ରଣବୀର କପୁରଙ୍କ ବାହୁ ବନ୍ଧନରେ ଆଲିଆ ଭଟ୍ଟ, ସାମ୍ନାକୁ ଆସିଲା କପଲଙ୍କ ରୋମାଣ୍ଟିକ୍ Unseen ଫଟୋ

ବଲିଉଡ୍ ଦୁନିଆରେ ଏମିତି ଅନେକ କପଲ ରହିଛନ୍ତି ଯେଉଁମାନେ ନିଜ ସମ୍ପର୍କକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ପସନ୍ଦ କରିନଥାନ୍ତି। ସେହିପରି ଆଉ କିଛି ଯୋଡ଼ି ନିଜ ରିଲେସନ୍ସିପ୍କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବି ଟାଉନ୍ର ପାଓ୍ଵାର କପଲ ଆଲିଆ ଭଟ୍ଟ ଓ ରଣବୀର କପୁର ମଧ୍ୟ ନିଜ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ଯାଏଁ ଏହି ଯୋଡ଼ି କେବେ ବି ମୁହଁ ଖୋଲି ନିଜ ସମ୍ପର୍କ ବିଷୟରେ କିଛି କହି ନାହାନ୍ତି। କିନ୍ତୁ ତାଙ୍କ ବଣ୍ଡିଂ ଦେଖିଲେ ସହଜରେ ବୁଝାପଡ଼େ ଯେ ଏମାନେ ପ୍ରେମରେ ଅଛନ୍ତି। ତେବେ ନିକଟରେ ଏହି ଯୋଡ଼ିଙ୍କର କେତେକ ଅନ୍ତରଙ୍ଗ ଫଟୋ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଦର୍ଶାଉଛି ଯେ ଏମାନେ ପରସ୍ପରକୁ କେତେ ଭଲ ପାଉଛନ୍ତି।
View this post on Instagram
ସୋସିଆଲ ମିଡିଆରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କର ଏକ ଫଟୋକୁ ତାଙ୍କ ସେଫ୍ ସେୟାର କରିଛନ୍ତି। ଫଟୋରେ ଦେଖାଯାଇଛି ଯେ ସେମାନେ ସେଲ୍ଫି ନେଉଛନ୍ତି। ଏହି ଫଟୋରେ ରଣବୀର ଆଲିଆଙ୍କ କାନ୍ଧରେ ହାତ ପକାଇଥିବା ଦେଖିବାକୁ ମିଳିଛି। ରଣବୀର ଯେଉଁ ଭଳି ଭାବେ ନିଜ ପ୍ରେମିକା ଆଲିଆଙ୍କୁ ହଗ୍ କରିଛନ୍ତି ସେଥିରୁ ସ୍ପଷ୍ଟ ହୋଇଛି ଯେ ଏମାନେ ପ୍ରେମରେ ଅଛନ୍ତି ଓ ଏମାନଙ୍କ ମଧ୍ୟରେ ଖୁବ୍ ମଜବୁତ ସମ୍ପର୍କ ଅଛି। ଫ୍ୟାନ୍ଙ୍କୁ ମଧ୍ୟ ରଣବୀର ଓ ଆଲିଆଙ୍କର ଏହି ରୋମାଣ୍ଟିକ୍ ପୋଜ୍ ଖୁବ୍ ପସନ୍ଦ ଆସିଛି।
ଫଟୋ ସେୟାର କରି ରଣବୀର ଓ ଆଲିଆଙ୍କ ରୋଷେଇୟା (ସେଫ୍) ଏମାନଙ୍କ ସହ କାମ କରିଥିବା ଯାତ୍ରାର ଅନୁଭୂତି ବାଣ୍ଟିଛନ୍ତି। ସେ ବେଶ୍ ଇମୋସନାଲ କ୍ୟାପ୍ସନ୍ ଲେଖିଛନ୍ତି। ସୋସିଆଲ ମିଡିଆରେ ଏହି କପଲଙ୍କ ଫଟୋ ଏବେ ଖୁବ୍ ଭାଇରାଲ ହେଉଛି। ପ୍ରକାଶ ଯେ ଉଭୟଙ୍କୁ ଖୁବ୍ଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବ।