ହସ୍ପିଟାଲରେ ଥିବା ସମୟରେ ରାତି ଅଧରେ ଭାବୁକ ହେଲେ ବିଗ୍ ବି, ଟ୍ବିଟ୍ କରି ଲେଖିଲେ ଏମିତି କିଛି

ଅଭିନେତା ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ବର୍ଯ୍ଯା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ଯା ବଚ୍ଚନ ଗତ କିଛି ଦିନ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଯେବେଠାରୁ ଏହି ଖବର ପ୍ରଚାର ହେବାରେ ଲାଗିଛି ସେବେଠାରୁ ବିଭିନ୍ନ ସ୍ଥାନରେ ଲୋକମାନେ ବଚ୍ଚନ ପରିବାର ଜଲଦି ସୁସ୍ଥ ହେବା ପାଇଁ ପୂଜାର୍ଚ୍ଚନା କରାଯାଉଛି। ଫ୍ଯାନ୍ସମାନଙ୍କର ଏଭଳି ଭଲପାଇବା ଦେଖି ଅମିତାଭ ଭାବୁକ ହୋଇ ଉଠିଛନ୍ତି। ଏନେଇ ଅମିତାଭ ଟ୍ବିଟ କରି ମୁଁ ସମସ୍ତଙ୍କୁ କ୍ତଜ୍ଞତା ଜଣାଇଛନ୍ତି।

amitabh-1ସୂଚନା ମୁତାବକ ବର୍ତ୍ତମାନ ଅମିତାଭ ବଚ୍ଚନ ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ କହିବାନୁଯାୟୀ, ଅମିତାଭଙ୍କ ସ୍ବାସ୍ଥ୍ଯବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଅନ୍ଯପଟେ ଅମିତାଭଙ୍କ ଫ୍ଯାନମାନେ ତାଙ୍କ ପାଇଁ ଥିବା ଭଲପାଇବା ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି, ଯାହାକୁ ଦେଖି ଅମିତାଭ ଭାବୁକ ହୋଇଛନ୍ତି।

ଏସବୁ ମଧ୍ଯରେ ବିଗ୍ ବି ହସ୍ପିଟାଲରେ ଥିବା ସମୟରେ ଟ୍ବିଟ କରିଛନ୍ତି, ‘ମରେ ଏସଏମଏସ୍, ହ୍ବାଟ୍ସଆପ୍, ଇଷ୍ଟା, ବ୍ଲଗ ଏବଂ ସମସ୍ତସୋସିଆଲ ମିଡିଆ ମାଧ୍ଯମରେ ଆମ ଭଲ ପାଇଁ ଆପଣଙ୍କ ଆଶୀର୍ବାଦ , ଭଲପାଇବା ଏବଂ ପ୍ରାର୍ଥନା ମିଳିଛି। ଏଥିପାଇଁ ମୋ କ୍ତଜ୍ଞତାର କୌଣସି ସୀମା ନାହିଁ। ହସ୍ପିଟାଲର ପ୍ରୋଟୋକଲ ପ୍ରତିବନ୍ଧାତ୍ମକ, ଏନେଇ ମୁଁ ଆଉ ଅଧିକ କିଛି କହିପାରିବି ନାହିଁ, ସମସ୍ତଙ୍କ ପ୍ରତି ମୋର ବହୁତ ସାରା ଭଲପାଇବା….।’

ସୂଚନାଯୋଗ୍ଯ ଗତ ୧୧ ଜୁଲାଇରେ ଅମିତାଭ ବଚ୍ଚନ କେରାନା ପଜିଟିଭ୍ ଚିହ୍ନଟ ହେବା ପରେ ଏ ସମ୍ପର୍କରେ ବିଗ୍ ବି ନିଜେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଥିଲେ। ଏହାପରେ ତାଙ୍କ ପରିବାରର ସମସ୍ତଙ୍କ ସ୍ବାବ ଟେଷ୍ଟ କରାଯାଇଥିବା ବେଳେ କେବଳ ଜୟା ବଚ୍ଚନଙ୍କୁ ଛାଡି ସମ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.