ସାମ୍ନାକୁ ଆସିଲା ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା’ର ରିଲିଜ୍‌ ଡେଟ୍‌, ଏହି ଦିନ ଆସିବ ପରଦାକୁ

ସାଉଥ୍‌ ଷ୍ଟାର ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଫହାଦ ଫାସିଲଙ୍କ ଆଗାମୀ ଫିଲ୍ମ ‘ପୁଷ୍ପା’ର ରିଲିଜ୍‌ ଡେଟ୍‌ ଫାଇନାଲ ହୋଇଛି। ଏହି ଫିଲ୍ମ କ୍ରିସମାସ୍‌ର ସପ୍ତାହ ପୂର୍ବରୁ ସିନେମା ଘରକୁ ଆସିବ। ଏଣୁ ଏବେ ସୋସିଆଲ ମିଡିଆରେ ହ୍ୟାସ୍‌ଟ୍ୟାଗ୍‌ #PushpaRaj ଟ୍ରେଣ୍ଡ୍‌ କରୁଛି। ଫ୍ୟାନ୍‌ମାନେ ଏହି ଫିଲ୍ମକୁ ପରଦାରେ ଦେଖିବା ପାଇଁ ଖୁବ୍‌ ଉତ୍ସାହିତ ଅଛନ୍ତି।

 

View this post on Instagram

 

A post shared by Taran Adarsh (@taranadarsh)


ଫିଲ୍ମ କ୍ରିଟିକ୍‌ ତରଣ ଆଦର୍ଶ ଇନ୍‌ଷ୍ଟାଗ୍ରାମ୍‌ରେ କହିଛନ୍ତି ଯେ ‘ପୁଷ୍ପା’ର ନୂଆ ଓ ଫାଇନାଲ ରିଲିଜ୍‌ ତାରିଖ ଘୋଷଣା ହୋଇଛି। ଏହି ଫିଲ୍ମ ପ୍ରଥମେ କ୍ରିସ୍‌ମାସରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଏବେ ସପ୍ତାହ ପୂର୍ବରୁ ଅର୍ଥାତ୍‌ ୧୭ ଡିସେମ୍ବର ୨୦୨୧ରେ ରୂପେଲି ପରଦାରେ ଜଲଓ୍ଵା ଦେଖାଇବ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର।

 

View this post on Instagram

 

A post shared by Taran Adarsh (@taranadarsh)

ତେବେ ଯଦି ପୁଷ୍ପା କ୍ରିସମାସରେ ରିଲିଜ୍‌ ହେବ ତେବେ ରଣବୀର ସିଂହଙ୍କ ଫିଲ୍ମ ‘୮୩’କୁ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ତରଣ ପୋଷ୍ଟ ସେୟାର କରି କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଫିଲ୍ମ ଦୁଇଟି ପାର୍ଟରେ ରିଲିଜ୍‌ ହେବ। ପ୍ରଥମ ପାର୍ଟ କ୍ରିସମାସ୍‌ର ସପ୍ତାହେ ପୂର୍ବରୁ ରିଲିଜ୍‌ ହେବାକୁ ପ୍ରସ୍ତୁତ ଥିବା ବେଳେ ଦ୍ୱିତୀୟଟି ୨୦୨୨ରେ ରିଲିଜ୍‌ ହେବ ବୋଲି ଜଣାଯାଇଛି।

Leave A Reply

Your email address will not be published.