SIIMA ଆୱାର୍ଡ଼ରେ ଶ୍ରେଷ୍ଠ ଅଭିନେତା ହେଲେ ଅଲ୍ଲୁ ଅର୍ଜୁନ, ପାଇଲେ ଏହି ବିଶେଷ ସମ୍ମାନ

ଦୁବାଇରେ  ଶନିବାର ଦିନ ସାଉଥ ଇଣ୍ଡିଅନ୍ ଇଣ୍ଟରନ୍ୟାସନାଲ ମୁଭି ଆୱାର୍ଡ ୨୦୨୫(SIIMA) ଆୟୋଜିତ ହୋଇଥିଲା । ଯେଉଁଥିରେ ତାମିଲ ଏବଂ ମାଲାୟମ୍ ଫିଲ୍ମର ଚର୍ଚ୍ଚିତ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରେଷ୍ଠ ଅଭିନେତା ଭବେ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ମିଳିଛି । ଏଥି ସମେତ ବର୍ତ୍ତମାନ ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା ସାମ୍ନାକୁ ଆସିଛି ।

SIIMA ପୁରସ୍କାରରେ ଅଲ୍ଲୁ ଅର୍ଜୁନଙ୍କୁ ଫିଲ୍ମ ’ପୁଷ୍ପା ୨’, ପ୍ରଭାସ ଏବଂ ଅମିତାଭ ବଚ୍ଚନଙ୍କ ’କଳକି ୨୮୯୮ ଏଡି’ ଫିଲ୍ମର ଜଲୱା ଦେଖିବାକୁ ମିଳିଥିଲା । ’ପୁଷ୍ପା ୨’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଏବଂ ଅଭିନେତ୍ରୀ ଭାବେ ଅଲ୍ଲୁ ଏବଂ ରଶ୍ମିକା ଭାବେ ବିଜୟ ହାସଲ କରିଛନ୍ତି । ସେହିପରି ସାଈ ପଲ୍ଲବୀ ଏବଂ ଆକ୍ଟର ପୃଥୀରାଜ ସୁକୁମାରନ୍ ଜିତିଥିଲେ । ତାମିଲ ଫିଲ୍ମରେ ’ଅମରନ୍’, ’ମହାରାଜା’, ’ଲୁବ୍ବର ପିନ୍ଧୁ’ ମଧ୍ୟ ବଡ଼ ବିଜୟ ହାସଲ କରିଥିଲେ । ଏହା ବ୍ୟତୀତ ମାଲାୟମରେ ମଧ୍ୟ ’ଦ ଗୋଟ ଲାଇଫ’ଏବଂ ’ଏଆରଏମ’ ଆୱାର୍ଡ ହାସଲ କରିଥିଲେ ।

SIIMA ଆୱାର୍ଡ ୨୦୨୫ର ୱିନର ଲିଷ୍ଟ :

ଶ୍ରେଷ୍ଠ ଫିଲ୍ମ-କଳ୍କି୨୮୯୮ ଏଡି

ଶ୍ରେଷ୍ଠ ନିର୍ଦ୍ଦେଶକ- ସୁକୁମାର(ପଷ୍ପା ୨ : ଦ ରୁଲ୍)

ଶ୍ରେଷ୍ଠ ଅଭିନେତା-ଅଲ୍ଲୁ ଅର୍ଜୁନ(ପୁଷ୍ପା ୨ :ଦ ରୁଲ୍)

ଶ୍ରେଷ୍ଠ ଅଭିନେତ୍ରୀ-ରଶ୍ମିକା ମଣ୍ଡାନା(ପୁଷ୍ପା ୨ :ଦ ରୁଲ୍)

ଶ୍ରେଷ୍ଠ ନିର୍ଦ୍ଦେଶକ(କ୍ରିଟିକ୍ସ)- ପ୍ରଶାନ୍ତ ବର୍ମା(ହନୁମାନ)

ଶ୍ରେଷ୍ଠ ଅଭିନେତା(କ୍ରିଟିକ୍ସ)-ତେଜା ସଜ୍ଜା(ହନୁମାନ)

ଶ୍ରେଷ୍ଠ ଅଭିନେତ୍ରୀ(କ୍ରିଟିକ୍ସ)-ମୀନାକ୍ଷୀ ଚୌଧରୀ(ଲକି ବାସ୍କର)

ବେଷ୍ଟ ସପୋର୍ଟିଂ ଆକ୍ଟର- ଅମିତାଭ ବଚ୍ଚନ(କଳକି ୨୮୯୮ ଏଡି)

ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ୍-ଅନ୍ନା ବେନ୍(କଳକି ୨୮୯୮ ଏଡି)

ବେଷ୍ଟ ସଙ୍ଗୀତକାର-ଦେବୀ ଶ୍ରୀ ପ୍ରସାଦ(ପୁଷ୍ପା ୨: ଦ ରୁଲ)

ଶ୍ରେଷ୍ଠ ଗାୟକ-ଶଙ୍କର ବାବୁ କଦୁକୁରୀ(ଫିଲିଙ୍ଗସ-ପୁଷ୍ପା ୨ :ଦ ରୁଲ୍)

ଶ୍ରେଷ୍ଠ ଗାୟିକା- ଶିଳ୍ପା ରାବ(ଚୁଟ୍ଟମଲ୍ଲେ-ଦେବରା)

ବେଷ୍ଟ ଭିଲେନ୍-କମଳ ହାସନ(କଳକି ୨୮୯୮ ଏଡି)

ବେଷ୍ଟ ଡେବ୍ୟୁ ଆକ୍ଟ୍ରେସ୍-ପଂଖୁଡି ଗିଡବାନୀ (ଲବ ମୌଲୀ), ଭାଗ୍ୟଶ୍ରୀ ବୋରସେ(ମିଷ୍ଟର ବଚ୍ଚନ)

ବେଷ୍ଟ ଡେବ୍ୟୁ ଆକ୍ଟର- ସନ୍ଦୀପ ସରୋଜ(ସମିତି କୁରୋଲୁ)

ବେଷ୍ଟ ଡେବ୍ୟୁ ଡାଇରେକ୍ଟର-ନନ୍ଦ କିଶୋର ୟେମାନୀ(୩୫ ଓକା ଚିନ୍ନା କଥା)

ସିନେମାଟୋଗ୍ରାଫର-ରତ୍ନାବେଳୁ(ଦେବରା)

ବେଷ୍ଟ କମେଡିଆନ୍- ସତ୍ୟା(ମଥୁ ବଧାଲାରା ୨)

Also Read : ବିଗ୍ ବସ୍ ଘରେ ଶୋଇବାରେ ଅଧିକ ସମୟ ବିତାଉଥିଲେ ଅମାଲ୍ ମଲ୍ଲିକ୍, ୱିକେଣ୍ଡରେ ଅମାଲ୍ ଙ୍କ ଉପରେ ରାଗିଲେ ସଲମାନ