ଜାଣନ୍ତୁ ଅମିତାଭ ଚଳିତ ବର୍ଷ କେତେ ଟଙ୍କା ଦେଇଛନ୍ତି ଟ୍ୟାକ୍ସ

ମୁମ୍ବାଇ : ବଲିଉଡ଼ର ସେହେନ୍ସା ଭାବେ ଜଣାଯାଉଥିବା ଅମିତାଭ ବଚ୍ଚନ ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ୭୦ କୋଟି ଟଙ୍କା ଇନକମ୍ ଟ୍ୟାକ୍ସ ଜମା କରିଛନ୍ତି। ଅମିତାଭ ବଚ୍ଚନ ବିଗତ କିଛି ବର୍ଷ ହେବ ବଲିଉଡ଼ରେ ଅଧିକ ଟ୍ୟାକ୍ସ ଦେଉଥିବା କଳାକାରଙ୍କ ମଧ୍ୟରେ ରହିଛନ୍ତି। ଦେଖିବାକୁ ଗଲେ ବଲିଉଡ ତରଫରୁ କଳାକାରଙ୍କ ମଧ୍ୟରେ ଦିଆଯାଇଥିବା ସର୍ବଧିକ ଟ୍ୟାକ୍ସ ମଧ୍ୟରେ ଅମିତାଭ ରହିଛନ୍ତି। ଏହାଛଡ଼ା ସେ ନିକଟରେ ବିହାର ମୁଜାଫରପୁରରେ ଅନେକ ଚାଷୀଙ୍କୁ ମଧ୍ୟ କର ମୁକ୍ତ କରିଛନ୍ତି।

amitabh-bachchan

ମିଡିଆ ଅନୁଯାୟୀ, ବଲିଉଡ଼ର ସେହେନ୍ସା ଅମିତାଭ ବଚ୍ଚନ ନିକଟରେ ବିହାର ମୁଜାଫରପୁରର ୨,୦୮୪ ଚାଷୀଙ୍କୁ କର ମୁକ୍ତ କରିଥିଲେ। ଏହାଛଡ଼ା ୧୪ଫେବ୍ରୁଆରୀରେ ହୋଇଥିବା ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଜବାନଙ୍କ ପରିବାରକୁ ମଧ୍ୟ ୧୦-୧୦ ଲକ୍ଷ ଟଙ୍କା ସହୟତା ରାଶି ଦେଇଥିଲେ।

ନିକଟରେ ଅମିତାଭଙ୍କ ଅଭିନିତ ଫିଲ୍ମ ବଦଲା ବକ୍ସଅଫିସରେ କମାଲ କରିଥିଲା। ଏଥିରେ ବିଗ ବି ଓକିଲ ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ସହ ମୁଖ୍ୟ ଭୂମିକାରେ ରହିଥିଲେ ତାପସୀ ପନ୍ନୁ।