ନୂଆବର୍ଷକୁ ନୂଆ ତରିକାରେ ନାତୁଣୀ ଆରାଧ୍ୟାଙ୍କ ସହ ସ୍ୱାଗତ କରିବାକୁ ଯାଉଛନ୍ତି ଅମିତାଭ୍‌, କରିଛନ୍ତି ଏମିତି କିଛି ପ୍ଲାନିଂ

ଆଜି ହେଉଛି ଚଳିତ ବର୍ଷର ଶେଷ ଦିନ। ଏନେଇ ପ୍ରତ୍ୟେକ ବ୍ୟକ୍ତି ସେଲିବ୍ରେସନ୍‌ କରିବା ପାଇଁ ବିଭିନ୍ନ ପ୍ରକାର ଆୟୋଜନ କରିଛନ୍ତି। କିନ୍ତୁ ଅମିତାଭ ବଚ୍ଚନଙ୍କ କହିବାନୁଯାୟୀ, ଏହା କେବଳ ଆଉ ଏକ ଦିନ, ଆଉ ଏକ ବର୍ଷ। ଏହାକୁ ନେଇ କୌଣସି ବଡ କଥା ନାହିଁ। ଏସବୁ ମଧ୍ୟରେ ଅମିତାଭ ବଚ୍ଚନ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ବଚ୍ଚନ ଏବଂ ନାତୁଣୀ ଆରାଧ୍ୟାଙ୍କ ସହ ଏକ ଷ୍ଟୁଡିଓରେ ମ୍ୟୁଜିକ୍‌ ପ୍ରସ୍ତୁତ କରୁଥିବାର ନଜର ଆସିଛନ୍ତି। ଏନେଇ ବିଗ୍‌ ବି ନିଜର ଟ୍ଵିଟର ଆକାଉଣ୍ଟରେ ମଧ୍ୟ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ପୁରା ପରିବାର ନଜର ଆସିବା ସହ କାମରେ ବ୍ୟସ୍ତ ଥିବାର ଦେଖିବାକୁ ମିଳିଛି।

ଷ୍ଟୁଡିଓରୁ ଏକ ଫଟୋ ସେୟାର କରିବା ସହ ଅମିତାଭ ବଚ୍ଚନ ଲେଖିଛନ୍ତି, ‘‘କାଲି ସକାଳ, ପର୍ବ ଆରମ୍ଭ ହେଉଛି କିନ୍ତୁ କ’ଣ ପାଇଁ, ବାସ୍‌ ଏକ ନୂଆ ଦିନ ଏବଂ ନୂଆ ବର୍ଷ ପାଇଁ। ଏହା କୌଣସି ବଡ କଥା ନୁହେଁ! ଏହାଠାରୁ ଭଲ ପରିବାର ସହ ମ୍ୟୁଜିକ୍‌ ପ୍ରସ୍ତୁତ କରିବା।’’ ଏହି ଫଟୋରେ ମଧ୍ୟ ଆପଣମାନେ ଦେଖିପାରିବେ ଆରାଧ୍ୟା ବିଗ୍‌ ବି ଙ୍କ ପାଖରେ ବସିଛନ୍ତି।

ସୂଚନା ମୁତାବକ ଅମିତାଭ ବଚ୍ଚନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଫଟୋରେ ବିଗ୍‌ ବି ଏବଂ ନାତୁଣୀ ଆରାଧ୍ୟା ନଜର ଆସିଛନ୍ତି। ଏଥିସହ ଦୁଇଜଣ କୋଡିଭ୍‌ କଟକଣାକୁ ମାନି ମାକ୍ସ ମଧ୍ୟ ପିନ୍ଧିଥିବା ଏହି ଫଟୋରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିବା ସହ ବିଗ୍‌ ବି ଲେଖିଛନ୍ତି, ‘‘ନାତୁଣୀ ଏବଂ ଜେଜେ ବାପା ଯେତେବେଳେ ମାଇକ୍‌ ସାମ୍ନାରେ ଷ୍ଟୁଡିଓରେ ମ୍ୟୁଜିକ୍‌ ପ୍ରସ୍ତୁତ କରୁଛନ୍ତି।’’ ଏନେଇ ଅମିତାଭ ନିଜର ପ୍ରୋଜେକ୍ଟ ବିଷୟରେ ଅଧିକ କିଛି ସୂଚନା ପ୍ରକାଶ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.