ମହିଳାଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କଲେ ଅଲ୍ଲୁ, ଦେଲେ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
ବକ୍ସ ଅଫିସରେ ନିଆଁ ଲଗାଇଛି ‘ପୁଷ୍ପା ୨’ । କିନ୍ତୁ ହାଇଦ୍ରାବାଦରେ ଘଟିଥିବା ଦୁଃଖଦ ଘଟଣାରେ ସାରା ଦେଶ ସ୍ତବ୍ଧ । ଫିଲ୍ମ ଦେଖିବାକୁ ଯାଇଥିବା ଜଣେ ମହିଳାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଡ଼ ପାଇଁ ଜଣେ ମହିଳାଙ୍କ ଜୀବନ ଯିବ କେହି କେବେ ଭାବିନଥିଲେ । ତେବେ ହାଇଦ୍ରାବାଦର ଏକ ଥିଏଟରରେ ହଠାତ ପହଞ୍ଚିଥିଲେ ଅଲ୍ଳୁ ଅର୍ଜୁନ । ଷ୍ଟାରଙ୍କୁ ନିଜ ଆଖି ସାମ୍ନାରେ ଦେଖି ଫ୍ୟାନମାନେ ନିଜକୁ ନିୟନ୍ତ୍ରଣ ପାରିନଥିଲେ । ଆଉ ଥିଏଟର ବାହାରେ ଭିଡ଼ ଏତେ ବଢ଼ିଗଲା ଯେ ସେଠାରେ ଦଳାଚକଟା ଆରମ୍ଭ ହୋଇ ଯାଇଥିଲା । ଆଉ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଆଉ ଏଭଳି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୁଁ କଥା ଦେଉଛି କି ଏହିଭଳି ସମୟରେ ସେମାନେ ଏକା ନୁହନ୍ତି । ଏଭଳି ସମୟରେ ମୁଁ ସେମାନଙ୍କ ସହ ଅଛି ବୋଲି ଟ୍ବିଟ୍ କରି କହିଛନ୍ତି ଅଲ୍ଳୁ । ତେବେ ସବୁଠାରୁ ବଡ଼ କଥା ହେଉଛି ଅଭିନେତା ଅଲ୍ଲୁ ଅର୍ଜୁନ ‘ପୁଷ୍ପା ୨’ର ପ୍ରିମିୟର ସୋ’ରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
ମୃତକଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ଚିକ୍କଡପଲି ପୋଲିସ ଷ୍ଟେସନରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ସିନେମା ହଲ ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଅଲ୍ଳୁ କହିଛନ୍ତି ଯେ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବାଳକର ଚିକିତ୍ସା ଖର୍ଚ୍ଚ ସେ ବହନ କରିବେ । କିନ୍ତୁ ଆଠ ବର୍ଷର ପୁଅର ଅବସ୍ଥା ଗୁରୁତର ଥିବା ଡାକ୍ତରମାନେ କହିଛନ୍ତି ।
ଡିସେମ୍ବର ୫ରେ ମୁକ୍ତିଲାଭ କରିଥିବା ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ‘ପୁଷ୍ପା ୨’ ବକ୍ସ ଅଫିସରେ ଇତିହାସ ରଚିଛି । ପ୍ରଥମ ଦିନରେ ପାଖାପାଖି ୨୮୨.୯୧ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ । ତେବେ କହି ରଖିବାକୁ ଚାହିଁବୁ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ କୁ ନେଇ ଏବେ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ବକ୍ସ ଅଫିସରେ ଧମାଲ କରୁଛି । ଏହା ଭାରତର ସବୁଠୁ ବଡ ଓପନିଂ ଫିଲ୍ମ ପାଲଟିଛି । ସପ୍ତାହ ଶେଷକୁ ଏହି ଫିଲ୍ମ ୮୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।
ତେବେ ଏହି ଫିଲ୍ମ ହାଇଦ୍ରାବାଦରେ ରିଲିଜ୍ ହେବା ପୂର୍ବରୁ ସେଠାରେ ଯେଉଁ ଅଘଟଣ ଘଟିଥିଲା ସେଥିପାଇଁ ଅଲ୍ଲୁ ଶୋକ ପ୍ରକାଶ କରିଛନ୍ତି । ଫ୍ୟାନମାନେ ନିଜ ଷ୍ଟାରଙ୍କୁ ଦେଖିବା ଏତେ ବ୍ୟସ୍ତ ହୋଇପଡ଼ୁଛନ୍ତି ଯେ ଆଖପାଖରେ ଥିବା ଲୋକଙ୍କ କଥା ଭୁଲି ଯାଉଛନ୍ତି । ଆଉ ଏଭଳି ଅଘଟଣ ଘଟୁଛି । ଯେଉଁଥିରେ ଅନେକ ଧନ ଜୀବନ ନଷ୍ଟ ହେଉଛି । ଏପଟେ ମୃତକଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ମୃତ ମହିଳାଙ୍କର ଦୁଇ ଦୁଇଟି ଛୁଆ ଅଛନ୍ତି । ଏବେ ମା’ ବିନା କେମିତି ରହିବେ ସେମାନେ । ଦର୍ଶକ ବନ୍ଧୁ କାହାର ଫ୍ୟାନ ହେବା କିଛି ଭୁଲ କଥା ନୁହେଁ, ହେଲେ ଷ୍ଟାରଙ୍କ ପାଇଁ ପାଗଳ ହୋଇ କିଛି କାଣ୍ଡ କରି ବସିବା ଆଦୌ ଠିକ୍ ନୁହେଁ । ଅଧିକାଂଶ ଭାରତୀୟ ହେଉଛନ୍ତି ସିନେମା ପାଗଳ । ହେଲେ ସେମାନଙ୍କ ପାଗଳାମୀ ଜୀବନ ନେଇ ଯାଉଛି ଏକଥା ମଧ୍ୟ ସେମାନେ ବୁଝିବା ଦରକାର । ଆପଣ ସଜାଗ ରହିଲେ ହୁଏତ ଏଭଳି ଅଘଟଣ ଘଟିବ ନାହିଁ କି ଏମିତି ଅବେଳରେ କାହାର ଜୀବନ ଯିବ ନାହିଁ ।
Deeply heartbroken by the tragic incident at Sandhya Theatre. My heartfelt condolences go out to the grieving family during this unimaginably difficult time. I want to assure them they are not alone in this pain and will meet the family personally. While respecting their need for… pic.twitter.com/g3CSQftucz
— Allu Arjun (@alluarjun) December 6, 2024