ଅମିଷା ପଟେଲଙ୍କର ଚାଞ୍ଚଲ୍ୟକର ବୟାନ: ‘ଦୁଷ୍କର୍ମରୁ ଅଳ୍ପକେ ବର୍ତ୍ତିଛି’, ଅଡିଓ ଭାଇରଲ !

ବିହାରରେ ବିଧାନସଭା ନିର୍ବାଚନ ଏବେ ସରଗରମ ରହିଛି। ଏହା ମଧ୍ୟରେ ବଲିଉଡ ଅଭିନେତ୍ରୀ ଅମିଷା ପଟେଲଙ୍କ ଏକ ଅଡିଓ ଭାଇରଲ ହୋଇଛି। ଯାହା ଏବେ ସେଠିକାର ନିର୍ବାଚନୀ ମାହୋଲକୁ ସରଗରମ କରିଛି। ରିପୋର୍ଟ ମୁତାବକ, ଏଠାରେ ଯେଉଁ ଅଡିଓ ଭାଇରଲ ହେଉଛି, ସେଥିରେ ଶୁଣାଯାଉଥିବା ଆଓ୍ଵାଜ ଅମିଷା ପଟେଲଙ୍କ ପରି ଲାଗୁଛି। ଯେଉଁଥିରେ କହୁଛନ୍ତି କି, ବିହାର ପ୍ରଚାର ସମୟରେ ତାଙ୍କ ଦୁଷ୍କର୍ମ ହୋଇଥାନ୍ତି। କିନ୍ତୁ ଏହି ସ୍ୱର ଅମିଷା ପଟେଲଙ୍କର କି ନୁହେଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ୨୬ ଅକ୍ଟୋବରରେ ସରିଥିଲା। ଏହି ପ୍ରଚାରରେ ଏଲଜେପି ପ୍ରାର୍ଥୀ ଡ. ପ୍ରକାଶ ଚନ୍ଦ୍ର ଅରଓ୍ଵଲ ଓବରା ସିଟ ପାଇଁ ପ୍ରଚାର କରୁଛନ୍ତି। ଏହି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଖୋଲା ଗାଡିରେ ରୋଡ ଶୋ କରିଥିଲେ ଏବଂ ତାଙ୍କ ପାଇଁ ଭୋଟ ମାଗିବା ସହିତ ଜିତାଇବାକୁ ଭୋଟରଙ୍କୁ ଅନୁରୋଧ କରିଥିଲେ। ଏବେ ଯେଉଁ ଭିଡିଓ ଭାଇରଲ ହେଉଛି, ସେଥିରେ ଅମିଷା କହୁଛନ୍ତି କି, ଡ. ପ୍ରକାଶ ଚନ୍ଦ୍ର ଏକ ନଂ ମିଛୁଆ, ବ୍ଲାକେମଲର ଏବଂ ଖରାପ ବ୍ୟକ୍ତିତ୍ୱ। ସେ ପ୍ରଚାର ସମୟରେ ମୋତେ ବହୁତ ହଇରାଣ କରିଛନ୍ତି।

amisha in bihar

ଅଡିଓ ମୁତାବକ ଅମିଷା କହୁଛନ୍ତି, ସେ ବିହାର ନିର୍ବାଚନ ପ୍ରଚାର ସମୟରେ ତାଙ୍କ ଅନୁଭବ ବହୁତ ଖରାପ ରହିଥିଲା। ଆଉ ମୋର ଦୁଷ୍କର୍ମ ମଧ୍ୟ ହୋଇପାରିଥାନ୍ତି। ମୁଁ ଠିକ୍‌ ଭାବେ ଶୋଇପାରୁନାହିଁ କିମ୍ବା ଖାଇପାରୁନାହିଁ। ମୁଁ ଏତେ ମାତ୍ରାରେ ଡରିଥିଲି ଯେ ନିଜେ ନିର୍ବାଚନ ପ୍ରଚାରର ପରଦିନ ସକାଳେ ନିଜ ପଇସାରେ ଟିକେଟ ବୁକ୍‌ କରି ମୁମ୍ବାଇ ଯାଇଥିଲି। ତେବେ ଏହି ଭାଇରଲ ଅଡିଓର ସତ୍ୟାସତ୍ୟ କେତେ ତାହା ପରେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.