପାଇଁ ଅପେକ୍ଷାରେ ଅଛନ୍ତି ବୋଲି କହିଛନ୍ତି। ତାଙ୍କର ଏହା ପ୍ରଥମ ହଲିଉଡ ଚଳଚ୍ଚିତ୍ର। ଯାହା ପାଇଁ ସେ ଖୁବ୍ ଗର୍ବିତ। ୨୦୨୨ ଓ ୨୦୨୩ ତାଙ୍କ ପାଇଁ ଖୁବ୍ ଶୁଭ ରହି ଆସିଛି ବୋଲି ସେ କହିଛନ୍ତି। ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟରରୁ ହାର୍ଟ ଅଫ୍ ଷ୍ଟୋନ୍ କରିବା ତାଙ୍କ ପାଇଁ ସହଜ ନଥିଲା କିନ୍ତୁ ସେ ଆଜି ନିଜ ଚଳଚ୍ଚିତ୍ର ଯାତ୍ରା ପାଇଁ ଖୁବ୍ ଗର୍ବିତ ଓ ଆଗକୁ ମଧ୍ୟ ସେ ଅଧିକ ଫିଲ୍ମ କରିବେ ବୋଲି ଆଶା କରିଛନ୍ତି। ତାଙ୍କୁ ଏହି ହଲିଉଡ୍ ଫିଲ୍ମ୍ କରିବା ସମୟରେ ଖୁବ୍ ସହାୟତା ମିଳିଥିବା ସେ କହିଛନ୍ତି। ତେବେ ଆଲି ବର୍ତ୍ତମାନ ମା’ ହେବାକୁ ଯାଉଛନ୍ତି ଯାହା ପାଇଁ ସେ ମଧ୍ୟ ଖୁବ୍ ଉତ୍ସାହିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.