ସୁପରହିଟ୍ ହେଲା ‘ବଦଲା’ . . . ହେଲେ କେହି କଲେ ନାହିଁ ପ୍ରଶଂସା : ବାଦଶାହାଙ୍କୁ ଅଭିଯୋଗ କଲେ ଶେହେନ୍ସା

ସୁପରହିଟ୍ ଥିଲା ଅମିତାଭ୍ ଏବଂ ତାପସୀ ପନ୍ନୁଙ୍କ ସସପେନ୍ସ ଥ୍ରିଲର୍ ଫିଲ୍ମ ବଦଲା । ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା ସୁଜୋୟ ଘୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ । ସମାଲୋଚକ ମଧ୍ୟ କରିଥିଲେ ପ୍ରଶଂସା । ତେବେ ସଫଳ ହେଲେ ବି ଫିଲ୍ମଟିକୁ ବେଶୀ ଲାଇମଲାଇଟ୍ ନମିଳିବାରୁ କ୍ଷୁବ୍ଧ ଅଛନ୍ତି ବିଗ୍ ବି ।
ଟୁଇଟ୍ ଜରିଆରେ ନିଜ ମନ କଥା କହିଛନ୍ତି ଅମିତାଭ୍ । କହିଛନ୍ତି ବଦଲା ସୁପରହିଟ୍ ହେଲେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର କେହି ବି ଏହାକୁ ପ୍ରଶଂସା କରିନାହାଁନ୍ତି । କେହି ବି ଏହି ଫିଲ୍ମର ସଫଳତା ବିଷୟରେ ଚର୍ଚ୍ଚା କରୁନାହାଁନ୍ତି । ନା ନିର୍ମାତା, ନା ବିତରକ, ନା ଅନଲାଇନ୍ ପ୍ରଡ୍ୟୁସର୍ ନା ଇଣ୍ଡଷ୍ଟ୍ରିର କେହି ଏହାର ପ୍ରଶଂସା ପାଇଁ ଗୋଟିଏ ସେକେଣ୍ଡ ବି ଖର୍ଚ୍ଚ କରିବାକୁ ରାଜି ନାହାଁନ୍ତି । ବିଗ୍ ବି ଙ୍କ ପୋଷ୍ଟରୁ ତାଙ୍କ ମନ କଥା ସ୍ପଷ୍ଟ ଭାବରେ ଜଣା ପଡୁଛି ।
ତେବେ ବିଗ୍ ବିଙ୍କ ଏହି ଟୁଇଟ୍ ପରେ ଉତ୍ତର ଦେଇଛନ୍ତି ଫିଲ୍ମର ପ୍ରଯୋଜକ ଶାହାରୁଖ୍ ଖାନ୍ । ଲେଖିଛନ୍ତି, ସାର୍ ଆମେ ଅପେକ୍ଷା କରିଛୁ ଆପଣ ପାର୍ଟି କେବେ ଦେବେ । ପ୍ରତିରାତିରେ ଆମେ ଜଲସା ବାହାରେ ଅପେକ୍ଷା କରି ରହୁଛୁ । ବିଗ୍ ବି ମଧ୍ୟ ଅଟକି ଯିବା ଲୋକ ନୁହଁନ୍ତି । ଶାହାରୁଖଙ୍କ ଏହି ଟୁଇଟର ଉତ୍ତର ମଧ୍ୟ ଅତ୍ୟନ୍ତ ମଜାଦାର ଭାବରେ ଦେଇଛନ୍ତି ଅମିତାଭ୍ । ବଲିଉଡ୍ ଶେହେନ୍ସା ଏବଂ ବାହଶାହାଙ୍କ ଏହି ଟୁଇଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦେଖିବାକୁ ବାକି ରହିଲା ବଦଲାର ସଫଳତା ପରେ କିଏ ଦେଉଛି ପାର୍ଟି, ଶେହେନ୍ସା ନା ବାଦଶାହା ?
… about time someone started talking about this silent success .. !! because neither the Producer, nor the distributor, nor the on line Producer, or any else in the Industry, in general .. has even spent a nano second to compliment the success of this film #Badla .. thk u https://t.co/nglxm4f9bH
— Amitabh Bachchan (@SrBachchan) April 9, 2019
Sir hum toh wait kar rahein hain ki aap party kab de rahein hain hum sabko! We r waiting outside Jalsa every nite! https://t.co/9vix8rvwuP
— Shah Rukh Khan (@iamsrk) April 9, 2019
Sir film aapki hai…acting aapki hai…Hit aapki wajah se hai…aap na hote toh film hi na hoti. Toh party…bhi??https://t.co/7cunRO68rC
— Shah Rukh Khan (@iamsrk) April 10, 2019