ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିବାହର ୧୭ ବର୍ଷ ବିତିଗଲାଣି, କିନ୍ତୁ ସେମାନଙ୍କ ମଧ୍ୟରେ ମତଭେଦ ତଥା ମନାନ୍ତରର ଗୁଜବ ସବୁବେଳେ ଚାଲିଆସୁଛି । ଅଭିଷେକଙ୍କ ବିନା ଅନନ୍ତ ଅମ୍ବାନୀଙ୍କ ବିବାହରେ ପହଞ୍ଚିବା ଏବଂ ଅଭିଷେକ ‘ଡିଭର୍ସ ପୋଷ୍ଟ’କୁ ଲାଇକ୍ କରିବା ଲୋକଙ୍କୁ ଏହି ଗୁଜବକୁ ବିଶ୍ୱାସ କରିବାକୁ ବାଧ୍ୟ କରିଥାଏ । ନିମ୍ରତ କୌରଙ୍କ ସହ ସମ୍ପର୍କର ଗୁଜବ ଏବେ ନିଆଁରେ ପେଟ୍ରୋଲ ଢ଼ାଳିବା ସମାନ କାମ କରୁଛି । ଏହି ସମୟରେ ଅଭିଷେକ ବଚ୍ଚନଙ୍କ ଏକ ବୟାନ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ବର୍ତ୍ତମାନ ଏହିସବୁ ଗୁଜବକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି, କିନ୍ତୁ ସେମାନଙ୍କ ଫ୍ୟାନ୍ସମାନେ ସେମାନଙ୍କୁ ବଲିଉଡର ପାୱାର କପଲ୍ ଭାବରେ ବିବେଚନା କରୁଛନ୍ତି । ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଭିଡିଓରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁପସ୍ଥିତି ହେଉ କିମ୍ବା ନିମ୍ରତ କୌରଙ୍କ ସହ ଅଭିଷେକ ବଚ୍ଚନଙ୍କ ସମ୍ପର୍କ ବିଷୟରେ ଗୁଜବ ହେଉ, ସେମାନଙ୍କ ସମ୍ପର୍କ ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଛି ଏବଂ ଅନେକ ଲୋକ କହିଛନ୍ତି ଯେ ଏହି ଦମ୍ପତି ଖୁବଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି ।
ଏହି ସମୟରେ ଅଭିଷେକ ବଚ୍ଚନଙ୍କ ଏକ ପୁରୁଣା ଟ୍ୱିଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପୁଣି ବିବାହ କରିବେ ବୋଲି କହି ଏହି ଗୁଜବର ଜବାବ ଦେଇଛନ୍ତି । ୨୦୧୪ ମସିହାରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ବିଷୟରେ ଗୁଜବ ଥିଲା ଯେ ସେମାନେ ଛାଡପତ୍ର ନେବାକୁ ଯାଉଛନ୍ତି । ସେତେବେଳେ ଅଭିଷେକ ବଚ୍ଚନ ନୀରବତା ବଜାୟ ରଖିବା ପରିବର୍ତ୍ତେ ଏହାକୁ ଦୃଢ଼ ଭାବରେ ଅସ୍ୱୀକାର କରିଥିଲେ ଏବଂ ମିଥ୍ୟା ଗୁଜବ ପ୍ରତି ଧ୍ୟାନ ନଦେବାକୁ ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ କହିଥିଲେ ।
ଅଭିଷେକ X ରେ ଲେଖିଥିଲେ, ମୁଁ ବିଶ୍ୱାସ କରୁଛି ଯେ ମୁଁ ଛାଡପତ୍ର ନେବାକୁ ଯାଉଛି । ମୋତେ ଜଣାଇଥିବାରୁ ଧନ୍ୟବାଦ! ମୁଁ କେତେବେଳେ ଦ୍ଵିତୀୟ ବିବାହ କରିବି ତାହା ମୋତେ ଜଣାଇବେ କି? ‘ ଏହି ପୁରୁଣା ଟ୍ୱିଟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । କହିରଖୁଛୁ, ଅଭିଷେକ- ଐଶ୍ୱର୍ଯ୍ୟାଙ୍କ ବିବାହ ୨୦୦୭ ଏପ୍ରିଲ ବଚନ ପରିବାରର ମୁମ୍ବାଇ ସ୍ଥିତ ଘରେ ହୋଇଥିଲା । ଏହି ବିବାହରେ କେବଳ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ । ବିବାହ ସମାରୋହ ବହୁତ ଧୂମଧାମରେ ହୋଇଥିଲା, କିନ୍ତୁ ଏହା ଏକ ଇଣ୍ଟିମେଟ ଇଭେଣ୍ଟ ଥିଲା ।
ଯେଉଁଥିରେ କେବଳ ପରିବାରର ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ନଭେମ୍ବର ୨୦୧୧ ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ସେମାନଙ୍କର ପ୍ରଥମ ସନ୍ତାନ – ଆରାଧ୍ୟା ବଚ୍ଚନଙ୍କୁ ଏହି ଦୁନିଆରେ ସ୍ୱାଗତ କରିଥିଲେ । ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ବିଷୟରେ ଗୁଜବ ଅନେକ ସମୟ ଧରି ଚାଲିଆସୁଛି, ବିଶେଷ କରି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଶାଶୁଘର ଲୋକଙ୍କ ବିନା ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ବିବାହରେ ଯୋଗଦେବାକୁ ନିଷ୍ପତ୍ତି ନେବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗତକାଲି ତାଙ୍କର ୫୧ ତମ ଜନ୍ମଦିନ ପାଳନ କରିଥିଲେ ଏବଂ ଅଭିଷେକ ବଚ୍ଚନଙ୍କ ସମେତ ବଚ୍ଚନ ପରିବାରର କୌଣସି ସଦସ୍ୟ ତାଙ୍କୁ ଏହି ବିଶେଷ ଉତ୍ସବରେ ଶୁଭେଚ୍ଛା ଜଣାଇ ନାହାନ୍ତି । ଯାହାଦ୍ୱାରା ଏହି ଗୁଜବ ଆହୁରି ଦୃଢ଼ ହେବାରେ ଲାଗିଛି ।