ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ

ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ମିଳିଲା ଜାମିନ ।  ଅନ୍ତରୀଣ ଜାମିନ ଦେଲେ ତେଲେଙ୍ଗାନା ହାଇକୋର୍ଟ ।  ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ତଳ କୋର୍ଟ । ଗିରଫ ହେବାର ୫ ଘଣ୍ଟା ପରେ ଅଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଡିସେମ୍ବର ୪ରେ ଫିଲ୍ମର ସ୍କ୍ରିନିଂ ବେଳେ ଏଠାରେ ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ ପୋଲିସ ଅଲୁ ଅର୍ଜୁନ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ଘଟଣାରେ ସିଧା ସଳଖ ଅଲୁଙ୍କ ଉପରେ ଅଭିଯୋଗ ହୋଇଥିଲା ।  ଏହି କାରଣରୁ ଆଜି ସକାଳ ସମୟରେ ଚିକ୍କଡପଲ୍ଲୀ ରେ ଥିବା ପୋଲିସ ତାଙ୍କୁ ଗିରଫ କରିଥିଲା । ସେଠାରେ ଥିବା ପୋଲିସ ଷ୍ଟେସନରେ ତାଙ୍କୁ ପଚାରାଉଚାରା କରିବା ପାଇଁ ନିଆ ଯାଇଥିଲା । ଯେଉଁଠାରେ ଅଭିନେତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ବର୍ତମାନ ମ୍ତକଙ୍କ ସ୍ବାମୀ ଭାସ୍କରଙ୍କ ବୟାନ ସାମନାରେ ଆସିଛି ।

ଏହି ପୁରା ଘଟଣାରେ ଗଣ ମାଧ୍ୟମ ଆଗରେ ମୃତକଙ୍କ ସ୍ୱାମୀ ଭାସ୍କର ମତ ରଖିଛନ୍ତି । ଭାସ୍କର କହିଛନ୍ତି ଅଲୁ ଅର୍ଜୁନଙ୍କ ଗିରଫଦାରୀ ବିଷୟରେ ମୁଁ ଜାଣି ନଥିଲି । ତାଙ୍କର ଏହି ପୁରା ଘଟଣା ସହିତ କିଛି ସମ୍ପର୍କ ନାହିଁ । ମୋ ସ୍ତ୍ରୀଙ୍କ ମୃତ୍ୟୁ ଦଳାଚକଟାରେ ହୋଇଛି ।  ମୋତେ ପୋଲିସ ଏହି ଗିରଫଦାରୀ ବିଷୟରେ କିଛି ଜଣାଇ ନଥିଲେ ।  ଭାସ୍କରଙ୍କ ଏହି ବୟାନରେ କେସର ମୋଡ ବଦଳି ଯାଇଥିଲା ।

ଅଲୁ ଅର୍ଜୁନଙ୍କ ଗିରଫଦାରୀ ତାଙ୍କ ଘରୁ ହୋଇଥିଲା । ଗିରଫ କରିବା ପାଇଁ ତାଙ୍କ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ। ଏମିତି ତାଙ୍କୁ ପୋଷାକ ବଦଳାଇବାକୁ ମଧ୍ୟ ସମୟ ଦେଇ ନଥିଲା। ତାଙ୍କୁ ଗିରଫ କରାଯିବା ବେଳର ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ, ଏ ବିଷୟରେ ଜଣାପଡ଼ିଛି। ପୁଲିସ୍ ତାଙ୍କ ବେଡ୍ ରୁମ୍ ପର୍ଯ୍ୟନ୍ତ ଯାଇଥିବା କଥା ସେ କୋର୍ଟରେ ମଧ୍ୟ କହିଥିବା ଜଣାପଡ଼ିଛି ।