ଅଲ୍ଲୁ ଅର୍ଜୁନ, ପ୍ରଭାସଙ୍କ ଠାରୁ ମହେଶ ବାବୁଙ୍କ ପର୍ଯ୍ୟନ୍ତ, ଜାଣନ୍ତୁ କେତେ ପାଠ ପଢ଼ିଛନ୍ତି ଆପଣଙ୍କ ପ୍ରିୟ ସାଉଥ ସୁପରଷ୍ଟାର
ସାଉଥ୍ ଫିଲ୍ମ ଫ୍ୟାନ୍ସଙ୍କ ଉପରେ ଏକଦମ୍ ଜାଦୁ କରିଛି। ନିକଟରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ଦ ରାଇଜ୍’ ର ଆକ୍ଟିଙ୍ଗ୍ ଏବଂ କାହାଣୀ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଛି। ସେହିପରି ଏବେ ‘କେଜିଏଫ: ଚ୍ୟାପ୍ଟର ୨’କୁ ଚାତକ ଭଳି ଅପେକ୍ଷା କରିଛନ୍ତି। ଏହି ଧମାକେଦାର ଫିଲ୍ମ କାରଣରୁ ସାଉଥ୍ ଫିଲ୍ମର ଅଭିନେତାଙ୍କ ପପୁଲାରିଟୀ ଫ୍ୟାନଙ୍କ ମନରେ ବହୁତ ବେଶି ରହିଛି। ନିଜର ପ୍ରିୟ ଅଭିନେତା ଯେମିତିକି ଅଲ୍ଲୁ ଅର୍ଜୁନ, ୟଶ୍, ମହେଶ ବାବୁ ସମେତ ଅନେକ ଆକ୍ଟର୍ସଙ୍କ ବିଷୟରେ ଫ୍ୟାନ୍ସ ଜାଣିବା ପାଇଁ ବହୁତ ଉତ୍ସାହ ରଖିଥାନ୍ତି।
ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣଙ୍କ ପ୍ରିୟ ଅଭିନେତାଙ୍କ ଏଜୁକେସନ୍ କ୍ୱାଲିଫିକେସନ୍ କଣ? ଅର୍ଥାତ ସାଉଥର ପୁପୁଲାର ଷ୍ଟାର ମାନେ କେତେ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଆସନ୍ତୁ ଜାଣିବା। ଯାହାକୁ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେନି।
ଅଲ୍ଲୁ ଅର୍ଜୁନ
ସାଉଥ୍ ଇଣ୍ଡଷ୍ଟ୍ରୀର ପପୁଲାର ଏବଂ ବହୁତ ଫେମସ୍ ଷ୍ଟାର ଅଲ୍ଲୁ ଅର୍ଜୁନ ନିଜର ପ୍ରାରମ୍ଭିକ ପାଠ ଚେନ୍ନାଇର ସେଣ୍ଟ ପାଟ୍ରିକ ସ୍କୁଲରେ କରିଛନ୍ତି। ଏହାପରେ ଅଭିନେତା ହାଇଦ୍ରାବାଦର ଏମଏସଆର କଲେଜରେ ବିବିଏ (ବ୍ୟାଚଲର ଇନ୍ ବିଜନେସ୍ ଆଡମିନିଷ୍ଟ୍ରେସନ) କରିଛନ୍ତି। ଯଦିଓ ଏହାପରେ ଅଲ୍ଲୁ ଅର୍ଜୁନ ଫିଲ୍ମ ଦୁନିଆରେ ପାଦ ରଖିଲେ। ନିକଟରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ରିଲିଜ୍ ହୋଇଥିଲା। ଯାହା ବକ୍ସ ଅଫିସରେ ଧମାଲ ମଚାଇଛି। ଲୋକଙ୍କ ମଧ୍ୟରେ ଏହାର ଟ୍ରେଣ୍ଡ ଏବେବି ଚାଲୁଛି।
ୟଶ୍
କେଜିଏଫ୍ ଫେମ୍ ଆକ୍ଟର ୟଶ୍ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି। ସେ ମୈସୁରରୁ ନିଜର ସ୍କୁଲିଙ୍ଗ୍ ପାଠ ପଢ଼ା ଶେଷ କରିବା ପରେ ଅଭିନୟ ଦୁନିଆରେ ପାଦ ରଖିଥିଲେ। ଏଥିପାଇଁ ସେ ମୈସୁରରୁ ବେଙ୍ଗାଲୁରୁ ଆସିଯାଇଥିଲେ।
ଧନୁଷ
ସାଉଥ୍ ଅଭିନେତା ଧନୁଷ ମଧ୍ୟ ୧୨ତମ ବା ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି। ସେ ଚେନ୍ନାଇରୁ ନିଜର ସ୍କୁଲିଙ୍ଗ କରିଥିଲେ।ଏହାପରେ ସେ ନିଜ ବାପାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଅଭିନୟ ଦୁନିଆରେ ପାଦ ରଖିଥିଲେ। ଏହାପରେ ସେ ଡିସଟାନ୍ସରେ ବିସିଏ (ବ୍ୟାଚଲର ଅଫ୍ କମ୍ପ୍ୟୁଟର ଏଜୁକେସନ) କରିଛନ୍ତି।
ମହେଶ ବାବୁ
ମହେଶ ବାବୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଚାର୍ମିଙ୍ଗ ପ୍ରିନ୍ସ। ତାଙ୍କ ପାଇଁ ଲକ୍ଷ ଲକ୍ଷ ଝିଅ ପାଗଳ। ମହେଶ ବାବୁଙ୍କ ଫିଲ୍ମ ବକ୍ସ ଅଫିସରେ ଧମାଲ୍ ମଚାଇଥାଏ। ସେ ତାଙ୍କ ସ୍କୁଲ ପାଠ ପଢ଼ା ଚେନ୍ନାଇର ସେଣ୍ଟ ବେଡେ ଆଙ୍ଗଲୋ ଇଣ୍ଡିଆନ୍ ହାୟର ସେକେଣ୍ଡାରୀ ସ୍କୁଲରେ କରିଛନ୍ତି। ଏହାପରେ ସେ ଚେନ୍ନାଇର ଲୋୟଲା କଲେଜରେ ବିକମ୍ (ବ୍ୟାଚଲର୍ ଅଫ୍ କମର୍ସ) ପଢ଼ିଲେ। ମହେଶ ବାବୁ ଗ୍ରାଜୁଏସନର କିଛି ସମୟ ପରେ ଆକ୍ଟିଙ୍ଗ ଟ୍ରେନିଙ୍ଗ ଆରମ୍ଭ କରିଦେଇଥିଲେ।
ପ୍ରଭାସ
ପ୍ରଭାସ ହାଇଦ୍ରାବାଦର ଶ୍ରୀ ଚୈତନ୍ୟ କଲେଜରେ ବି ଟେକ ଡିଗ୍ରୀ ହାସଲ କରିଛନ୍ତି। କିନ୍ତୁ ଏହାପରେ ସେ ଅଭିନୟକୁ ନିଜ ବ୍ରତ ଭାବିନେଲେ। ଆଜିର ସମୟରେ ପ୍ରଭାସ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଅଧିକ ଫିସ୍ ଚାର୍ଜ କରୁଥିବା ଅଭିନେତାଙ୍କ ଲିଷ୍ଟରେ ସାମିଲ ରହିଛି।
ବିଜୟ ଦେବରକୋଣ୍ଡା
ବିଜୟ ଦେବରକୋଣ୍ଡା ନିଜ ସ୍କୁଲ ପାଠ ପଢ଼ା ପୂରା କରିବା ପରେ ବି କମରେ ଡିଗ୍ରୀ ହାସଲ କଲେ। ଏହାପରେ ସେ ନିଜର ଅଭିନୟର ଜାଦୁରେ ଲୋକଙ୍କୁ ମତୁଆଲା କରିବା ପାଇଁ ଆକ୍ଟିଙ୍ଗ ଦୁନିଆରେ ପାଦ ରଖିଲେ। ଏବେ ବିଜୟ ଦେବରକୋଣ୍ଡା ଫିଲ୍ମ ‘ଲାଇଗର’ ଜରିଆରେ ବଲିଉଡରେ ଏଣ୍ଟ୍ରି କରୁଛନ୍ତି।