ମତ ସାବ୍ୟସ୍ତ କଲେ ବିଗ୍ ବି ଅମିତାଭ ବଚ୍ଚନ, ପରିବାର ସହିତ ଭୋଟ୍ କେନ୍ଦ୍ର ଆସିଲେ
ମହାରାଷ୍ଟ୍ରରେ ୫ମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ସକାଳୁ ଅନେକ ବଲିଉଡ୍ ଏବଂ ଟିଭି ତାରକା ଭୋଟ୍ ଦେଇସାରିଥିବା ବେଳେ ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଭୋଟ୍ ଦେବା ପାଇଁ ଜମନାବାଇ ବୁଥ୍ରେ ପହଞ୍ଚିଥିଲେ ।

ମହାରାଷ୍ଟ୍ରରେ ୫ମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ସକାଳୁ ଅନେକ ବଲିଉଡ୍ ଏବଂ ଟିଭି ତାରକା ଭୋଟ୍ ଦେଇସାରିଥିବା ବେଳେ ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଭୋଟ୍ ଦେବା ପାଇଁ ଜମନାବାଇ ବୁଥ୍ରେ ପହଞ୍ଚିଥିଲେ । ସେ ନିଜ ପରିବାର ସହିତ ଭୋଟ୍ ଦେବାକୁ ଆସିଥିଲେ ।
ମତଦାନ କେନ୍ଦ୍ର ବାହାରୁ ଅନେକ ସେଲିବ୍ରିଟିଙ୍କ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଜାହ୍ନବୀ କପୁର, ରାଜକୁମାର ରାଓ, ଶାହରୁଖ ଖାନଙ୍କ ସହ ଅମିତାଭ ବଚ୍ଚନଙ୍କୁ ମଧ୍ୟ ତାଙ୍କ ପରିବାର ସହିତ ଦେଖାଯାଇଛି । ଐଶ୍ୱର୍ଯ୍ୟା ରାୟ ଭୋଟ୍ ଦେବା ପରେ କ୍ୟାମେରା ସାମ୍ନାରେ ଇଙ୍କ୍ ଲଗାଇଥିବା ଆଙ୍ଗୁଠିକୁ ଦେଖାଉଥିବାର ନଜର ଆସିଥିଲେ ।
ବଲିଉଡ୍ ସେଲିବ୍ରିଟିଙ୍କ ମଧ୍ୟରେ ଅକ୍ଷୟ କୁମାର, ଫରହାନ ଅଖତର, ଜାହ୍ନବୀ କପୁର, ଦୀପିକା ପାଦୁକୋନ, ରଣବୀର ସିଂ, ରାଜକୁମାର ରାଓ, ଅନୁପମ ଖେର ଓ ଧର୍ମେନ୍ଦ୍ର ନିଜର ମତ ସାବ୍ୟସ୍ତ କରିସାରିଛନ୍ତି । ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ପରିବାର ସହିତ ନିର୍ବାଚନରେ ମତ ସାବ୍ୟସ୍ତ କରିବା ପାଇଁ ପହଞ୍ଚିଥିଲେ । ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଅମିତାଭଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଧଳା କୁର୍ତ୍ତା ପାଇଜାମାରେ ପତ୍ନୀ ଜୟା ବଚ୍ଚନଙ୍କ ସହ ବୁଥ୍ ଭିତରକୁ ଯାଉଥିବାର ଦେଖାଯାଉଛନ୍ତି ।
ଅମିତାଭଙ୍କ ସହ ଜୟା ବଚ୍ଚନ ବି ଧଳା ସୁଟ୍ ପିନ୍ଧିଥିବାର ନଜର ଆସିଥିଲେ । ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ଭୋଟ୍ ଦେବା ପରେ କ୍ୟାମେରା ସାମ୍ନାରେ ଇଙ୍କ୍ ଲାଗିଥିବା ଆଙ୍ଗୁଠିକୁ ଦେଖାଇଥିଲେ । ଏହି ସମୟରେ ତାଙ୍କୁ ଧଳା ରଙ୍ଗର ଲୁଜ୍ ସାର୍ଟରେ ଦେଖିବାକୁ ମିଳିଥିଲା ।
ସେପଟେ ଦୀପିକା ପାଦୁକୋନ ଓ ରଣବୀର ସିଂ ମଧ୍ୟ ଭୋଟ୍ ଦେବାକୁ ଆସିଥିଲେ । ଦୁହିଁଙ୍କୁ ଦେଖିବା ପାଇଁ ବୁଥ୍ରେ ପ୍ରବଳ ଭିଡ଼ ଜମିଥିଲା । ଦୀପିକା ଓ ରଣବୀର ଉଭୟ ଧଳା ସାର୍ଟ ଏବଂ ନୀଳ ଜିନ୍ସରେ ଟ୍ଵିନିଂ କରିଥିବାର ନଜର ଆସିଥିଲେ । ଏତିକି ନୁହେଁ, ଏହି ସମୟରେ ଅଭିନେତ୍ରୀଙ୍କ ବେବି ବମ୍ପ୍ର ଝଲକ୍ ମଧ୍ୟ ଦେଖିବାକୁ ମିଳିଥିଲା ।