ରଣବୀରଙ୍କ ସହ ପ୍ରେମ ସଂପର୍କକୁ ନେଇ ମୁହଁ ଖୋଲିଲେ ଆଲିଆ

ମୁମ୍ବାଇ : ପ୍ରେମ କେବେ ଲୁଚି ରୁହେନା। ବିଟାଉନରେ ସେମିତିରେ ମଧ୍ୟ ପ୍ରତି ଦିନ କାଳାକାରଙ୍କ ପ୍ରେମକାହାଣୀ ଶୁଣିବାକୁ ମିଳିଥାଏ। ଏବେ ନିକଟରେ ରଣବୀର କପୁରଙ୍କୁ ନେଇ ମୁହଁ ଖୋଲିଲେ ଆଲିୟା ଭଟ୍ଟ। ଆଲିୟାଙ୍କୁ ସାମ୍ବାଦିକମାନେ ପଚାରିଥିଲେ ଆସନ୍ତାବର୍ଷ ଆପଣ କଣ ରଣବୀରଙ୍କୁ ବିବାହ କରିବାକୁ ଯାଉଛନ୍ତି।
ଆଲିୟା କହିଛନ୍ତି “ମୁଁ ଗୁଜବ ଉପରେ ଧ୍ୟାନ ଦିଏନାହିଁ। ଗୁଜବ ଉପରେ ଜବାବ ଦେବା ବା କିଛି କହିବା ଆବଶ୍ୟକ ନାହିଁ। ମୁଁ ମୋର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ବେଶ ଖୁସି ଅଛି। ରଣବୀର କପୁରଙ୍କ ସହ ବ୍ରହ୍ମାସ୍ତ୍ରରେ କାମ କରୁଛନ୍ତି ଆଲିୟା”।
ଯାହାକୁ ଆପଣ ଡେଟ୍ କରନ୍ତି ତାଙ୍କ ସହ ଅଭିନୟ କରିବାରେ କିଛି ଅସୁବିଧା ହୁଏ କି। ଏହି ପ୍ରଶ୍ନର ଉତ୍ତରରେ ଆଲିୟା କହିଛନ୍ତି “ମୁଁ ଭାବେ ଯେ ଆପଣ ଯେତେବେଳେ ଜଣେ ଅଭିନେତା ଆପଣଙ୍କ କାମ କେବଳ ଅଭିନୟ କରିବା। ତେଣୁ ଯେତେବେଳେ ଆପଣ କ୍ୟାମେରା ସାମନାରେ ଥାଆନ୍ତି ଏହା ଗୁରୁତ୍ୱ ରଖେନା କି ଆପଣ କାହାକୁ ଡେଟ୍ କରୁଛନ୍ତି କି ନାହିଁ”।