ନିଜ ଜନ୍ମଦିନରେ ଅମିତାଭ ବଚ୍ଚନ କଲେ ବଡ଼ ଘୋଷଣା, ଏହି ବ୍ରାଣ୍ଡ ସହିତ ସବୁଦିନ ପାଇଁ ତୁଟାଇ ଦେଲେ ସମ୍ପର୍କ

ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ନିଜ ଜନ୍ମଦିନରେ ଏକ ବଡ଼ ଘୋଷଣା କରି ପାନ ମସଲା ବ୍ରାଣ୍ଡ ‘କମଲା ପସନ୍ଦ’ ସହିତ ଚୁକ୍ତି ଭାଙ୍ଗି ଦେଇଛନ୍ତି। ବାସ୍ତବ କଥା ହେଲା, ନିକଟରେ ଅମିତାଭ ଏହି ପାନ ମସଲା ବ୍ରାଣ୍ଡ ସହିତ ଟାଇଅପ୍‌ କରିଥିଲେ, ଯାହା ପରେ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ କରାଯାଇଥିଲା। ତାଙ୍କ ଫ୍ୟାନମାନେ ଏହି କଥାକୁ ନେଇ ବହୁତ ରାଗି ଯାଇଥିଲେ କି, ସେ ପାନ ମସଲାର ବିଜ୍ଞାପନ କରିଛନ୍ତି।

ଅମିତାଭ ବଚ୍ଚନ ଏ ବିଷୟରେ ଟ୍ଵିଟରରେ ଅନେକ ବାର ସଫେଇ ମଧ୍ୟ ଦେଇ ସାରିଥିଲେ। ଏହା ସତ୍ତ୍ୱେ ଫ୍ୟାନ୍‌ମାନଙ୍କୁ ତାଙ୍କର ଏହି ବିଜ୍ଞାପନ କରିବା ଆଦୌ ପସନ୍ଦ ଆସୁ ନ ଥିଲା। ଏବେ ନିଜର ଏକ ବ୍ଲଗ୍‌ ଜରିଆରେ ବିଗ୍‌ ବି ଘୋଷଣା କରି ଦେଇଛନ୍ତି ଯେ ସେ ପାନ ମସଲା ବ୍ରାଣ୍ଡ ସହିତ ନିଜର ଏହି କଣ୍ଟ୍ରାକ୍ଟ ଭାଙ୍ଗିଛନ୍ତି। ଅମିତାଭଙ୍କ ଅଫିସ୍‌ ତରଫରୁ ତାଙ୍କର ଅଫିସିଆଲ ବୟାନ ଜାରି କରାଯାଇଛି।

amitabh2
photo: dgmartpro.com

ବୟାନ ଅନୁଯାୟୀ, ‘କମଲା ପସନ୍ଦର ବିଜ୍ଞାପନ ଅନ୍‌ ଏୟାର କରାଯିବା ପରେ ଅମିତାଭ ବଚ୍ଚନ ବ୍ରାଣ୍ଡ ସହ ସମ୍ପର୍କ କରିଥିଲେ ଏବଂ ଗତ ସପ୍ତାହରେ ହିଁ ସେ ଏହି କଣ୍ଟ୍ରାକ୍ଟରୁ ବାହାରି ଯାଇଛନ୍ତି’। ବ୍ଲଗ୍‌ ମୁତାବକ, ତାଙ୍କ ଦ୍ୱାରା ହଠାତ୍‌ ନିଆଯାଇଥିବା ଏହି ପଦକ୍ଷେପ ପଛର କାରଣ ହେଉଛି, ଯେବେ ଅମିତାଭ ବଚ୍ଚନ ଏହି ବ୍ରାଣ୍ଡ ସହିତ ଯୋଡ଼ି ହୋଇଥିଲେ, ତ ତାଙ୍କୁ ଜଣା ନ ଥିଲା କି ଏହା ଏକ ସରୋଗେଟ୍‌ ବିଜ୍ଞାପନ। ତେବେ ଅମିତାଭ କଣ୍ଟ୍ରାକ୍ଟ ଭାଙ୍ଗିବା ସହିତ ପ୍ରମୋଶନ ବଦଳରେ ମିଳିଥିବା ପଇସାକୁ ବି ଫେରସ୍ତ କରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.