ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଅମୀର ଖାଁ

ବର୍ତ୍ତମାନ ସମୟରେ ଆସାମରେ ବନ୍ୟା ସ୍ଥିତି ଖୁବ ଗମ୍ଭୀର ରୂପ ନେବାରେ ଲାଗିଛି  । ସୂଚନାରୁ ଯାହା ଜଣାଯାଇଛିଯେ ପ୍ରାୟ ୨୧ ଲକ୍ଷ ଲୋକ ବନ୍ୟା ସ୍ଥିତିର ଶିକାର ହୋଇଛନ୍ତି | ଏହି କାରଣରୁ ଦେଶର ଅନ୍ୟାନ ରାଜ୍ୟ ମାନଙ୍କରୁ ଆସାମକୁ ସହାୟତାର ହାତ ବଢ଼ିବାରେ ଲାଗିଛି  । ଏଭିତରେ ଅନେକ ସହାୟତା ରାଶି ବି ମିଳିସାରିଲାଣି  । ଏମିତିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସିଏମ ରିଲିଫ ଫଣ୍ଡ ପାଇଁ ବଲିଉଡର ମିସ୍ଟର ପରଫେକ୍ସନିଷ୍ଟ ଭାବେ ଜଣା ଅମୀର ଖାଁ ମଧ୍ୟ କିଛି ସାହାଯ୍ୟ କରିଛନ୍ତି  । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି  । ସେ ଲେଖିଛନ୍ତିକି ବଲିଉଡ ଅଭିନେତା ଅମୀର ଖାଁ ସିଏମ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି  । ତାଙ୍କର ଏହି ଚିନ୍ତା ତଥା ଉଦାରତାକୁ ମୁଁ ହାର୍ଦ୍ଦିକ କୃତ୍ୟଜ୍ଞତା ଜଣାଉଛି  ।

କହିରଖିବା ଉଚିତ ହେବକି ଆସାମ ବନ୍ୟାରେ ପ୍ରାୟ ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି | ଏଭିତରେ ୧୨୬ ଜଣଙ୍କ ଜୀବନ ଯାଇସାରିଲାଣି  । ରାଜ୍ୟର ୨୫ଟି ଜିଲ୍ଲାରେ ବନ୍ୟା ପ୍ରକୋପ ଜାରି ରହିଛି  । ଏହି କାରଣରୁ ୭୯ ଟି ସଡକ ଓ ପାଞ୍ଚଟି ପୋଲରେ ଗମ୍ଭୀର କ୍ଷୟକ୍ଷତି ହୋଇଥିବା ଜଣାଯାଇଛି  । ଆସାମ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବାରେ ଲାଗିଛନ୍ତି ଆଉ ଅଧିକାରୀ ମାନଙ୍କୁ ଦିଶା ନିର୍ଦ୍ଦେଶ ଦେଉଛନ୍ତି  । ଏହି ଭୟଙ୍କର ବନ୍ୟାରେ ଯେ କେବଳ ମଣିଷ ମାନଙ୍କର ଜୀବନ ଯାଉଛି ତାହା ନୁହେଁ ଅସଂଖ୍ୟ ଜୀବଜନ୍ତୁ ମାନେ ବି ଜୀବନ ହାରିଛନ୍ତି  । ଶହ ଶହ ଏକର ଫସଲ ନଷ୍ଟ ହୋଇଛି  । କହିରଖୁଛୁକି ଅମୀର ନିଜ ଆଗାମୀ ଫିଲ୍ମ “ଲାଲ ସିଂହ ଚଢା”କୁ ନେଇ ବ୍ୟସ୍ତ ଅଛନ୍ତି  । ଏଥିରେ ଅମୀରଙ୍କ ସହ ବେଗମ କରିନା କପୁରବି ନଜର ଆସିବେ  ।

Leave A Reply

Your email address will not be published.