ପ୍ରଥମ କେମୋଥେରାପି ଏବଂ ସର୍ଜରୀ ପରେ ଲଣ୍ଡା ହେଲେ ହିନା ଖାନ, ସେୟାର କଲେ ଭିଡିଓ

ଟିଭି ଇଣ୍ଡଷ୍ଟ୍ରୀରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଥିବା ହିନା ଖାନ ଆଜିକାଲି କ୍ୟାନ୍ସର ରୋଗ ସହ ଲଢୁଛନ୍ତି । ତେବେ ଅଭିନେତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ସମୟ । ହିନା ଖାନ କିଛି ଦିନ ପୂର୍ବରୁ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ ଯେ ତାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଛି ଏବଂ ସେ ଷ୍ଟେଜ୍ – ୩ରେ ଅଛନ୍ତି । ସେ ଏପରି ମଧ୍ୟ କହିଛନ୍ତି ଯେ ସେ ଏହାର ଚିକିତ୍ସା ଆରମ୍ଭ କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ତାଙ୍କ ପ୍ରଶଂସକ ବହୁତ ଦୁଃଖିତ ହୋଇଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ଏହି କଷ୍ଟ ସମୟରେ ମଧ୍ୟ ସାହସ ଦେଖାଉଛନ୍ତି ଏବଂ ହସିବା ସହିତ ପ୍ରତ୍ୟେକ ଅସୁବିଧାର ସମ୍ମୁଖୀନ କରୁଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରତ୍ୟେକ ଅପଡେଟ୍ ମଧ୍ୟ ସେୟାର କରୁଛନ୍ତି । ଗୁରୁତର ଅସୁସ୍ଥତାର ଶିକାର ହୋଇନଥିବା ହିନା ଖାନ ନିକଟରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଇମୋସନାଲ ହୋଇଯାଇଛନ୍ତି । କିନ୍ତୁ ତାଙ୍କ ସାହସକୁ ପ୍ରଶଂସା କରୁଛନ୍ତି ।
ନିକଟରେ ଅଭିନେତ୍ରୀ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ସ୍କିନ୍ ଏବଂ ପିଗମେଣ୍ଟେସନ୍ ବିଷୟରେ କହୁଛନ୍ତି । ଭିଡିଓରେ ସେ ଟି-ସାର୍ଟ ଏବଂ ପାଇଜାମା ପିନ୍ଧିଛନ୍ତି । କିନ୍ତୁ ସବୁ ଠାରୁ ବଡ଼ କଥା ହେଉଛି ତାହା ହେଉଛି, ଯେ ଅଭିନେତ୍ରୀ ଲଣ୍ଡା ହୋଇଯାଇଛନ୍ତି । ନିଜ ମୁଣ୍ଡକୁ ଲୁଚାଇ ସେ ମୁହଁରେ ହସ ଦେଖାଇ କାମ କରୁଛନ୍ତି । ତେବେ ସେହି କ୍ୟାପ୍ ମଧ୍ୟରୁ ତାଙ୍କ ମୁଣ୍ଡର ଝଲକ୍ ଦେଖାଯାଉଛି । ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଅଭିନେତ୍ରୀ ଲଣ୍ଡା ହୋଇଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ପ୍ରଥମ କେମୋଥେରାପି କରାଇଛନ୍ତି । ଏହା ସହ ନିକଟରେ ସେ ମଧ୍ୟ ସର୍ଜରୀ କରିଥିଲେ । ଯାହା ପରେ ହିନା କେଶ କାଟିବା ସହିତ ଲଣ୍ଡା ହୋଇଛନ୍ତି ।
ତେବେ କିଛି ଦିନ ପୂର୍ବରୁ ହିନା ଖାନ ତାଙ୍କର ପ୍ରଥମ କେମୋଥେରାପି ଅଧିବେଶନ ପରେ କେଶ କାଟିଥିଲେ । ସେହି ସମୟରେ ହିନା କେଶ କାଟିବ ସହିତ ନୂଆ ହେୟାର ଷ୍ଟାଇଲ ମଧ୍ୟ ଦେଖାଇଥିଲେ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ତାଙ୍କ କେଶକୁ ସଂପୂର୍ଣ୍ଣ କଢି ଦେଇଛନ୍ତି । ଅଭିନେତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ସମୟ ଥିଲା । ନିଜର କଷ୍ଟକୁ ଲୁଚାଇ ହିନା ଖାନ ନିଜର କାର୍ଯ୍ୟ ଜାରି ରଖିଛନ୍ତି ଏବଂ ସୋସିଆଲ ମିଡିଆରେ ଚିକିତ୍ସା ମଧ୍ୟରେ ସେ କରୁଥିବା କାର୍ଯ୍ୟକୁ କ୍ରମାଗତ ଭାବରେ ଦେଖାଉଛନ୍ତି । ଏହି କଷ୍ଟ ସମୟରେ ହିନା ଖାନଙ୍କ ପରିବାର ଏବଂ ବଏଫ୍ରେଣ୍ଡ ତାଙ୍କ ସହ ଅଛନ୍ତି । ଏହି ଭିଡିଓ ଦେଖିବା ପରେ ଲୋକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଏପରି ଭାବେ ଜଣେ ୟୁଜର ଲେଖିଛନ୍ତି, ‘ହିନା ଶୀଘ୍ର ସୁସ୍ଥ ହୁଅନ୍ତୁ ।’ ଅନ୍ୟ ଜଣେ ଲେଖିଛନ୍ତି, ‘କଷ୍ଟ ସମୟରେ ମଧ୍ୟ ଏହିପରି ହସିବା ସହଜ ନୁହେଁ ।’ ଜଣେ ୟୁଜର ଲେଖିଛନ୍ତି, ‘ଭଗବାନ ହିନା ଖାନଙ୍କୁ ସାହସ ଦିଅନ୍ତୁ । ତେବେ ଫ୍ୟାନ୍ସ ଏପରି ଅନେକ ପ୍ରକାରର କଥା ଲେଖିଛନ୍ତି ।
ତେବେ ହିନା ଖାନଙ୍କ ଓ୍ଵାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଟିଭି ଦୁନିଆରେ ଅନେକ ସୋ କରିବା ସହ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ କାମ କରିଛନ୍ତି । ଏହା ବ୍ୟତୀତ ସେ ବିଗ୍ ବସ୍ ରେ ମଧ୍ୟ ନଜର ଆସିଥିଲେ । ଏପରି ଭାବେ ତାଙ୍କୁ ଫ୍ୟାନ୍ସ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି । ଏହା ସହ ଏହି ସମୟରେ ହିନାଙ୍କ ସ୍ୱାସ୍ଥ୍ୟ ଶୀଘ୍ର ଭଲ ହୋଇଯିବ ପାଇଁ ପ୍ରର୍ଥନା କରୁଛନ୍ତି । ଏହା ସହ ସିନେ ଜଗତର ସମସ୍ତ ଷ୍ଟାର ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଶୀଘ୍ର ଭଲ ହୋଇଯିବ ପାଇଁ ପ୍ରର୍ଥନା କରୁଛନ୍ତି ଏବଂ ତାଙ୍କୁ ସାହାସ ଦେଉଛନ୍ତି ।