ଶ୍ରୀରାମ ଜନ୍ମଭୂମି ଇତିହାସ ଉପରେ ଆଧାରିତ ଫିଲ୍ମର ଭଏସ ଦେବେ ଅମିତାଭ ବଚ୍ଚନ !

ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କ ଅନ୍ଦାଜକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରନ୍ତି। ଅମିତାଭଙ୍କ ଦମଦାର ସ୍ୱର ଫ୍ୟାନ୍ସଙ୍କୁ ଆକୃଷ୍ଟ କରିଥାଏ। ଏବେ ବିଗ ବିଙ୍କୁ ଶ୍ରୀରାମ ଜନ୍ମଭୂମି ଇତିହାସ ଉପରେ ଆଧାରିତ ଫିଲ୍ମରେ ଭଏସ ଦେବା ପାଇଁ ଅନୁରୋଧ କରାଯାଇଛି ।

ଖବର ମୁତାବକ, ଶ୍ରୀରାମଙ୍କ ଜନ୍ମଭୂମି ଇତିହାସ ଉପରେ ଆଧାରିତ ଏକ ଫିଲ୍ମ ପାଇଁ ଭଏସ ଦେବାକୁ ବିଗ୍‌ ବିଙ୍କୁ ଅନୁରୋଧ କରାଯାଇଛି। ଶ୍ରୀରାମ ମନ୍ଦିର ନିର୍ମାଣ ସମିତି ଏହା ବିଷୟରେ ସୂଚନା ଦେଇଛି। ଏହି ସୂଚନା ଅନୁସାରେ, ଏକ ସମିତି ଗଠନ କରାଯାଇଛି, ଯେଉଁଥିରେ ଫିଲ୍ମ ସେନ୍ସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ ଯୋଶୀ, ଫିଲ୍ମ ନିର୍ଦ୍ଦେଶକ ଡ. ଚନ୍ଦ୍ରପ୍ରକାଶ ଦ୍ୱିବେଦୀ, ଲେଖକ ଯତିନ୍ଦ୍ର ମଶ୍ର ଏବଂ ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ କଳା କେନ୍ଦ୍ରର ସଚିବ ସଚିଦାନନ୍ଦ ଯୋଶୀ ସାମିଲ ରହିଛନ୍ତି ।

ଶ୍ରୀରାମ ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି କି, ଅମିତାଭ ବଚ୍ଚନଙ୍କୁ ଫିଲ୍ମର ବର୍ଣ୍ଣନ ପାଇଁ ଭଏସ ଦେବାକୁ ଅନୁରୋଧ କରାଯାଇଛି। ଏହାକୁ ନେଇ ଅମିତାଭ ବଚ୍ଚନ ଯାହା ଉତ୍ତର ଦେବେ, ତାହା ପରେ ହିଁ କିଛି ସୂଚନା ମିଳିବ। ଯଦି ଅମିତାଭ ଭଏସ ଦିଅନ୍ତି, ତେବେ ଫିଲ୍ମର ସ୍ୱତନ୍ତ୍ରତା ବଢିଯିବ ।

ବଲିଉଡ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ। ଅମିତାଭ ଏପର୍ଯ୍ୟନ୍ତ ଅନେକ ଫିଲ୍ମରେ ଦମଦାର ପରଫରମାନ୍ସ ପାଇଁ ଦର୍ଶକଙ୍କ ହୃଦୟ ଜିତିନେଇଛି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ବ୍ରହ୍ମାସ୍ତ୍ର, ଗୁଡବାଏ, ଉଞ୍ଚାଇ ଦର୍ଶକଙ୍କ ହୃଦୟ ଜିତିନେଇଛି ।

ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରି ନିଜ ନାମ, ଫଟୋ, ସ୍ୱର ଏବଂ ଅନ୍ୟାନ୍ୟ ପ୍ରତୀକକୁ ବିନା ଅନୁମତିରେ ବ୍ୟବହାର ଉପରେ ରୋକ୍‌ ଲଗାଇବାକୁ ଦାବି କରିଥିଲେ। ଏହି ପିଟିସନ ଉପରେ ଶୁଣାଣି ବେଳେ ହାଇକୋର୍ଟ ଆଜି ନିଜର ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି। କୋର୍ଟ କହିଛନ୍ତି କି, ଏବେ ଭବିଷ୍ୟତରେ ଅମିତାଭ ବଚ୍ଚନଙ୍କ ଅନୁମତି ବିନା ତାଙ୍କ ଫଟୋ, ସ୍ୱର ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ପ୍ରତୀକ ବ୍ୟବହାର ହୋଇପାରିବ ନାହିଁ। ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଏହି ନିଷ୍ପତ୍ତି ସହ ଜଡିତ ନିଜର ଆଦେଶ ଜାରି କରିଛନ୍ତି।

ହାଇକୋର୍ଟ ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ଟେଲିକମ୍ ଅପରେଟରଙ୍କୁ ବି ଏହି ପ୍ରସଙ୍ଗରେ ତାଙ୍କ ଆଦେଶ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଜି କୋର୍ଟରେ ଶୁଣାଣି ସମୟରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଓକିଲ ହରିଶ ସାଲଭେ କହିଛନ୍ତି, ‘ମୋ କ୍ଲାଇଣ୍ଟ୍‌ଙ୍କ ବ୍ୟକ୍ତିଗତ ଅଧିକାର ଖରାପ କରାଯାଉଛି। ସେ ଚାହାନ୍ତି ଯେ ତାଙ୍କ ନାମ, ସ୍ୱର ଓ ଫଟୋ ତାଙ୍କ ବିନା ଅନୁମତିରେ ବ୍ୟବହାର ହେବା ଉଚିତ୍‌ ନୁହେଁ’।
Leave A Reply

Your email address will not be published.