ବଡ଼ ବଡ଼ ଷ୍ଟାରଙ୍କ ବିବାହରେ କେତେ ଟଙ୍କା ଦିଅନ୍ତି ସେଲିବ୍ରିଟିମାନେ ? ବିଗ୍ ବି ଖୋଲିଲେ ବନ୍ଦ ଲଫାଫାର ସତ୍ୟତା

ଆପଣମାନେ ବିବାହ ଉତ୍ସବକୁ ନିଶ୍ଚୟ ଯାଉଥିବେ । ଆଉ ଉପହାରରେ କଣ ଦେଲେ ଏ ପ୍ରଶ୍ନର ସମ୍ମୁଖୀନ ମଧ୍ୟ ନିଶ୍ଚୟ ହୋଇଥିବେ । ଉତ୍ତର ଥାଏ ଯେ ଉଭୟଙ୍କ କୌଣସି ଉପହାର କିମ୍ବା ଶଗୁନ୍ ଭାବରେ ଲଫାଫାରେ ଟଙ୍କା । ହେଲେ କେବେ ଆପଣଙ୍କ ମନକୁ ଏ ପ୍ରଶ୍ନ ଆସିଛି କି ବଡ଼ ବଡ଼ ଷ୍ଟାର୍ ମାନଙ୍କର ବିବାହ ହେଲେ କଣ ନେଇ ଯାଆନ୍ତି ସେଲିବ୍ରିଟି । କି ଉପହାର ଦିଅନ୍ତି କିମ୍ବା ଟଙ୍କା ଦେଲେ କେତେ ଟଙ୍କା ଦିଅନ୍ତି ?

ଅଧିକାଂଶ ଲୋକ ଭାବୁଥିବେ ଯେ ସେଲିବ୍ରିଟି ଅତିଥିମାନେ ବନ୍ଦ ଲଫାଫାରେ ନିଶ୍ଚିତ ଭାବରେ ବଡ଼ ପରିମାଣର ଟଙ୍କା ଦେଉଥିବେ । କିନ୍ତୁ ଏନେଇ ଖୁଲାସା କରିଛନ୍ତି ବିଗ୍ ବି । ଯାହାକୁ ଶୁଣି ଆପଣଙ୍କ ଆଶ୍ଚଯ୍ୟର ସୀମା ରହିବନି । ସୁଯୋଗ ଥିଲା କେବିସି ୧୦ ଗ୍ରାଣ୍ଡ୍ ଫିନାଲେର । ଏହି ସମୟରେ ବଲିଉଡ୍ ଜଗତର ଏମିତି ରହସ୍ୟ ଖୋଲିଲେ ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ଯ ହୋଇଯାଇଥିଲେ ।

ବିଗ୍ ବି କହିଛନ୍ତି ଏକ ମାନକ ତିଆରି ହୋଇଛି । କୌଣସି ଷ୍ଟାରଙ୍କର ବିବାହ ହେଉନା କାହିଁକି ଫିଲ୍ମ ଜଗତ ସହ ଜଡିତ କେହି ବି କଳାକାର ଗଲେ ଲଫାଫାରେ ୧୦୧ଟଙ୍କା ଦେବ । ଏହି ନିୟମ ସମସ୍ତଙ୍କ ଉପରେ ଲାଗୁ ହୁଏ । ନିଜର ବ୍ୟକ୍ତିଗତ ଇଛା ଜାହିର୍ କରି ଅମିତାଭ୍ କହିଥିଲେ ଉପହାରରେ ଫୁଲ୍ ନେବା ତାଙ୍କୁ ପସନ୍ଦ । କିନ୍ତୁ ଜୟା ବଚ୍ଚନଙ୍କୁ ଏହା ପସନ୍ଦ ନୁହେଁ । କାରଣ ତାଙ୍କର କହିବା ଯେ ଏହାକୁ ପରେ ସମସ୍ତେ ଫିଙ୍ଗି ଦିଅନ୍ତି ।

ତେବେ ବଲିଉଡର ଏହି ଭିତିରି କଥା ଆଉ କେହି କହିଥିଲେ ହୁଏତ ଅବିଶ୍ବାସ ଲାଗିଥାନ୍ତା । କିନ୍ତୁ ବିଗ୍ ବି କହିଛନ୍ତି ଅର୍ଥାତ୍ ନିଶ୍ଚୟ ସତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.