ମହାଭାରତକୁ ନେଇ ଭୟ କରୁଛନ୍ତି ଅମୀର, ଏମିତି କିଛି କଲେ ଖୁଲାସା

ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଟିରେ ଯେମିତି ଅମୀର ଖାଁ ଓ ତାଙ୍କ ଫିଲ୍ମ “ଲାଲ ସିଂହ ଚଢା”କୁ ନେଇ ଚର୍ଚ୍ଚା । ଗୋଟେ ସମୟରେ ମିଡ଼ିଆର କିଛି ଲୋକ ଫିଲ୍ମକୁ ବୟକଟ କରିବା ନେଇ ଦାବି କରୁଛନ୍ତି । ଯେବେକି ଅନ୍ୟ ପକ୍ଷରେ କିଛି ଲୋକ ଅମୀରଙ୍କ ଚିନ୍ତାଧାରାକୁ ବୁଝିବାକୁ ଚେଷ୍ଟା ଚଳାଇଛନ୍ତି । କିଛି ଦିନ ହେବ ଏହି ଫିଲ୍ମର ପ୍ରମୋସନ ପାଇଁ ଜୋର ଶୋରରେ ଲାଗି ପଡ଼ିଛନ୍ତି ଆଉ ସ୍ଥାନେ ସ୍ଥାନେ ଯାଇ ନିଜ ଫିଲ୍ମ ବିଷୟରେ ଆଲୋଚନା ମଧ୍ୟ କରୁଛନ୍ତି । କିନ୍ତୁ ଏଭିତରେ ଅମୀର ଖାନଙ୍କ ଆଉ ଏକ ପ୍ରୋଜେକ୍ଟକୁ ନେଇ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି । ନିକଟରେ ଏକ ସାକ୍ଷାତ୍କାର ସମୟରେ ଅମୀର “ମହାଭାରତ” ବିଷୟରେ ଆଲୋଚନା କରିଛନ୍ତି । ପ୍ରକୃତରେ “ଲାଲ ସିଂହ ଚଢା”ରେ କାମ ଆରମ୍ଭ କରିବା ପୂର୍ବରୁ ଖବର ମିଳିଥିଲାକି ମିସ୍ଟର ପ୍ରଫେକ୍ସନିଷ୍ଠ ବା ଅମୀର ଖାନ ହିନ୍ଦୁ ପୁରାଣର ସବୁଠୁ ବଡ ମହାସଂଗ୍ରାମ “ମହାଭାରତ”କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ।

ସେହି ସମୟରେ ଅଭିନେତା ଜଣଙ୍କ ସେ ବିଷୟରେ ଚିନ୍ତା କରୁଥିବା ନେଇ କହିବା ସହିତ କୃଷ୍ଣଙ୍କ ଭୂମିକା ନିଭେଇବେକି କର୍ଣ୍ଣଙ୍କ ଭୂମିକାରେ ନଜର ଆସିବେ ସେନେଇ ଦ୍ବନ୍ଦ୍ବରେ ଥିବା ମଧ୍ୟ କହିଥିଲେ | କିନ୍ତୁ ଏହା ପରେ ଏହାକୁ ନେଇ କୌଣସି ଖବର ସାମ୍ନାକୁ ଆସିନଥିଲା । କିନ୍ତୁ ନିକଟରେ “ଲାଲ ସିଂହ ଚଢ଼ା”ର ପ୍ରମୋସନ ସମୟରେ ଅମୀର ଏବିଷୟରେ ଆଲୋଚନା କରିଥିଲେ । ଅମୀର କହିଥିଲେକି ମହାଭାରତରେ ଫିଲ୍ମ ତିଆରି କରିବାଯେ କେବଳ ସିନେମା କରିବା ନୁହେଁ ଏହା ଏକ ଯଜ୍ଞ କରିବା ସହିତ ସମାନ । ଏହା ଏକ ସିନେମା ନୁହେଁ ତାହା ଠାରୁ ଯଥେଷ୍ଟ ଅଧିକ । ହୁଏତ ଏହି କାରଣ ପାଇଁ ମୁଁ ଏଥିପାଇଁ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନି । ମୁଁ ଏହାକୁ କରିବାକୁ ଏବେ ଭୟ କରୁଛି । ମହାଭାରତ ଆପଣଙ୍କୁ କେବେ ବି ନିରାଶ କରିବ ନାହିଁ । କିନ୍ତୁ ହୁଏତ ଆପଣ ମହାଭାରତକୁ ନିରାଶ କରିପାରନ୍ତି ।

ଏହି ସାକ୍ଷାତ୍କାର ପୂର୍ବରୁ ଅମୀର ମହାଭାରତକୁ ନେଇ ଆଲୋଚନା ମଧ୍ୟ କରିଥିଲେ । ଅଭିନେତା ଜଣଙ୍କ ଏହି ଫିଲ୍ମକୁ ନିଜ ଡ୍ରିମ ପ୍ରୋଜେକ୍ଟ କହିବା ସହ କହିଛନ୍ତିକି, “ଏହା ଏକ ବଡ ପ୍ରୋଜେକ୍ଟ ଓ ଏହାକୁ ତିଆରି କରିବା ହେଉଛି ମୋର ସବୁଠୁ ବଡ ଇଛା । ଯଦି ମୁଁ ଏହାକୁ ପ୍ରସ୍ତୁତ କରିବା ନେଇ ଭାବିଛି ତେବେ ଏଥିପାଇଁ ମୋତେ ନିହାତି ୨୦ ବର୍ଷ ସମୟ ଦେବାକୁ ହେବ । ଏଥିପାଇଁ ମୋତେ ଖୁବ ଭୟ ମଧ୍ୟ ଲାଗୁଛି । ଆଉ ଯଦି ମୁଁ ଏହି ପ୍ରୋଜେକ୍ଟ ପାଇଁ ହଁ କରୁଛି ଆଉ ଏହାକୁ ବନେଇବା ନେଇ ନିଷ୍ପତ୍ତି ନେଉଛି ତେବେ ମୋତେ ୫ ବର୍ଷର ସମୟ କେବଳ ରିସର୍ଚରେ ଦେବାକୁ ହେବ । ରିପୋର୍ଟ ମୁତାବକ ଯଦି ଅମୀର ଏହି ପ୍ରୋଜେକ୍ଟ ବନାନ୍ତି ତେବେ ଏହାର ବଜେଟ ନିହାତି ଭାବେ ୧୦୦୦ କୋଟି ଟଙ୍କା ହେବ ।

 

 

Leave A Reply

Your email address will not be published.