ଅଭିଷେକ ବଚ୍ଚନଙ୍କ ଫିଲ୍ମ ଆଇ ୱାଣ୍ଟ ଟୁ ଟକ ସିନେମା ହଲରେ ରିଲିଜ ହୋଇ ସାରିଛି । ସୁଜିନ ସରକାରଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ତିଆରି କରାଯାଇଛି । ଏହି ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ସହିତ ଅହଲ୍ୟା ବାମରୁ, ବନିତା ସିନ୍ଧୁ, ଜନି ଲିବର ପ୍ରମୁଖ କଳାକାରମାନେ ନଜରକୁ ଆସିଥିଲେ । ଏହି ଫିଲ୍ମରେ ସମସ୍ତଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଛି । ପ୍ରଥମ ଦିନରୁ ହିଁ ଫିଲ୍ମଟିର ଆୟ ଧୀରେ ଧୀରେ ବଢିବାରେ ଲାଗିରହିଛି । ବିଗ ବି ଅମିତାଭ ବଚ୍ଚନ ମଧ୍ୟ ନିଜ ପୁଅର ଏହି ଫିଲ୍ମକୁ ଦେଖିବାକୁ ଆସିଥିଲେ । ଏହାପରେ ମେଗାଷ୍ଟାର ଏହି ଫିଲ୍ମ ଉପରେ ଏକ ରିଭ୍ୟୁ ସେୟାର କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ କଣ କହିଛନ୍ତି ।
ଗତବର୍ଷ ୨୦୨୩ ମସିହାରେ ଝୁମର ଫିଲ୍ମରେ ଦର୍ଶକମାନଙ୍କ ଆଗରେ ନଜର ଆସିଥିଲେ ଅଭିନେତା ଅଭିଷେକ ବଚ୍ଚନ । ଏହାପରେ ତାଙ୍କ ନୁଆ ଫିଲ୍ମ ଆଇ ୱାଣ୍ଟ ଟୁ ଟକରେ ବଡ ପରଦାରେ ନଜର ଆସିଛନ୍ତି ଜୁନିୟର ବଚ୍ଚନ । ଏହି ଫିଲ୍ମଟି ସୁଜିନ ସରକାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି ବକ୍ସ ଅଫିସରେ ୩ ଦିନ ହେଲା ପଡି ସାରିଛି । ଗତ ୨୨ ତାରିଖରେ ଏହିଫିଲ୍ମ ସିନେମା ହଲରେ ରିଲିଜ ହୋଇଥିଲା । ଏହି ଫିଲ୍ମର ଆୟ ଧୀରେ ଧୀରେ ବଢୁଛି । କିନ୍ତୁ ଅଭିଷେକଙ୍କ ଅଭିନୟ ଏହି ପିଲ୍ମଟିରେ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଏପରିକି ଫିଲ୍ମକୁ ନେଇ ବିଗ ବି ରିଭ୍ୟୁ ସେୟାର କରିଛନ୍ତି । ଏହି ଫିଲ୍ମ ଏକ ପାରିବାରିକ କାହାଣୀ । ଯାହାର କାହାଣୀକୁ ରିତେଶ ଶାହା ଲେଖିଛନ୍ତି । ଏହା ରାଇଜିଙ୍ଗ ସନ ଫିଲ୍ମସ ଏବଂ କିନୋ ୱାର୍କସଙ୍କ ଦ୍ବାରାପ୍ରଯୋଜନା କରାଯାଇଛି । ଏହି ଫିଲ୍ମ ଏକ ସତ ଘଟଣାକୁ ନେଇ ନିର୍ମାଣ କରାଯାଇଛି ।
ଯେଉଁଠାରେ ଅଭିଷେକ ବଚ୍ଚନ ଅର୍ଜୁନ ସେନ ନାମକ ଏନଆରଆଇ ଚରିତ୍ରରେ ଅଭିନୟ କରିଛନ୍ତି । ଅର୍ଜୁନ କ୍ୟାନ୍ସର ରୋଗୀ ଯିଏକି ଏହି ରୋଗ ସହ ଲଢୁଛନ୍ତି । ଏହାସହ ତାଙ୍କର ସର୍ଜରୀ ହେବାକୁ ଯାଉଛି । ସେ ନିଜ ଝିଅ ସହ ପିଲାଦିନରୁ ଆସୁଥିବା କଠିନ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରିଛନ୍ତି । ଏହି ଫିଲ୍ମର ସୁଟିଙ୍ଗ କାଲିଫର୍ଣ୍ଣିଆରେ କରାଯାଇଛି । ବଲିଉଡର ମହାନାୟକ କୁହାଯାଉଥିବା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକଙ୍କ ଆଇ ୱାଣ୍ଟୁ ଟୁ ଟକ ଫିଲ୍ମଟିର ଖୁବ ପ୍ରଂଶସା କରିଛନ୍ତି । ସେ ନିଜର ବ୍ଲଗରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ପୁଅ ଅଭିଷେକ ଓ ଫିଲ୍ମ ବିଷୟରେ ଲେଖା ହୋଇଛି । ଏହି ପୋଷ୍ଟରେ ଅମିତାଭ କହିଛନ୍ତି କି ଏହି ଫିଲ୍ମଟି ଦର୍ଶକକୁ ଏମିତି ବାନ୍ଧି ରଖିଛି ଯାହା ଫଳରେ ଦର୍ଶକ ଏହି ଫିଲ୍ମଟିରେ ନିଜକୁ ଏକ ଅଂଶ ବୋଲି ବିଚାର କରିବେ । ଅଭିଷେକ ନିଖୁଣ ଭାବରେ ଅର୍ଜୁନ ସେନଙ୍କ ଅଭିନୟ ଖୁବ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ।
ଯାହାକି ଏକ ସୁନ୍ଦର ଛାପଟିଏ ଛାଡିଛନ୍ତି । ପୁଅର ଫିଲ୍ମକୁ ପ୍ରଶଂସା କରିବା ପରେ ଅମିତାଭ ବଚ୍ଚନ ଟ୍ରୋଲର ଙ୍କୁ କଡା ଜବାବ କରିଥିଲେ । ନିଜ ବାପା ହରିବଂଶ ରାୟ ବଟ୍ଟନଙ୍କର କବିତାର କିଛି ଧାଡି କହିଥିଲେ । ଲୋକ ନିଜ ଆବଶକୀୟତାକୁ ପୁରଣ କରିବାପାଇଁ ବେଳେବେଳେ ଭଲ ଖରାପ ଭାବିଥାନ୍ତି । ଯାହାକି ତାଙ୍କର ନିଜ ଭାବନା ଓ ଚିନ୍ତାଧାରା ଉପରେ ନିର୍ଭର କରିଥାଏ । କାହାର ଭଲ ଓ ଖରାପ ଦେଖିବାର ଇଛା ମଣିଷର ବକ୍ତିତ୍ବ ଉପରେ ନିର୍ଭର କରିଥାଏ । ଯାହାକି ତାଙ୍କର ପରିଚୟ ହୋଇଥାଏ । ଏହା ତାଙ୍କ ପାଇଁ ସତ ନୁହେଁ ଯାହାକି ତାଙ୍କ ଆବଶ୍ୟକ ତା ଉପରେ ନିର୍ଭର କରେ । ଏହି ଫିଲ୍ମଟି ନିର୍ମାଣରେ ୩୦ କୋଟିର ବଜେଟରେ ତିଆରି ହୋଇଛି ବୋଲି ଚର୍ଚ୍ଚା କରାଯାଇଛି । ଏହି ଫିଲ୍ମଟି କମ ଆୟ କରିଛି । ଏହା କହିବା ମୁସ୍କିଲ କି ଏହି ପିଲ୍ମଟି ନିଜ ବଜେଟ ର ପାଖାପାଖି ଆୟ କରିପାରିବ ।