ପୁଷ୍ପା ପରେ ଚର୍ଚ୍ଚାରେ ‘ରାକା’ ଫିଲ୍ମ, ସାମ୍ନାକୁ ଆସିଲା ଅଲ୍ଲୁ ଅର୍ଜୁନଙ୍କ ଇଣ୍ଟ୍ରେଷ୍ଟିଂ ଲୁକ୍

ଅଲ୍ଲୁ ଅର୍ଜୁନଙ୍କ ୪୪ତମ ଜନ୍ମଦିନ ଅବସରରେ ଫିଲ୍ମ ‘ରାକା’ର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କୁ ଭୟଙ୍କର ଏବଂ ଇଣ୍ଟ୍ରେଷ୍ଟିଂ ଲୁକରେ ନଜର ଆସିଛନ୍ତି । ପ୍ରଥମ ଥର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଦୀପିକାଙ୍କ ସହିତ ଦେଖିବାକୁ ମିଳିଛି । ଯାହା ଫିଲ୍ମଟିକୁ ଆହୁରି ଖାସ୍ ବନାଇଛି ।

ଆଟଲିଙ୍କ ଏହି ଫିଲ୍ମରେ ଦୀପିକା ପାଦୁକୋଣଙ୍କ ସହ ଅଲ୍ଲୁ ଅର୍ଜୁନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ପ୍ରୋଜେକ୍ଟଟି AA22xA6  ନାଁରେ ଥିଲା । ଯାହାକୁ ଏବେ ‘ରାକା’ ଟାଇଟଲ ମିଳିଯାଇଛି ।  ଏଥିସହ ସନ୍ ପିକ୍ଚର୍ସର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ପେଜରେ ପୋଷ୍ଟରଟି ସେୟାର କରି ନିର୍ମାତା ଲେଖିଛନ୍ତି ଯେ, “AA22xA6 ଏବେ RAAKA । ନିଜକୁ ଏପରି ଏକ ଦୁନିଆଁ ପାଇଁ ପ୍ରସ୍ତୁତ କରୁଛି ଯାହା ସବୁ ସୀମା ଉପରେ ରହିଛି ।’’ ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହା ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ୨୫୨,୦୦୦ ରୁ ଅଧିକ ଲାଇକ୍ ଏବଂ ୮,୦୦୦ ରୁ ଅଧିକ କମେଣ୍ଟସ୍ ମିଳିଥିଲା ।

ରିଲିଜ ହୋଇଥିବା ଏହି ପୋଷ୍ଟରରେ ଅଲ୍ଲୁ ଅର୍ଜନଙ୍କ କ୍ଲୋଜ୍ ଅପ୍ ଲୁକ୍ ଦେଖିବାକୁ ମିଳିଛି । ଯେଉଁଥିରେ ଅଲ୍ଲୁ ଆଜୁନଙ୍କ କେଶ ଅଧା ଅଧା ହୋଇଥିବାବେଳେ ବଡ଼ ବଡ଼ ନଖ ସହିତ ସେ ଗୋଟିଏ ପଶୁ ଗେଟଅପରେ ନଜର ଆସିଛନ୍ତି । ବିଶେଷ କରି ଅଭିନେତାଙ୍କ ଲୁକ୍ ତାଙ୍କ ଚରିତ୍ରକୁ ଆହୁରି ରହସ୍ୟମୟ କରୁଛି ।  ପୁଷ୍ପା ଫିଲ୍ମ ପରେ ତାଙ୍କର ଏହି ଫିଲ୍ମ ଚହଳ ସୃଷ୍ଟି କରୁଛି । ହେଲେ ଫିଲ୍ମ ରିଲିଜ ଡେଟ୍ ଏପର୍ଯ୍ୟନ୍ତ ଜଣାପଡିନାହିଁ । ୨୦୨୭ ମସିହାରେ ଏହି ଫିଲ୍ମ ସିନେମା ହଲରେ ଆସିପାରେ ବୋଲି ଅନୁମାନ କରାଯାଉଛି ।

Also Read : ଅଭିନେତ୍ରୀ ଜରୀନଙ୍କ ଘରେ ଦୁଃଖର ମାହୋଲ, ଚାଲିଗଲେ ମା’ ପରବୀନ ଖାନ୍