ମନୋରଂଜନ

କୁର୍ତ୍ତା ଏବଂ ପଗଡ଼ି ପିନ୍ଧି ପାରମ୍ପରିକ‌ ଲୁକ୍‌ରେ ନଜର ଆସିଲେ ବିଗ୍‌ ବି, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଗତ ମଙ୍ଗଳବାର ମହାନାୟକ ଅମିତାଭ ବଚ୍ଚନଙ୍କ ପାଇଁ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଭାବେ ବହୁତ୍‌ ଖାସ୍‌ ଥିଲା। ଏହି ଦିନ ବିଗ୍‌ ବି କାମ କରିବା ସହ ନିଜ ପରିବାରକୁ ମଧ୍ୟ ସମୟ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଗ୍‌ ବି ଏହି ଦୁଇଟି କାମ ଏକାଠି କରିପାରିଥିଲେ। ଅର୍ଥାତ ଅମିତାଭ ପତ୍ନୀ ଜୟା ବଚ୍ଚନ ଏବଂ ଝିଅ ଶ୍ୱେତା ବଚ୍ଚନ ନନ୍ଦାଙ୍କ ସହ ଏକ ପ୍ରୋଜେକ୍ଟ ସୁଟିଂ କରିଛନ୍ତି। ଏହି ସୁଟିଂ ସେଟ୍‌ ର କିଛି ଫଟୋ ମଧ୍ୟ ଅମିତାଭ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

ବିଗ୍‌ ବି ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରହିଥାନ୍ତି। ଏହି ଜରିଆରେ ସେ ସର୍ବଦା ପ୍ରଶଂସକଙ୍କୁ ସମସ୍ତ ପ୍ରମୁଖ ଘଟଣା ସମ୍ପର୍କରେ ସୂଚନା ଦେଇଥାନ୍ତି। ଗତ ମଙ୍ଗଳବାର ମଧ୍ୟ ସେ ଏହା ହିଁ କରିଥିଲେ। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋରେ ବିଗ୍‌ ବିଙ୍କ ସହ ପତ୍ନୀ ଜୟା ଏବଂ ଝିଅ ଶ୍ୱେତା ସୁଟିଂ ପାଇଁ ପ୍ରସ୍ତୁତ ହେଉଥିବାର ନଜର ଆସିଛନ୍ତି। ଏହି ଫଟୋ ସେୟାର କରିବା ସହ ବିଗ୍‌ ବି ଲେଖିଛନ୍ତି, ‘ପୂରା ପରିବାର କାମରେ’।

ଏହି ଫଟୋରେ ୩ଜଣ କଳାକାର ସାଂସ୍କୃତିକ ପରିଧାନରେ ନଜର ଆସିଛନ୍ତି। ଏଥିସହ ଏଭଳି ପରିସ୍ଥିତିରେ କାମ କରିବାର ଅନୁଭୂତିକୁ ମଧ୍ୟ ବିଗ୍‌ ବି ସେୟାର କରିଛନ୍ତି। ଅମିତାଭ୍‌ କହିଛନ୍ତି, ଯେତେବେଳେ ପରିବାର ଏକାଠି କାମ କରିଥାଏ ସେତେବେଳେ ଏକଜୁଟତା ରହିବା ସହ ସବୁକିଛି ଠିକ୍‌ ଭାବରେ ହୋଇଥାଏ। ଏଥିପାଇଁ ଉପଦେଶ ଏବଂ ପରାମର୍ଶ ଦିଆଯାଇଥାଏ।

ସୂଚନାଯୋଗ୍ୟ, ଅମିତାଭଙ୍କୁ ୭୮ ବର୍ଷ ବୟସ ହେବା ପରେ ବି ସେ ଫିଲ୍ମ ସୁଟିଂରେ ଖୁବ୍‌ ବ୍ୟସ୍ତ ରହୁଛନ୍ତି। ବର୍ତ୍ତମାନ ବିଗ୍‌ ବି ଟେଲିଭିଜନ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି ୧୨’ ସିଜିନ୍‌ର ସୁଟିଂ କରୁଛନ୍ତି। ଅନ୍ୟପଟେ ଅମିତାଭ‌ଙ୍କ ଅନେକ ଫିଲ୍ମ ଲାଇନ୍‌ରେ ଅଛି କିନ୍ତୁ କୌଣସି ଫିଲ୍ମର ସୁଟିଂ ବର୍ତ୍ତମାନ ଆରମ୍ଭ କରାଯାଇନାହିଁ।

KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

9 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

14 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

45 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

52 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago