କେବିସି ସେଟରୁ ଷ୍ଟାଇଲିସ ଲୁକରେ ନଜର ଆସିଲେ ଅମିତାଭ, ଫ୍ୟାନ୍ସ ହେଲେ ଦିୱାନା

ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱର ସହିତ ତାଙ୍କ ଷ୍ଟାଇଲ ବି ଫ୍ୟାନ୍ସ ମାନଙ୍କର ଖୁବ ପସନ୍ଦ । କିଛି ଦିନ ହେବ ସେ ରଙ୍ଗୀନ ରଙ୍ଗୀନ ଅବତାରରେ ନଜର ଆସୁଛନ୍ତି । ଏଇ ନିକଟରେ ବିଗ ବି ନିଜ ସୋସିଆଲ ମିଡ଼ିଆ ସାଇଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖାଯାଇଛିକି ଅମିତାଭ ସମ୍ପୂର୍ଣ୍ଣ ଭିନ୍ନ ଅନ୍ଦାଜର ପୋଷାକ ପିନ୍ଧିଛନ୍ତି । ନିଜ ଫ୍ୟାନ୍ସ ମାନଙ୍କ ସହିତ ଯୋଡି ରହିବା ପାଇଁ ଅମିତାଭ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଦେଖାଯାଏ । କିନ୍ତୁ ଏଥର ତାଙ୍କ ପୋଷ୍ଟ କିଛିଟା ଭିନ୍ନ ।

କହିରଖିବା ଉଚିତ ହେବକି “କୋୖନ ବନେଗା କରୋଡ ପତି”ର ନୂଆ ସିଜିନ୍ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଶୋ’ ସେଟରୁ ଜଣେ ସିନିୟର ବଚ୍ଚନ ଏହି ଫଟୋଟିକୁ ସେୟାର କରିଛନ୍ତି । ଏହା ସହ ସେ ଏକ ମଜାଦାର କ୍ୟାପ୍ସନ ବି ଦେଇଛନ୍ତି । ଆପଣ ମାନେ ଦେଖିପାରିବେ ଅମିତାଭ ଏହି ଫଟୋରେ ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିବା ସହିତ ଏକ ହୁଡ଼ି ପିନ୍ଧିଥିବା ମଧ୍ୟ ନଜର ଆସିଛନ୍ତି ।

 

 

ଯେବେକି ବେକରେ ଏକ ନୀଳରଙ୍ଗର ମଫଳର ପକାଇଛନ୍ତି । ତଳେ ସେ କଳା ରଙ୍ଗର ଏକ ପ୍ରିଣ୍ଟଡ଼ ଢିଲା ପାଇଜାମା ପିନ୍ଧିଛନ୍ତି । ଏହା ସହ ବଚ୍ଚନ ଲେଖିଛନ୍ତିକି, ” ପହନ୍ନେ ଦୋ ଦିୟା ପାଇଜାମା, ଲଗା ଶାଢ଼ୀ କୋ ଫଡା, ଆଗେ ଛୋଟୀ ଜେବ ଦେ ଦି, ଓ ପଛରେ ଲାଗିଛି ନଡା ।” ଅମିତାଭଙ୍କ ଏହି ପୋଷ୍ଟ ଉପରେ ୟୁଜର୍ସ ମାନେ ଭରପୁର ମାତ୍ରାରେ କମେଣ୍ଟ ମଧ୍ୟ କରିଛନ୍ତି । କିଛି ଜଣ ତ ତାଙ୍କ ତୁଳନା ରଣବୀର କପୁରଙ୍କ ସହିତ ବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.