‘ପୁଷ୍ପା ୨’ ‘ଗେମ୍ ଚେଞ୍ଜର’କୁ ଏଡାଇବା ପାଇଁ କଲା ନୂଆ ଚାଲ୍, ବର୍ତ୍ତମାନ ୨୦ ମିନିଟର ବୋନସ୍ ସିନ୍ ସହିତ ରିଲିଜ୍ ହେବ ଫିଲ୍ମ
‘ପୁଷ୍ପା ୨: ଦ ରୁଲ୍’ ବକ୍ସ ଅଫିସରେ ପ୍ରତିଦିନ ଦମଦାର୍ ରୋଜଗାର୍ କରୁଛି । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୮୦୦ କୋଟିରୁ ଅଧିକ ଟଙ୍କା କଲେକ୍ସନ କରିଛି । ଏହି ସମୟରେ ନିର୍ମାତାମାନେ ଫିଲ୍ମର ଭଲ ରୋଜଗାର ବଜାୟ ରଖିବା ପାଇଁ ଏକ ନୂଆ ଷ୍ଟାଟେଜୀ ପ୍ରସ୍ତୁତ କରିଛନ୍ତି । ‘ପୁଷ୍ପା ୨: ଦ ରୁଲ୍’ ବହୁତ ଶୀଘ୍ର ନିଜର ରି-ଲୋଡେଡ୍ ଭର୍ସନ ସହିତ ସିନେମା ଘରକୁ ଆସିବ ।
‘ପୁଷ୍ପା ୨: ଦ ରୁଲ୍’ ନିର୍ମାତା ଅଲୁ ଅର୍ଜୁନଙ୍କ ଫ୍ୟାନ୍ସଙ୍କୁ ବଡ଼ ଉପହାର ଦେଇଛନ୍ତି । ନିର୍ମାତାମାନେ ଘୋଷଣା କରିଛନ୍ତି ଯେ ଅଲୁ ଅର୍ଜୁନ୍ ଷ୍ଟାରର ଏବଂ ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ୨୦ ମିନିଟର ବୋନସ୍ ଫୁଟେଜ୍ ଯୋଡାଯିବ । ଏହା ମଧ୍ୟ କହିଛନ୍ତି ଯେ ‘ପୁଷ୍ପା ୨: ଦ ରୁଲ୍’ ର ରି-ଲୋଡେଡ୍ ଭର୍ସନ ଜାନୁଆରୀ ୧୧ ରୁ ସିନେମା ଘରେ ଦେଖିବାକୁ ମିଳିବ । ଇନଷ୍ଟାଗ୍ରାମରେ ପୋଷ୍ଟ କରିବାବେଳେ ନିର୍ମାତାମାନେ ଏହି ସୂଚନା ଦେଇଛନ୍ତି ।
ଆପଣଙ୍କୁ କହିବୁ ଯେ ଜାନୁଆରୀ ୧୦ ରେ ରାମ ଚରଣ ଏବଂ କିୟାରା ଆଡଭାନୀଙ୍କ ବହୁ ପ୍ରତୀକ୍ଷିତ ପଲିଟିକାଲ୍ ଡ୍ରାମା ‘ଗେମ୍ ଚେଞ୍ଜର୍’ ସିନେମା ଘରେ ଟକ୍କର ଦେବାକୁ ଯାଉଛି । ଏହା ସହିତ ସୋନୁ ସୁଦ୍ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ଫିଲ୍ମ ‘ଫତେହ’ ମଧ୍ୟ ଜାନୁଆରୀ ୧୦ ରେ ପରଦାରେ ଆସିବାକୁ ଯାଉଛି । ଉଭୟ ଫିଲ୍ମର ରିଲିଜ୍ ‘ପୁଷ୍ପା ୨: ଦ ରୁଲ୍’ ର ବକ୍ସ ଅଫିସ୍ କଲେକ୍ସନ ଉପରେ ପ୍ରଭାବ ପକାଇପାରେ ।
‘ପୁଷ୍ପା ୨: ଦ ରୁଲ୍’ ଡିସେମ୍ବର ୫,୨୦୨୪ ରେ ପରଦାକୁ ଆସିଥିଲା । ଫିଲ୍ମ ରିଲିଜ୍ ହେବାର ୧ ମାସରୁ ଅଧିକ ସମୟ ହୋଇଛି ଏବଂ ଏହା ପ୍ରତିଦିନ କୋଟି କୋଟି ଟଙ୍କା ରୋଜଗାର ମଧ୍ୟ କରୁଛି । ଏହି ଫିଲ୍ମ ସାରା ବିଶ୍ୱରେ ୧୮୩୧ କୋଟିରୁ ଅଧିକ କାରବାର କରିଛି ଏବଂ ବିଶ୍ୱରେ ଅଧିକ ରୋଜଗାର କରିଥିବା ଦ୍ୱିତୀୟ ଭାରତୀୟ ଫିଲ୍ମ ହୋଇପାରିଛି ।