କୋଟିପତି ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ : ବିଗ୍ ଆରମ୍ଭ କଲେ କେବିସି ୧୦ର ସୁଟିଂ

କୋଟିପତି ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ଅନ୍ତ ହେବାକୁ ଯାଉଛି ଆପଣଙ୍କ ଅପେକ୍ଷା । କାରଣ ଲୋକପ୍ରିୟ ଟେଲିଭିଜନ୍ ସୋ କେବିସି ସିଜିନ୍ ୧୦ର ସୁଟିଂ ଆରମ୍ଭ କରିସାରିଛନ୍ତି ମହାନାୟକ ଅମିତାଭ୍ ବଚ୍ଚନ । ଏନେଇ ନିଜେ ବିଗ୍ ବି ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଅମିତାଭ୍ ଟୁଇଟ୍ କରି କହିଛନ୍ତି, ପୁଣି ଥରେ ଆରମ୍ଭ ହେଲା କେବିସି । ଏହି ସୋ ଆରମ୍ଭ ହେବାର ୧୮ ବର୍ଷ ହୋଇସାରିଲାଣି । ଏବେ ୧୦ମ ସିଜିନ୍ ଆସୁଛି । ଆପଣଙ୍କ ପ୍ରେମ ଏବଂ ସମର୍ଥନ ବିନା ଏହା ସମ୍ଭବ ହୋଇ ପାରିନଥାନ୍ତା ।

ବର୍ଷ ୨୦୦୦ରୁ ଅମିତାଭ୍ ଏହି ସୋ ସହ ଜଡିତ ଅଛନ୍ତି । ତେବେ କେବିସି ଗତ ସିଜିନଟି ଖୁବ୍ ଲୋକପ୍ରିୟ ହୋଇଥିଲା । ଯେବେ ବି ଆରମ୍ଭ ହେଉଛି ଟିଆରପି ମାମଲାରେ ଅନ୍ୟ ସିରିୟଲକୁ ପଛରେ ପକାଇଦେଉଛି କେବିସି । ତେବେ ଏହି ସିଜିନକୁ ଛୋଟ ରଖିବା ପାଇଁ ମେକର୍ସଙ୍କୁ ଅନୁରୋଧ କରିଛନ୍ତି ବିଗ୍ ବି । ଏହି ସୋ ୩ ଡିସେମ୍ବରରେ ଆରମ୍ଭ ହେବ । ସୋମବାରରୁ ରବିବାର ରାତି ୯ଟାରେ ପ୍ରସାରଣ ହେବ କେବିସି ୧୦ ।