ଜନ୍ମଦିନରେ ଏହି ମହାନ କାମ କରନ୍ତି ଅଲ୍ଲୁ ଅର୍ଜୁନ, ଆଜି ୪୩ ବର୍ଷରେ ପାଦ ଥାପିଲେ ଅଭିନେତା

ଆଜି ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ । ଆଜି ସେ ତାଙ୍କ ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି । ସାଉଥ୍ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଅଭିନୟ ଓ ଡାନ୍ସ ଷ୍ଟେପ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଫିଲ୍ମ ‘ପୁଷ୍ପା’ ରିଲିଜ୍ ହେବା ପରଠୁ ଅଲ୍ଲୁଙ୍କ ଫ୍ୟାନ ଫଲୋଇଙ୍ଗ୍ ଆହୁରି ବଢିଯାଇଛି । ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା’ ରିଲିଜ୍‌ ହେବା ପରଠାରୁ ପିଲାଠୁ ବଡ଼ ଲୋକଙ୍କ ଯାଏଁ ସମସ୍ତଙ୍କ ମୁଣ୍ଡରେ ପୁଷ୍ପା ଭୂତ ଚଢ଼ିକି ରହିଥିଲା । ଯାହାକୁ ଦେଖିବ ପୁଷ୍ପା… ଝୁକେଗା ନେହିଁ ଶାଲା ଡାଇଲଗ୍‌ କହୁଥିଲେ । ଏହି ଡାଇଲଗ୍‌ ଏତେ ଲୋକପ୍ରିୟ ହୋଇଯାଇଥିଲା ଯେ ଛୋଟ ପିଲାମାନେ ବି ଏହାକୁ କପି କରୁଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ ଅଲ୍ଲୁ ଅର୍ଜୁନ ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ନିଜ ଜନ୍ମଦିନରେ ରକ୍ତଦାନ କରନ୍ତି । ଆଜିର ଏହି ସ୍ୱତନ୍ତ୍ର ଦିନରେ, ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା ରେଡ୍ଡୀ ନିଜ ସ୍ୱାମୀଙ୍କ ପାଇଁ ଏକ ପର୍ସନାଲ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ, ଯେଉଁଥିରେ କେବଳ ତାଙ୍କ ପରିବାର ସାମିଲ ଥିଲେ । ସ୍ନେହା ଏହି ପ୍ରାଇଭେଟ୍ ପାର୍ଟିର ଏକ ଫଟୋ ସେୟାର କରି ତାଙ୍କ ସ୍ୱାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଫଟୋକୁ ଖୁବ ଭଲପାଇବା ମଧ୍ୟ ଦେଉଛନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜଣାଇବାକୁ ଯାଉଛୁ ଯାହା ବିଷୟରେ ହୁଏତ ଆପଣମାନେ ଜାଣିନଥିବେ । ଅଲ୍ଲୁ ଅର୍ଜୁନ୍‌ ତାଙ୍କ ପରିବାରରେ କେବଳ ଏକମାତ୍ର ଅଭିନେତା ନୁହଁନ୍ତି, ଅଲ୍ଲୁଙ୍କ ପରିବାରରେ ଅନେକ ଅଭିନେତା ଅଛନ୍ତି । ସେ ବି ପୁଣି ବଡ଼ କଳାକାର । ଯିଏ ସବୁବେଳେ ଦମଦାର ଫିଲ୍ମ ଦେଇଆସୁଛନ୍ତି ସାଉଥ ଇଣ୍ଡଷ୍ଟ୍ରିକୁ । ତେବେ ଏହା ମଧ୍ୟ କୁହାଯାଇପାରେ ଅଲ୍ଲୁ ଅର୍ଜୁନ ସୁପରଷ୍ଟାର ପରିବାରରୁ ଆସୁଛନ୍ତି ବୋଲି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଲ୍ଲୁ ଅର୍ଜୁନଙ୍କ ବାପା ଖୁବ୍ ଜଣାଶୁଣା ।

ତାଙ୍କ ପିତା ଅଲ୍ଲୁ ଅରବିନ୍ଦ ଜଣେ ଚଳଚ୍ଚିତ୍ର ନିର୍ମାତା । ଅଲ୍ଲୁ ଅର୍ଜୁନଙ୍କ ସାନ ଭାଇ ଅଲ୍ଲୁ ଶିରିଶ ମଧ୍ୟ ଜଣେ ଅଭିନେତା । ସାଉଥ୍ ସୁପରଷ୍ଟାର୍ ଚିରଞ୍ଜୀବୀ ହେଉଛନ୍ତି ଅଲୁ ଅର୍ଜୁନଙ୍କ ପିଉସା ଚିରଞ୍ଜୀବୀଙ୍କୁ କିଏ ବା ନ ଜାଣେ । ସେ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ଆସନ୍ତି । ସାଉଥ ଇଣ୍ଡଷ୍ଟ୍ରିରେ ଅଲ୍ଲୁ ଅର୍ଜୁନଙ୍କ ପିଉସା ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ ମଧ୍ୟ ଏକ ଲୋକପ୍ରିୟ ଅଭିନେତା । ଚିରଞ୍ଜୀବୀଙ୍କ ସାନ ଭାଇ ପୱନ୍ କଲ୍ୟାଣ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ ସମ୍ପର୍କୀୟ ପିଉସା । କହିବାକୁ ଗଲେ ଏକ ସୁପରଷ୍ଟାର ପରିବାରରୁ ଆସିଛନ୍ତି ଅଲ୍ଲୁ ଅର୍ଜୁନ ।

Also read: ସାମ୍ନାକୁ ଆସିଲା କପିଲ ଶର୍ମାଙ୍କ ଆଗାମୀ ଫିଲ୍ମର ପୋଷ୍ଟର, ବକ୍ସ ଅଫିସରେ କରିବ ଧମାଲ୍