ରିଲିଜ ହେଲା ଆଲିଆଙ୍କ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ଡାର୍ଲିଂସ’, ଶାହରୁଖଙ୍କ ସହିତ ଆଲିଆ କରୁଛନ୍ତି ପ୍ରଯୋଜନା

ଆଲିଆ ଭଟ୍ଟ ପ୍ରଡକ୍ସନର ପ୍ରଥମ ଫିଲ୍ମ ‘ଡାର୍ଲିଂସ’ ଟିଜର ରିଲିଜ ହେବାକୁ ପ୍ରସ୍ତୁତ ରହିଛି। ନେଟଫ୍ଲିକ୍ସ ଇଣ୍ଡିଆରେ ଆଜି ଫିଲ୍ମର ପ୍ରଥମ ଲୁକ୍‌ ଏବଂ ଟିଜର ଜାରି କରାଯାଇଛି। ଆଲିଆ ନିଜ ସୋସିଆଲ ମିଡିଆରେ ନିଜର ଲୁକ୍‌ ଏବଂ ଟିଜର ସେୟାର କରିଛନ୍ତି। ଯାହାକୁ ତାଙ୍କ ଫ୍ୟାନ୍ସ ବେଶ୍‌ ପ୍ରଶଂସା କରୁଛନ୍ତି। ଆଲିଆ ଟିଜର ସେୟାର କରି କ୍ୟାପସନ ମଧ୍ୟ ଲେଖିଛନ୍ତି ‘ଇଟସ୍‌ ଜଷ୍ଟ ଟିଜର ଡାର୍ଲିଂସ ..୫ ଅଗଷ୍ଟ କୋ ଆହା ରହା ହୈ#DarlingsOnNetflix’।

ଡାର୍ଲିଂସ ଫିଲ୍ମର ଟିଜର ଗୋଟେ ମିନିଟ୍‌ରୁ ଅଧିକ ରହିଛି। ଏହି ଫିଲ୍ମରେ ଆଲିଆ ଭଟ୍ଟ, ସେଫାଲୀ ଶାହ, ବିଜୟ ବର୍ମା, ରୋଶନ ମାର୍ଥ୍ୟୁ ପ୍ରମୁଖ ଭୂମିକାରେ ରହିଛନ୍ତି। ଟିଜର ଆରମ୍ଭରେ ଆଲିଆ ବେଙ୍ଗ ଏବଂ ବିଛାର କାହାଣୀ ଶୁଣାଉଥିବା ଦେଖିବାକୁ ମିଳିଛି। ଏହା ପରେ ସ୍କ୍ରିନରେ ଘଟଣାକ୍ରମର ଏକ ସିରିଜ ଚାଲୁଥିବା ନଜର ଆସିଛି।

ଟିଜର ଛଡା ନେଟଫ୍ଲିକ୍ସ ଇଣ୍ଡିଆରେ ଡାର୍ଲିଂସର ପ୍ରଥମ ଅଫିସିଆଲ ପୋଷ୍ଟର ଜାରି କରି କ୍ୟାପସନରେ ଲେଖାଯାଇଛି , ‘ କ’ଣ ଏକ ବେଙ୍ଗ ଏବଂ ବିଛା ସାଙ୍ଗ ହୋଇପାରିବେ ? ଡାର୍ଲିଂସ ୫ ଅଗଷ୍ଟକୁ ଦେଖନ୍ତୁ, କେବଳ ନେଟଫ୍ଲିକ୍ସରେ।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)


ସୂଚନାଯୋଗ୍ୟ, ଆଲିଆ ଏହା ଜରିଆରେ ପ୍ରଡ୍ୟୁସର ଭାବେ କ୍ୟାରିଅର ଆରମ୍ଭ କରିବାକୁ ଯାଉଚନ୍ତି। ଜସମିତ ରୀନଙ୍କ ଦ୍ୱାରା ନିର୍ଦ୍ଦେଶିତ, ଆଲିଆ ଭଟ୍ଟ, ଶାହରୁଖ ଖାନ ଏବଂ ଗୌରୀ ଖାନ ସହିତ ମିଶି ରେଡ ଚିଲ୍ଲିଜ ଏଣ୍ଟରଟେନମେଣ୍ଟ ସହିତ ଏହାର ପ୍ରଯୋଜନା କରୁଛନ୍ତି। ଫିଲ୍ମଟି ମୁମ୍ବାଇର ପୃଷ୍ଠଭୂମି ଉପରେ ଆଧାରିତ। ଏହା ଏକ ଡାର୍କ କମେଡି ରହିଛି। ଫିଲ୍ମରେ ସେଫାଳୀ ଆଲିଆ ଭଟ୍ଟଙ୍କ ମା’ ଭୂମିକାରେ ନଜର ଆସିଛନ୍ତି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ଆଲିଆ ଭଟ୍ଟ ମା’ ହେବା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି। ଆଲିଆ ଓ ରଣବୀର ଖୁବଶୀଘ୍ର ବାପା ମା ହେବାକୁ ଯାଉଛନ୍ତି। ଆଲିଆ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ। ଯାହା ପରେ ଆଲିଆଙ୍କୁ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। ଆଉ ସବୁଠାରୁ ବଡ କଥା ହେଲା, ଆଲିଆ ଗର୍ଭବତୀ ହେବା ଖୁସି ଖବର ଦେବା ପରେ ଇନଷ୍ଟାଗ୍ରାମର ଡିପି ବଦଳାଇଦେଇଛନ୍ତି।

ଆଲିଆ ଏବଂ ରଣବୀର ଦୁହେଁ ଏପ୍ରିଲ ୧୪ ତାରିଖରେ ବିବାହ କରିଥିଲେ। ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଳାକାର ଏବଂ ଅତିଥି ମଧ୍ୟ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.