ମୁଁ କାଲି ଥିବି କି ନଥିବି…କାହିଁକି ଏମିତି କହିଲେ ଅମିର ଖାନ

ସୁପରଷ୍ଟାର ଅମିର ଖାନ ନିଜର ପୁରୁଣା ଫିଲ୍ମ ଲାଲ ସିଂହ ଚଢା ପରଠାରୁ  ଅଭିନୟରୁ ଦୁରରେ ଅଛନ୍ତି । ଅମିରଙ୍କ ଆଗକୁ ଆସୁଥିବା ଆଉ ଏକ ନୁଆଁ ଫିଲ୍ମରେ ସେ ଲଗାତାର ଭାବରେ ସେ କାମ କରିବା ଆରମ୍ଭ କରିଦେଇଛନ୍ତି । ଏବେ ଅମୀରଙ୍କ ପ୍ୟାନ୍ସ ମାନେ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ଅପେକ୍ଷା କରିଛନ୍ତି । ପୁଣିଥରେ ଫେରିବା ସହିତ ଅମିର ଖାନ ଏବେ ଫିଲ୍ମ ନିର୍ଦେଶନା କରିବା ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି । ସନି ଦେୱଲଙ୍କ ସହିତ ଅମିର ନିଜ ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ।

ଏହାରି ଭିତରେ ଅମିରଙ୍କ ଏକ କଥା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।ଏକ ଇଣ୍ଟରଭିୟୁରେ ଅମିର ଖାନ ଜୀବନ ଓ ମୃତ୍ୟୁ ଉପରେ ଏକ ବଡ ବୟାନ ଦେଇଥିଲେ । ସେ କହିଥିଲେ ହୁଏତ କାଲି ମୋର ଶେଷ ଦିନ ହେବ ..ମୋ ପାଖରେ ବଞ୍ଚିବା ପାଇଁ କେବଳ ୧୦ ବର୍ଷ ରହିଛି । ଅମିରଙ୍କ ଏହି କଥା ହିଁ ସମସ୍ତଙ୍କ ପାଖରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କେବଳ ଏତିକି ନୁହେଁ ଅମିର ତାଙ୍କ ଫିଲ୍ମକୁ ନେଇ ମଧ୍ୟ ବଡ ବୟାନ ଦେଇଛନ୍ତି । ତେବେ ଇଣ୍ଟରଭିୟୁରେ ଅମିରଖାନ କହିଛନ୍ତି ମୁଁ ମୋ ଜୀବନରେ କେବେ ଏକା ସହିତ ୬ ଟି ପିଲ୍ମ କରିନାହିଁ । ଯେବେ ମୁଁ ସିନେମା ଛାଡିବା ପାଇଁ ନିଷ୍ପତି ନେଲି ସେହି ସମୟରେ ମୋ ମନରେ ଏକ ବିଚାର ଆସିଥିଲା ତାହା ହେଉଛି ମୋ ପାଖରେ କାମ କରିବା ପାଇଁ କେବଳ ୧୦ ବର୍ଷ ରହିଛି ।

ନିଜ କଥା ସରିବା ପରେ ସେ ପୁଣି କହିଲେ ଆପଣ ଜୀବନ ଉପରେ କେବେ ଭରଷା କରି ପାରିବେ ନାହିଁ । ହୁଏତ କାଲି ମୋର ଶେଷ ଦିନ ହୋଇପାରେ ମୋ ପାଖରେ ବଞ୍ଚିବା ପାଇଁ କେବଳ ୧୦ ବର୍ଷ ରହିଛି । ମୋର ବୟସ ୫୯ ରହିଛି । ଆଉ ୧୦ବର୍ଷ ପରେ ମତେ ୭୦ ବର୍ଷ ହେଇଯିବ । ସେତେବେଳେ ପର୍ଯ୍ୟନ୍ତ ମୁଁ ନୀରୋଗ ରହିବି ଯାହା ଫଳରେ ମୁଁ କାମ କରିପାରିବି । ଏଥିପାଇଁ ମୁଁ ପୁର୍ବ ଅପେକ୍ଷା ଭଲ କାମ କରିବି ବୋଲି ଅନୁଭବ କରୁଛି ।

ମୁଁ ଏବେ ବୁଢା ହେଇଯାଉଛି ବୋଲି କହିଛନ୍ତି ଅମିର । ସେଥିପାଇଁ ଜ୍ଞାନୀ ପିଲାମାନଙ୍କୁ ସୁଯୋଗ ଦେବାପାଇଁ ଚାହୁଛି । ୭୦ ବର୍ଷ ବୟସର ପୂର୍ବରୁ ଅବସର ନେଇଯିବି । ମୁଁ ସେହି ପ୍ରତିଭାବାନ ପିଲାଙ୍କ ପାଇଁ ଏକ ମଞ୍ଚ ତିଆରି କରିବାକୁ ଚାହୁଛି । ଯେଉଁମାନେ ମତେ ବିଶ୍ବାସ କରନ୍ତି । ତେବେ ଅମିରଙ୍କ ପୁଅ ଜୁନୈଦ ଓ ଝିଅ ଆୟାର ଖାନ ନଥିଲେ ଅମିର କେବେଠାରୁ ଅଭିନୟ ଛାଡି ଦେଇଥାନ୍ତେ ବୋଲି କହିଥିଲେ । ୨୦୨୨ରେ ଅମିର ଲାଲ ସିଂ ଚଢା ଫିଲ୍ମ ଲରିଥିଲେ । ଏହାପରେ ସେ ଅଭିନୟ ଜଗତରୁ ସନ୍ୟାସ ନେବା ପାଇଁ ଚିନ୍ତା କରିଥିଲେ ।

 

You might also like