‘ରାଜୁ ଉଠ… ବହୁତ ହେଇଗଲା…ଏବେ ଅନେକ କାମ କରିବାକୁ ବାକି ଅଛି’ : ଅମିତାଭ ବଚ୍ଚନ

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଦେଖାଦେଇଛି। ଫ୍ୟାନ୍ସଙ୍କ ପ୍ରାର୍ଥନା କାମ ଦେଉଛି। କିନ୍ତୁ ଏପର୍ଯ୍ୟନ୍ତ ରାଜୁଙ୍କ ଚେତା ଫେରି ନାହିଁ। ଚେତା ଫେରିବାକୁ କିଛି ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି। ଏପରିସ୍ଥଳେ ରାଜୁ ଶ୍ରୀବାସ୍ତବଙ୍କୁ ବଲିଉଡର ଶୋହନଶାହ ଅମିତାଭ ବଚ୍ଚନ କିଛି ଖାସ୍‌ ଜିନିଷ ପଠାଇଛନ୍ତି।

ଅଭିତାଭ ବଚ୍ଚନ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ୧୦ଟି ଖାସ୍‌ ମେସେଜ ପଠାଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଅମିତାଭ ବଚ୍ଚନ ରାଜୁ ଶ୍ରୀବାସ୍ତବଙ୍କୁ ଫୋନ କରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବା ସହିତ ସୁସ୍ଥତା କାମନା କରି ଶୁଭକାମନା ଦେଇ ମେସେଜ କରିଥିଲେ। ଅମିତାଭ ପ୍ରଥମ ଦିନରୁ ରାଜୁଙ୍କୁ ମେସେଜ କରୁଛନ୍ତି, କିନ୍ତୁ ରାଜୁଙ୍କ ଫୋନ ବନ୍ଦ ହେବା କାରଣରୁ ଏହି ମେସେଜକୁ ପରିବାରର ଲୋକେ ଦେଖି ପାରି ନଥିଲେ।

ଏମ୍ସର ଡାକ୍ତର ରାଜୁଙ୍କ ପରିବାରକୁ କହିଛନ୍ତି କି, ହୁଏତ ରାଜୁ ଆଖପାଖର କଥାକୁ ଶୁଣିପାରୁଥିବେ, ଆଉ ଯଦି ତାଙ୍କ ପ୍ରିୟ ଲୋକଙ୍କର ସ୍ୱର ଶୁଣିବେ ତେବେ ମସ୍ତିଷ୍କ ଅଧିକ ସକ୍ରିୟ ହୋଇପାରେ। ବ୍ରେନ୍‌ କିଛି ପରିମାଣରେ କାମ କରିପାରେ। ହୁଏତ ନିଜ ଆଦର୍ଶ ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣି କିଛି ପ୍ରତିକ୍ରିୟା ଦେଇପାରନ୍ତି। ଏମିତିରେ ଫିଲ୍ମ ଭଳି କିଛି କରିସ୍ମା ହୋଇପାରେ।

ଏମିତିରେ ତାଙ୍କ ପରିବାର ସଦସ୍ୟଙ୍କୁ ଅମିତାଭ ବଚ୍ଚନଙ୍କ ଅଫିସରୁ ଫୋନ କରି ରାଜୁଙ୍କ ବିଷୟରେ ପଚରାଉଚରା କରାଯାଉଥିବେଳେ ତାଙ୍କୁ ମେସେଜ ପଠାଇବା କଥା କୁହାଯାଇଛି। ତା’ ପରେ ରାଜୁଙ୍କ ପରିବାର ପକ୍ଷରୁ ବନ୍ଦ ପଡିଥିବା ଫୋନକୁ ଖୋଲି ଦେଖିବାକୁ ପରେ ପାଖାପାଖି ୧୦ଟି ମେସେଜ ଆସିଥିବା ଜଣାପଡିଛି।

ଅମିତାଭ ବଚ୍ଚନ ପଠାଇଥିବା ଭିଡିଓରେ ଶୁଣିବାକୁ ମିଳିଛି, ‘ରାଜୁ ଉଠିଯା, ବହୁତ ହେଇଗଲା, ଏବେ ଅନେକ କାମ କରିବାକୁ ହେବ । ’

ସୂଚନାଯୋଗ୍ୟ, ରାଜୁ ଶ୍ରୀବାସ୍ତବଙ୍କ ପରିବାର ଅଫିସିଆଲ ବୟାନ ଜାରି କରି କୁହାଯାଇଛି, ‘ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ତାଙ୍କ ଦେହ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ। ଡାକ୍ତର ଏବଂ ଟିମ୍‌ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଆପଣମାନଙ୍କ ପ୍ରାର୍ଥନା ଏବଂ ସମର୍ଥନ ପାଇଁ ଧନ୍ୟବାଦ। ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ ଗୁଜବ କିମ୍ବା ମିଛ ଖବର ଉପରେ ଧ୍ୟାନ ଦିଅନ୍ତୁ ନାହିଁ କିମ୍ବା ଅପପ୍ରଚାର କରନ୍ତୁ ନାହିଁ। ରାଜୁ ଶ୍ରୀବାସ୍ତବଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପ୍ରତି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ । ’

ଗତକାଲି ରାଜୁଙ୍କ ବ୍ରେନ୍‌ ଡ୍ୟାମେଜ ଖବର ଆସିବା ପରେ ଫ୍ୟାନ୍ସ ଚିନ୍ତିତ ହୋଇପଡିଥିଲେ। କିନ୍ତୁ ତାଙ୍କ ବ୍ରେନ୍‌ ୧୫-୨୦ ପ୍ରତିଶତ କାମ କରିବା ଆରମ୍ଭ କଲାଣି। ରାଜୁ ଶ୍ରୀବାସ୍ତବ ନାକରେ ଟ୍ୟୁବ ଜରିଆରେ କ୍ଷୀର ଦିଆଯାଉଛି। ରାଜୁ ମେଡିକାଲ ଚିକିତ୍ସାକୁ ରେସପଣ୍ଡ କରୁଛନ୍ତି।

Leave A Reply

Your email address will not be published.