ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି ‘ପୁଷ୍ପା ଦ ରାଇଜ’, ଖୁବଶୀଘ୍ର କାଟିବ କେଜିଏଫର ରେକର୍ଡ

ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି ପୁଷ୍ପା। ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଫିଲ୍ମଟି ଏପର୍ଯ୍ୟନ୍ତ ବକ୍ସ ଅଫିସରେ କେଜିଏଫ୍ ଠାରୁ ମଧ୍ୟ ଭଲ ଆୟ କରିଛି । ଆଗକୁ କେଜିଏଫର ରେକର୍ଡ ଭାଙ୍ଗିପାରେ ବୋଲି ଫ୍ୟାନ୍ସ ଅନୁମାନ କରୁଛନ୍ତି। କିନ୍ତୁ ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଏବଂ ପ୍ରଚାର ଯୋଗୁଁ ଏହି ଫିଲ୍ମ ଏବେ ଦର୍ଶକଙ୍କ ମନ କିଣି ନେଇଛି ।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଫିଲ୍ମଟି ଏପର୍ଯ୍ୟନ୍ତ ୨୦.୧୪ କୋଟିର ଆୟ କରିସାରିଲାଣି । ଯାହାକି ‘କେଜିଏଫ’ ଏହାର ସଂପୂର୍ଣ୍ଣ ଆୟ ମଧ୍ୟରେ ୪୪.୦୯ କୋଟି ରହିଥିଲା । ଫିଲ୍ମଟି ରିଲିଜ ହେବାର ସପ୍ତାହ ମଧ୍ୟରେ ୧୭୩ କୋଟି ଆୟ କଲାଣି। ଖୁବଶୀଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ତେବେ ଆଗାମୀ ଦିନରେ ଏହା ‘କେଜିଏଫ’କୁ ସଂପୂର୍ଣ୍ଣ କଲେକ୍ସନରେ ପଛରେ ପକାଇବା ନେଇ ଆଶା କରାଯାଉଛି । ଫିଲ୍ମର ଗୀତ ଠାରୁ ଆରମ୍ଭ କରି କାହାଣୀ ଯାଏ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି।

ଫିଲ୍ମରେ ଅଲ୍ଲୁଙ୍କ ବ୍ୟତୀତ ଅନେକ ଲୋକପ୍ରିୟ ସାଉଥ ଷ୍ଟାର କାମ କରିଛନ୍ତି। ସେମାନଙ୍କ ଭିତରେ ରଶ୍ମିକା ମନ୍ଦାନାଙ୍କ ଠାରୁ ଆରମ୍ଭ କରି ସାମନ୍ଥା ରୁଥ ପ୍ରଭୁ ମଧ୍ୟ ରହିଛନ୍ତି। ଏହି ଫିଲ୍ମରେ ସାମନ୍ଥା ଆଇଟମ ଡ୍ୟାନ୍ସ କରିଥିଲେ। ଏହି ଫିଲ୍ମ ତାମିଲ, ମଲୟାଲମ ଏବଂ କନ୍ନଡ ଭାଷା ସହିତ ହିନ୍ଦୀରେ ରିଲିଜ ହେବ। ପୁଷ୍ପା ଦ ରାଇଜ ଅଲ୍ଲୁ ଅର୍ଜୁନଙ୍କ ପ୍ରଥମ ଫିଲ୍ମ, ଯାହାକୁ ତେଲକୁ ସହିତ ପ୍ୟାନ ଇଣ୍ଡିଆ ରିଲିଜ କରାଯାଇଛି।

ଏହି ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ୫୦ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ଏହି ଫିଲ୍ମରେ ସାମନ୍ଥା କେବଳ ଆଇଟମ ଡ୍ୟାନ୍ସ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ୧.୫ କୋଟି ଟଙ୍କା ଦିଆଯାଇଛି।

Leave A Reply

Your email address will not be published.