ଅନୁଷ୍କା ଓ ବିରାଟଙ୍କୁ ଏମିତି କହି ସୋସିଆଲ ମିଡିଆରେ ଭାଇରାଲ ହେଲେ ବଲିଉଡ ଶେହନସା
ବଲିଉଡ ସେଲିବ୍ରେଟି ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ତା’ସହ ସୋସିଆଲ ମିଡିଆରେ ନିଜର ପୋଷ୍ଟକୁ ନେଇ କେହି ନା କେହି ଭାଇରାଲ ମଧ୍ୟ ହୋଇଥାନ୍ତି। ଏବେ ଆଉ ଜଣେ ସେଲିବ୍ରେଟି ଭାଇରାଲ ହୋଇଛନ୍ତି। ଚାଳନ୍ତୁ ଜାଣିବା ତାଙ୍କ ସଂପର୍କରେ।
ବଲିଉଡର ଶେହନସା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି। ତାଙ୍କର ସବୁ ଆକାଉଣ୍ଟରେ ଭିନ୍ନ ଭିନ୍ନ ଅନ୍ଦାଜର ପୋଷ୍ଟ ଦେଖିବାକୁ ମିଳେ। ଏହା ଭିତରେ ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି। ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ସହ ଏହି ପୋଷ୍ଟର କନେକ୍ସନ ରହିଛି।
ବିଗ୍-ବି ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଅମିତାଭ ରଙ୍ଗିନ ଜ୍ୟାକେଟ ପିନ୍ଧିଛନ୍ତି। ଏହି ପୋଷ୍ଟରେ ଅମିତାଭ ମଜାଳିଆ କ୍ୟାପସନ ମଧ୍ୟ ଲେଖିଛନ୍ତି। ଏହି କ୍ୟାପସନରେ ଅନୁଷ୍କା ଓ ବିରାଟଙ୍କ ନାଁ ଯୋଡିଛନ୍ତି ବିଗ୍-ବି । ଦେଖନ୍ତୁ ଏହି ପୋଷ୍ଟ।
View this post on Instagram
ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଲୋର୍ସଙ୍କ ସହିତ ଏହି ପୋଷ୍ଟକୁ ସେଲିବ୍ରେଟିମାନେ ମଧ୍ୟ ଲାଇକ କରୁଛନ୍ତି। ବିଗ-ବିଙ୍କ ସାଧାରଣଜ୍ଞାନ(Common Sense)କୁ ଦେଖି ଫ୍ୟାନସମାନେ ବେଶ ପ୍ରଶଂସା କରିଛନ୍ତି।
ସୂଚନା ମୁତାବକ, ଅମିତାଭ ବଚ୍ଚନ ବହୁତ ଶୀଘ୍ର ଫିଲ୍ମ ‘ଚେହେରେ’ରେ ନଜର ଆସିବାକୁ ଯାଉଛନ୍ତି। ଅମିତାଭଙ୍କ ସହ ଇମରାନ ହସମୀ, ଅନୁ କପୁର ଓ ରିୟା ଚକ୍ରବର୍ତ୍ତି ସ୍କ୍ରିନ ସେୟାର କରଛନ୍ତି। ଫିଲ୍ମଟି ପ୍ରଥମେ ୯ ଅପ୍ରେଲରେ ରିଲିିଜ ହୋଇଥାନ୍ତା। ପରେ ଏହାର ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହାସହ ବିଗ୍-ବିଙ୍କ ଆଉ ଏକ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହାର ନାମ ‘ ଗୁଡ-ବାଏ’ ରହିଛି। ଏଥିରେ ରଶ୍ମିକା ମନ୍ଦାନା ମଧ୍ୟ ନଜର ଆସିବେ।
View this post on Instagram