ସଲମାନଙ୍କୁ ବିବାହ କରିବେ ଅମିଶା ! ଏନେଇ ମୁହଁ ଖୋଲିଲେ ଅଭିନେତ୍ରୀ

ବଲିଉଡର ଭାଇଜାନ ଭାବେ ବେଶ୍ ପରିଚିତ ସଲମାନ ଖାନ । ସଲମାନଙ୍କ ଫଟୋ ସହ ଅମିଶା ପଟେଲଙ୍କୁ ଦେଖିବାକୁ ମିଳିଛି । ଯେଉଁଥିରେ ସଲମାନ ବ୍ଲାକ କଲର ଟିସର୍ଟ ପିନ୍ଧିଥିବା ବେଳେ ଅମିଶା ଧଳା ରଙ୍ଗର ଟିସର୍ଟ ପିନ୍ଧିଥିବା ନଜର ଆସିଛନ୍ତି ।  ଯାହାପରେ ଗୁଜବ ଉଠୁଛି କି ସଲମାନଙ୍କୁ ଅମିଶା ବିବାହ କରିବାକୁ ଯାଉଛନ୍ତି । ଯେହେତୁ ସେମାନେ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି ତେଣୁ ଫ୍ୟାନ୍ସମାନେ ଟ୍ୱିଟର ଯୋଗେ ଅମିଶାଙ୍କୁ ପ୍ରଶ୍ନ କରିଛନ୍ତି । ଏହା ସହ ଫ୍ୟାନ୍ସମାନେ କହିଛନ୍ତି ଭଉୟ ଦେଖିବାକୁ ବହୁତ ସୁନ୍ଦର ।

ତେଣୁ ଏହି ସୁନ୍ଦର ଯୋଡି ବିବାହ କରିବା ଦ୍ବାରା ସୁନ୍ଦର ସନ୍ତାନ ଜନ୍ମ ହୋଇପାରିବ । ଏହି କଥା ଶୁଣି ଅଭିନେତ୍ରୀ ହସି ଦେଇଥିଲେ । କହିଥିଲେ ସୁନ୍ଦର ଲୋକଙ୍କୁ ପାଖରେ ଦେଖିବାପାଇଁ ସମସ୍ତେ ଭଲ ପାଆନ୍ତି । ଯେତେବେଳେ ହ୍ରିତ୍ବିକ ଓ ମୋତେ ଏକାଠି ଦର୍ଶକମାନେ ଦେଖିଥିଲେ ସେହି ସମୟରେ ସମସ୍ତେ ବେଶ ଆମ ଯୋଡିକୁ ପସନ୍ଦ କରିଥିଲେ । ସେହି ଫିଲ୍ମ ‘କହୋନା ପ୍ୟାର ହେ’ ଥିଲା । ଆଉ ସେତେବେଳେ ହ୍ରିତ୍ବିକରୋଶନ ନିଜ ବିବାହ ଘୋଷଣା କରିଥିଲେ । ଏହି ଖବର ଶୁଣିଲା ପରେ ସମସ୍ତ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଯାଇଥିଲା ।

ସେମାନେ ସହଜରେ ଏହି ଖବରକୁ ବିଶ୍ବାସ କରି ପାରିନଥିଲେ । ତେବେ ଗତବର୍ଷ ଜୁନ ମାସରେ ଫ୍ୟାନ୍ସମାନେ ମଜାଳିଆ ଢଙ୍ଗରେ କହିଥିଲେ ଯେ ଅମିଶା ଏବଂ ସଲମନ ଖାନ ଦୁହେଁ ବ୍ୟାଚଲର ଅଛନ୍ତି । କ’ଣ ସେମାନେ ପରସ୍ପରଙ୍କୁ ବିବାହ କରିବାକୁ ଚାହୁଛନ୍ତି କି…ଏଭଳି ପ୍ରଶ୍ନ ଜଣେ ଫ୍ୟାନ୍ସ ପଚାରିଥିଲେ । ଏହା ସହ ଆହୁରି ମଧ୍ୟ ପଚାରିଥିଲେ ବିବାହକୁ ନେଇ ଆପଣଙ୍କର ଉଦ୍ଦେଶ କ’ଣ ରହିଛି । ବିବାହ ନା ଫିଲ୍ମ ପ୍ରୋଜେକ୍ଟ …ଏହି ସମୟରେ ଅଭିନେତ୍ରୀ ଜଣଙ୍କ ରିଭିଲ କରିଛନ୍ତି କି ସେ ବିବାହ କରିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ପାଇଁ ଏକ ସଠିକ ବର ମିଳିପାରିନାହିଁ । ତେଣୁ ସେ ବିବାହ କରିବା ପାଇଁ ଦୀର୍ଘ ଦିନରୁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ।

କହିରଖୁଛୁ, ଅମିଶା ଓ ସଲମାନ ଖାନ ଦୁହେଁ ୨୦୦୨ରେ ‘ୟେହେ ଜଲୱା’ ଫିଲ୍ମରେ କାମ କରିଥିଲେ । ଯାହାର ନିର୍ଦ୍ଦେଶନା ଦେଇଥିଲେ ଡେଭିଡ୍ ଧାୱନ । ଯାହାକି ବକ୍ସ ଅଫିସରେ ସଫଳତା ହାସଲ କରିବା ସହ ଦର୍ଶକଙ୍କୁ ଉଭୟଙ୍କ କେମିଷ୍ଟ୍ରି ମଧ୍ୟ ବେଶ୍ ପସନ୍ଦ ଆସିଥିଲା । ଅମିଶାଙ୍କୁ ଗଦର ୨ ଫିଲ୍ମରେ ସନ୍ନି ଦେୱଲଙ୍କ ସହ ଦେଖିବାକୁ ମିଳିଥିଲା । ତେବେ ନିକଟରେ ଆଉ କିଛିଦିନ ପରେ ବଡ ପରଦାରେ ରିଲିଜ ହେବ ସଲମାନଙ୍କ ସିକନ୍ଦର । ଯାହା ୨୦୨୫ ଇଦ୍ ରେ ସିନେମାହଲରେ ରିଲିଜ ହେବ । ସେହିପରି ଅମିଶାଙ୍କୁ ‘ରନ୍ ଭୋଲା ରନ’ ରେ ଦେଖିବାକୁ ମିଳିବ ।

Also read:ସଲମାନ ଖାନଙ୍କ ଘର ‘ଗାଲାକ୍ସି ଆପାର୍ଟମେଣ୍ଟ’ର ବଢ଼ିଲା ସୁରକ୍ଷା, ବାଲକୋନିରେ ଲାଗିଲା ବୁଲେଟପ୍ରୁଫ୍ କାଚ

 

You might also like