ଅନ୍ତର୍ଜାତୀୟ ସ୍ତରରେ ଚମକିଲେ ଓଡିଆ ମହିଳା, ମିସେସ ସେଣ୍ଟ୍ରାଲ ଏସିଆ ପାସିଫିକ ୟୁନିଭର୍ସ ୨୦୧୯ ହେଲେ ଅମିତା ପଣ୍ଡା

ଅନ୍ତର୍ଜାତୀୟ ସ୍ତରରେ ଚମକିଲେ ଓଡିଆ ମହିଳା । ମିସେସ ସେଣ୍ଟ୍ରାଲ ଏସିଆ ପାସିଫିକ ୟୁନିଭର୍ସ- ୨୦୧୯ରେ ଭୂଷିତ ହୋଇଛନ୍ତି ଓଡ଼ିଆ ମହିଳା ଅମିତା ପଣ୍ଡା। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ତାଙ୍କୁ ମିସେସ ସେଣ୍ଟ୍ରାଲ ଏସିଆ ପାସିଫିକ ୟୁନିଭର୍ସ- ୨୦୧୯ କ୍ରାଉନରେ ସମ୍ମାନିତ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ସେ ବିଶ୍ୱସ୍ତରରେ ମିସେସ ୟୁନିଭର୍ସ୦୨୦୧୯ରେ ଭାରତକୁ ପ୍ରତିନିଧିତ୍ୱ କରିବେ। ଏହା ପୂର୍ବରୁ ଅମିତା ଗତବର୍ଷ ମିସେସ ଇଣ୍ଡିଆ ଗାଲାକ୍ସି- ୨୦୧୮ରେ ସମ୍ମାନିତ ହୋଇଥିଲେ। ସଫ୍‌ଟୱୟାର ବୃତ୍ତିରେ ଥିବା ଅମିତା ନିଜ ସଫଳତା ପାଇଁ ତାଙ୍କୁ ସ୍ୱାମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ମାନବାଧିକାର ସ୍ତରରେ ସଚେତନତା ସୃଷ୍ଟି ପାଇଁ ସେ କାର୍ଯ୍ୟ କରୁଛନ୍ତି।