ବୁଝିଲେନି ରେଖା, ଶେଷରେ ସମସ୍ତଙ୍କ ସାମ୍ନାରେ ଶାହାରୁଖ ଖାନ୍‌ଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ଅମିତାଭ ବଚ୍ଚନ

ଟେଲିଭିଜନ୍‌ର ଲୋକପ୍ରିୟ ଶୋ’ କୌନ ବନେଗା କରୋଡ଼ପତିର ଏକ ଏପିସୋଡ୍‌ରେ ଶୋ’ର ହୋଷ୍ଟ ଅମିତାଭ ବଚ୍ଚନ ଶାହାରୁଖ ଖାନ୍‌ଙ୍କୁ କ୍ଷମା ମାଗିଛନ୍ତି। ରେଖାରାଣୀ ନାମକ ଜଣେ ପ୍ରତିଯୋଗୀ ଅମିତାଭଙ୍କ କଥା ନ ଶୁଣିବାକୁ ବାଧ୍ୟ ହୋଇ ଅମିତାଭ ଶାହାରୁଖଙ୍କୁ କ୍ଷମା ମାଗିଛନ୍ତି। ରେଖା ରାଣୀ ଅମିତାଭଙ୍କୁ କହିଥିଲେ ଯେ ଗୋଟିଏ କଥା ଯୋଗୁ ସେ ବହୁତ ଦୁଃଖୀ ହୋଇଛନ୍ତି।

ଏହାର କାରଣ ପଚାରିବାରୁ ରେଖାରାଣୀ କହିଥିଲେ ଯେ ଶାହାରୁଖ ତାଙ୍କର ସବୁଠୁ ପ୍ରିୟ ଅଭିନେତା। ଫିଲ୍ମ ମୋହାବତେଁରେ ଶାହାରୁଖଙ୍କୁ ଅମିତାଭ ଗାଳି ଦେଇଥିଲେ, ଯାହା ତାଙ୍କୁ ବହୁତ ଖରାପ ଲାଗିଥିଲା। ଏହାର ଉତ୍ତରରେ ଅମିତାଭ କହିଥିଲେ ଶାହାରୁଖ ମଧ୍ୟ ଅମିତାଭଙ୍କୁ ପାଟି କରିଥିଲେ। ସେ ଯେତେ ବୁଝାଇଲେ ମଧ୍ୟ ରେଖାରାଣୀ କିଛି ବୁଝିନ ଥିଲେ। ରେଖାରାଣୀ ଫିଲ୍ମ‘ କଭି ଖୁସି କଭି ଗମ’ର ଉଦାହରଣ ଦେଇ କହିଥିଲେ ଯେ ସେହି ଫିଲ୍ମରେ ଅମିତାଭ ଶାହାରୁଖଙ୍କୁ ଘରୁ ବାହାର କରି ଦେଇଥିଲେ।

rekha

ରେଖାଙ୍କ ଅନୁସାରେ ସେତେବେଳେ ସେ ଖୁବ୍‌ ଛୋଟ ଥିଲେ ଓ ଏହି ସିନ୍‌ ଦେଖି ସେ ବହୁତ କାନ୍ଦିଥିଲେ। ଅମିତାଭ କହିଥିଲେ ଏସବୁ ତାଙ୍କୁ ସ୍କ୍ରିପ୍ଟ ଅନୁସାରେ କରିବାକୁ ପଡ଼ିଥିଲା। ତଥାପି ରେଖା କିଛି ବୁଝିନଥିଲେ। ଶେଷରେ ଅମିତାଭଙ୍କୁ ରେଖାଙ୍କ ସାମ୍ନାରେ ହାର ମାନିବାକୁ ପଡ଼ିଥିଲା। ସେ କହିଥିଲେ ରେଖାଙ୍କ ମନ ଦୁଃଖ କରିଥିବାରୁ ସେ ବି ଦୁଃଖୀ ଓ ସେ ଶାହାରୁଖଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ।

Leave A Reply

Your email address will not be published.