Categories: ମନୋରଂଜନ

ମେଟ୍ରୋ-ଆରେ ବିବାଦ: ଅମିତାଭଙ୍କ ଟ୍ଵିଟ୍‌ ପରେ ରାଗିଲେ ଲୋକେ, ବୁଝାଇଲେ ଜଙ୍ଗଲ ଓ ବଗିଚା ମଧ୍ୟରେ ପାର୍ଥକ୍ୟ

ମୁମ୍ବାଇରେ ମେଟ୍ରୋ କାର୍‌ ସେଡ୍‌ ନିର୍ମାଣ ଲାଗି ଆରେ ଜଙ୍ଗଲ କାଟିବା ନେଇ ପ୍ରବଳ ବିରୋଧରେ ହେଉଛି। ଇତି ମଧ୍ୟରେ ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ଏକ ଟ୍ଵିଟ୍‌ ତାଙ୍କୁ ବିବାଦ ଘେରକୁ ଟାଣିନେଇଛି। ରିପୋର୍ଟ ମୁତାବକ, ଅମିତାଭ ମେଟ୍ରୋ ସୁବିଧାର ପ୍ରଶଂସା କରିବା ସହ ପ୍ରଦୂଷଣ ଦୂର କରିବା ପାଇଁ ନିଜ ବଗିଚାରେ ବୃକ୍ଷରୋପଣ କରିବାକୁ ଉପଦେଶ ଦେଇଛନ୍ତି। ଅମିତାଭଙ୍କ ଏହି ଟ୍ଵିଟ୍‌ ପରେ ଲୋକମାନେ ତାଙ୍କୁ ବିରୋଧ କରିବା ସହ ତାଙ୍କ ବଙ୍ଗଳା ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲେ।

ମଙ୍ଗଳବାର ଅମିତାଭ ଏକ ଟ୍ଵିଟ୍‌ କରି କହିଥିଲେ ଯେ, ମୋର ଜଣେ ବନ୍ଧୁଙ୍କୁ ମେଡିକାଲ ଏମରଜେନ୍ସି ଥିଲା। ସେ କାର୍‌ରେ ମେଡିକାଲ ଯିବା ବଦଳରେ ମେଟ୍ରୋରେ ଯିବାକୁ ଉଚିତ୍‌ ମଣିଲେ। ମେଟ୍ରୋରେ ଶୀଘ୍ର ଯାଇ ସେ ମେଡିକାଲରେ ପହଞ୍ଚି ସୁସ୍ଥ ହୋଇ ଫେରିଥିଲେ। ମେଟ୍ରୋରେ ଯାତ୍ରା ସର୍ବଦା ସୁବିଧାଜନକ ଓ ଶୀଘ୍ର ହୋଇଥାଏ ବୋଲି ଅମିତାଭ ଟ୍ଵିଟ୍‌ କରି କହିଥିଲେ। ସେ କେବଳ ମେଟ୍ରୋର ପ୍ରଶଂସା କରିନଥିଲେ ବରଂ ଏଥିସହ ଲୋକଙ୍କୁ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ। ସେ ଲେଖିଥିଲେ ଯେ ମୁଁ ମୋ ବଗିଚାରେ ଗଛ ଲଗାଇଛି, ଆଉ ଆପଣ।

ତେବେ ଅମିତାଭଙ୍କ ଏହି ଟ୍ଵିଟ୍‌ ପରେ ଲୋକେ ତାତିଥିଲେ। କିଛି ଲୋକ ଅମିତାଭଙ୍କ ଜୁହୁସ୍ଥିତି ବାସଭବନ ଜଲସା ସାମ୍ନାରେ ଏକାଠି ହୋଇ ତାଙ୍କୁ ବଗିଚା ଓ ଜଙ୍ଗଲ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାକୁ ପ୍ଲା-କାର୍ଡ ପ୍ରଦର୍ଶନ କରିଥିଲେ।

ଏହାସହ ପଢ଼ନ୍ତୁ: ଡ୍ରିମ୍‌ଗର୍ଲର ସଫଳତା ପରେ ସାର୍ଟଲେସ୍‌ ହେଲେ ଆୟୁଷ୍ମାନ୍‌, ଭାଇରାଲ୍‌ ହେଉଛି ଫଟୋ

ପ୍ରଦର୍ଶନ କରୁଥିବା ଜୁହୁ ନିବାସୀ ରିଗନ କ୍ରୀଡ଼ା କହିଛନ୍ତି ଯେ, ଆମର ବିରୋଧ ପ୍ରଦର୍ଶନ କରିବାର କୌଣସି ପ୍ଲାନ୍‌ ନ ଥିଲା। ଆମେ କେବଳ ଅମିତାଭଙ୍କୁ ଜଙ୍ଗଲ ଓ ବଗିଚା ମଧ୍ୟରେ ପାର୍ଥକ୍ୟ ଜଣାଇବାକୁ ଚାହୁଁଥିଲୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅମିତ ଜୀ ମେଟ୍ରୋକୁ ପ୍ରମୋଟ୍‌ କରୁଛନ୍ତି। ଆମେ ମଧ୍ୟ ଏହାକୁ ସମର୍ଥନ କରୁଛୁ। କିନ୍ତୁ ଏଥିପାଇଁ ବହୁ ମାତ୍ରାରେ ଗଛ ବଳି ପଡ଼ୁଛନ୍ତି। ଗଛ କଟାଯିବା ସମସ୍ୟାକୁ ମଧ୍ୟ ଅମିତ ଜୀ ବୁଝିବା ଜରୁରୀ ବୋଲି ସେ କହିଛନ୍ତି।

WCW 11

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

15 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

24 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

33 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

49 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago