୩୦ ବର୍ଷ ପରେ ଏକାଠି ଅଭିନୟ କରିବେ ଅମିତାଭ ବଚ୍ଚନ ଓ ଶବାନା ଆଜମୀ

ମୁମ୍ବାଇ : ୩୦ ବର୍ଷ ପରେ ପରଦାରେ ଏକାଠି ହେବେ ଅମିତାଭ ବଚ୍ଚନ ଓ ଶବାନା ଆଜମୀ। ନିର୍ଦ୍ଦେଶକ ଅନୁରାଗ ବାସୁ ଏହି ଯୋଡିକୁ ଏକାଠି କରିବାକୁ ଯାଉଛନ୍ତି। ଅନୁରାଗଙ୍କ ଆଗାମୀ ମଲଟିଷ୍ଟାରର ଫିଲ୍ମରେ ଅମିତାଭ ଓ ଶବାନାଙ୍କୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମରେ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ସୈଫ ଅଲ୍ଲୀ ଖାନ୍‌, ଆଦିତ୍ୟ ରାୟ କପୁର ଓ ତାପସୀ ପନ୍ନୁ। ଫିଲ୍ମର ଟାଇଟଲ ଏଯାଏଁ ଆନାଉନ୍‌ସ ହୋଇନାହିଁ।