ଅମିତାଭଙ୍କ ଘର ବାହାରେ MNS ଲଗାଇଲା ପୋଷ୍ଟର, ଜାଣନ୍ତୁ ପୁରା ମାମଲା

ମହାନାୟକ ଅମିତାଭ ବଚ୍ଚନ ସବୁବେଳେ ଚର୍ଚ୍ଚାରେ। କିନ୍ତୁ ଏଥର ଚର୍ଚ୍ଚାରେ ରହିବାକୁ କାରଣ ସବୁଠାରୁ ଅଲଗା। ମୁମ୍ବାଇର ଜୁହୁ ସ୍ଥିତ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ୍ଷା’ ବାହାରେ ଏମିତି କିଛି ପୋଷ୍ଟର ଲାଗିଛି, ଯାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ଯ ହୋଇଛନ୍ତି। ଏହି ପୋଷ୍ଟର ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବନିର୍ମାଣ ସେନା ଲଗାଇଛି।

ବୁଧବାର ରାତିରେ ଲଗାଯାଇଥିବା ଏହି ପୋଷ୍ଟରରେ ଅମିତାଭ ବଚ୍ଚନଙ୍କ ମହାନ ହୃଦୟ ଦେଖାଇବାକୁ ପାଇଁ ଅପିଲ୍ କରାଯାଇଛି। ଏହି ପୋଷ୍ଟର ଜରିଆରେ ଅପିଲ କରାଯାଇଛି କି, ଜ୍ଞାନେଶ୍ବର ରାସ୍ତା ପ୍ରଶସ୍ତିକରଣ ପାଇଁ ଅମିତାଭ ସାହାଯ୍ଯ କରନ୍ତୁ ଏବଂ ପ୍ରଶାସନକୁ ସହାୟତା କରନ୍ତୁ।

ମୁମ୍ବାଇ ମୁନିସିପାଲ ଦ୍ବାରା ଅମିତାଭଙ୍କ ଘର ପ୍ରତୀକ୍ଷାର ଏକ କାନ୍ଥ ଭାଙ୍ଗିବା ପାଇଁ ଯୋଜନା ହେଉଛି। ବିଏମସି ଏହି ମାମଲାରେ ୨୦୧୭ରେ ଅମିତାଭ ବଚ୍ଚନଙ୍କୁ ନୋଟିସ ପଠାଇଥିଲା। କିନ୍ତୁ ଏହାର ଜବାବ କିଛି ଅମିତାଭ ଦେଇନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.