ପ୍ରଥମ ଥର ପାଇଁ ନିଜ ବେବି ବମ୍ପ ସମସ୍ତଙ୍କ ସାମ୍ନାକୁ ଆଣିଲେ ଆଲିୟା, ଷ୍ଟାଇଲିସ ଅନ୍ଦାଜରେ ସ୍ୱାମୀଙ୍କ ସହ ଦେଲେ ପୋଜ

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ରଣବୀର କାପୁରଙ୍କ ବର୍ତ୍ତମାନ ନିଜ ଫିଲ୍ମ “ବ୍ରହ୍ମାସ୍ତ୍ର”କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହା ବାଦ ନିଜ ବିବାହ ତଥା ଆଲିୟାଙ୍କ ଗର୍ଭବତୀ ହେବାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା ଆଦି ଲାଗି ରହିଛି । ଏବେକା ସମୟରେ ଅଳିଆ ଵିଭନନ ସମୟରେ ଢିଲା ଢିଲା ପୋଷାକ ପିନ୍ଧିଥିବା ନେଇ ନଜର ଆସୁଛନ୍ତି । ଲୋକଲୋଚନରେ ଚର୍ଚ୍ଚା ମଧ୍ୟ ହେଉଛିକି ଅଭିନେତ୍ରୀ ନିଜ ବେବି ବମ୍ପକୁ ଲୁଚାଇବା ପାଇଁ ହିଁ ଢିଲା ପୋଷାକ ପିନ୍ଧୁଥିବା ଦେଖାଦେଇଛି । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଆଲିଆ ନିଜ ବେବି ବମ୍ପକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ଏହି ଅଭିନେତ୍ରୀ ଜଣଙ୍କ ନିଜ ସ୍ୱାମୀ ତଥା ଆକ୍ଟର ରଣବୀର କାପୁରଙ୍କ ସହିତ ନିଜ ଅପକମିଙ୍ଗ ଫିଲ୍ମ “ବ୍ରହ୍ମାସ୍ତ୍ର”ର ପ୍ରମୋଶନ ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ “ବ୍ରହ୍ମାସ୍ତ୍ର”ର ନିର୍ଦ୍ଦେଶକ ଆୟନ ମୁଖାର୍ଜୀଙ୍କ ସହିତ ଫିଲ୍ମର ଗୀତ ପ୍ରି ଭିୟୁର ଲଞ୍ଚ ଇଭେଣ୍ଟରେ ସାମିଲ ହୋଇଛନ୍ତି । କିଛି ଦିନ ହେବ ଆଲିୟା ଢିଲା ଆଉଟ ଫିଟରେ ନଜର ଆସୁଥିବା ବେଳେ ପ୍ରଥମ ଥର ପାଇଁ ନିଜ ବେବି ବମ୍ପକୁ ଫ୍ଲଣ୍ଟ କରିଛନ୍ତି ।ଏହି ଲଞ୍ଚ ଇଭେଣ୍ଟରେ ଏହି ଆକ୍ଟ୍ରେସ ଜଣଙ୍କ ବ୍ରାଉନ ରଙ୍ଗର ବଡିଫିଟ ଡ୍ରେସରେ ନଜର ଆସିଛନ୍ତି । ଏହି ଆଉଟଫିଟ ସହିତ ସେ ଟୁ -ଟୋନ ହିଲସ ମଧ୍ୟ ପିନ୍ଧିଥିବା ଦେଖାଦେଇଛି ।

ଆଉ ଅଭିନେତା ରଣବୀର କପୁରଙ୍କୁ ଦେଖିଲେ ସେ ଏକ କଳା ରଙ୍ଗର କାଜୁଆଲ ବିୟରରେ ନଜର ଆସିଛନ୍ତି । ବିବାହ ପରେ ହୁଏତ ପ୍ରଥମ ଥର ପାଇଁ ଦୁହେଁ ଏକାସାଥିରେ ନଜର ଆସିଛନ୍ତି । ଆଉ ଏହା ସହିତ ପେପରଜୀ ସାମ୍ନାରେ ଜବରଦସ୍ତ ପୋଜ ବି ଦେଉଥିବା ଦେଖାଦେଇଛନ୍ତି । ଦୀର୍ଘ ସମୟ ପରେ କ୍ୟାମେରା ସାମ୍ନାକୁ ଏକା ସାଥିରେ ଆସିଥିବା ଏହି ଯୋଡି ଖୁବ ସୁନ୍ଦର ଦେଖାଦେଉଥିଲେ । ଫିଲ୍ମ ଦୃଷ୍ଟିରୁ ଦେଖିଲେ ଫିଲ୍ମର ପ୍ରଥମ ଗୀତ କେଶରୀୟା ପୂର୍ବରୁ ହିଁ ରିଲିଜ ହୋଇଯାଇଛି | ରଣବୀର ଓ ଆଲିଆଙ୍କୁ ନେଇ ହୋଇଥିବା ଏହି ଗୀତ ଦର୍ଶକ ମାନଙ୍କୁ ବି ଖୁବ ପସନ୍ଦ ଆସିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.