ବକ୍ସ ଅଫିସରେ ଧମାଲ କରିବ ଏହି ସବୁ ଫିଲ୍ମ, ଅପେକ୍ଷା କରିଛନ୍ତି ଫ୍ୟାନ୍ସ

ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଅନେକ ସିନେମା ସାଉଥ ସିନେମାରୁ ଆସୁଛି, ଯାହା ବକ୍ସ ଅଫିସରେ ଧମାଲ କରିବ । ଏଥିରେ ସୁପରଷ୍ଟାର ସୂରୟାଙ୍କ ଫିଲ୍ମ ‘କଙ୍ଗୁଓ୍ଵା’ ଠାରୁ ଆରମ୍ଭ କରି ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା 2: ଦ ରୁଲ୍’ ଏବଂ ଋଷଭ ଶେଟ୍ଟୀଙ୍କ ‘କାନ୍ତାରା: ଏ ଲିଜେଣ୍ଡ ଚାପ୍ଟର 1’ ସାମିଲ ରହିଛି । ଯଦି ଆପଣ ସାଉଥ ଫିଲ୍ମକୁ ବହୁତ ଭଲ ପାଆନ୍ତି, ତେବେ ନିଶ୍ଚିତ ଭାବରେ ଆଗାମୀ ଫିଲ୍ମଗୁଡ଼ିକର ଲିଷ୍ଟ ଉପରେ ନଜର ରଖିଥାନ୍ତୁ ।
ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା 2 : ରୁଲ୍’ ଲଗାତାର ଭାବରେ ଚର୍ଚ୍ଚାରେ ରହିଛି । ଏହା ଏକ ଦମଦାର ଆକ୍ସନ୍ ଥ୍ରୀଲର ଫିଲ୍ମ, ଯାହାକୁ ଦେଖିବା ପାଇଁ ଫ୍ୟାନ୍ସମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।
‘RRR’ ରେ ଚମତ୍କାର ଅଭିନୟ କରିବା ପରେ ରାମ ଚରଣ ଖୁବ୍ ଶୀଘ୍ର ଫିଲ୍ମ ‘ଗେମ୍ ଚେଞ୍ଜର’ରେ ନଜର ଆସିବେ । ଶଙ୍କର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ କିଆରା ଆଡଭାନୀ ମଧ୍ୟ ରାମ ଚରଣଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମଟି ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ ଦ୍ୱାରା ପ୍ରସ୍ତୁତ ହେବ । ତେବେ ଫିଲ୍ମର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।
ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା’ ହେଉଛି ଜାନଭୀ କପୁରଙ୍କ ତେଲୁଗୁ ଡେବ୍ୟୁ । ଏଥିରେ ସୈଫ ଅଲି ଖାନ ଖଳନାୟକ ଭାବରେ ନଜର ଆସିବେ । ଏହି ଫିଲ୍ମରେ ରୋମାନ୍ସ ଏବଂ ଆକ୍ସନ ରହିଛି ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ।
ଋଷଭ ଶେଟ୍ଟୀଙ୍କ ‘କାନ୍ତାରା: ଏ ଲିଜଣ୍ଡ ଚାପ୍ଟର 1’ ହେଉଛି ଏକ ଚମତ୍କାର ଆକ୍ସନ୍ ଥ୍ରୀଲର ଫିଲ୍ମ । ଏଥିରେ ମୁଖ୍ୟ ଭୂମିକାରେ ଋଷଭ ଶେଟ୍ଟୀ ଏବଂ ସାପ୍ତମି ଗୌଡ଼ା ଅଭିନୟ କରିଛନ୍ତି ।
ଏହି ତାଲିକାରେ ସାଉଥ ସୁପରଷ୍ଟାର ସୂରୟାଙ୍କ ଫିଲ୍ମ ‘କଙ୍ଗୁଓ୍ଵା’ର ନାମ ମଧ୍ୟ ସାମିଲ ହୋଇଛି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଦିଶା ପାଟନି ଏବଂ ବଲିଉଡ ଅଭିନେତା ବବି ଦେଓ୍ଵଲ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ଦଶଟି ଭାଷାରେ ରିଲିଜ୍ ହେବ । ଫ୍ୟାନ୍ସମାନେ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।