ଅମିତାଭ-ରଶ୍ମିକାଙ୍କ ଫିଲ୍ମ ‘ଗୁଡବାଏ’ର ପ୍ରଥମ ପୋଷ୍ଟର ରିଲିଜ, ପରିବାରର ମହତ୍ତ୍ୱ କ’ଣ ଫିଲ୍ମରେ ଦେଖିବାକୁ ମିଳିବ
ବଲିଉଡର ଶେହନଶାହ ଅମିତାଭ ବଚ୍ଚନ ପୁଣିଥରେ ଧମାକା କରିବାକୁ ଯାଉଛନ୍ତି। ଅମିତାଭ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଗୁଡ ବାଏ’ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଏହି ପୋଷ୍ଟରରେ ଅମିତାଭଙ୍କ ସହିତ ସାଉଥ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମଧ୍ୟ ନଜର ଆସିଛନ୍ତି। ଅମିତାଭ ବଚ୍ଚନ ନିଜେ ଏହି ପୋଷ୍ଟକୁ ସେୟାର କରିଛନ୍ତି। ଯାହାର କ୍ୟାପସନରେ ଫିଲ୍ମର କାହାଣୀ କ’ଣ ରହିବ ଜଣାପଡିଛି। ଏହାସହିତ ଫିଲ୍ମର ରିଲିଜ ଡେଟ୍ ଘୋଷଣା ମଧ୍ୟ ହୋଇଛି।
ଅମିତାଭ ବଚ୍ଚନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଅନକମିଂ ଫିଲ୍ମ ‘ଗୁଡ ବାଏ’ର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। ଯାହାର କ୍ୟାପସନରେ ଲେଖିଛନ୍ତି, ‘ ପରିବାର ସହିତ ରହିବା ସୁବଠାରୁ ଖାସ୍ ହୋଇଥାଏ, ଯେତେବେଳେ କେହି ପାଖରେ ନଥାନ୍ତି, ସେତେବେଳେ ଏହାର ଫରକ ଜଣାପଡିଥାଏ। ’ ଏହା ସହିତ ରେଡ ହାର୍ଟ ଇମୋଜୀ ମଧ୍ୟ ଦେଇଛନ୍ତି। ଅମିତାଭ ବଚ୍ଚନ ମଧ୍ୟ ଫିଲ୍ମର ରିଲିଜ ତାରିଖ ଖୁଲାସା କରିବା ସହିତ ରଶ୍ମିକା ମନ୍ଦାନା ସହିତ ଫିଲ୍ମଟି ଅକ୍ଟୋବର ୭ ତାରିଖରେ ରିଲିଜ ହେବ ବୋଲି ଜଣାଇଛନ୍ତି।
View this post on Instagram
ତେବେ ଫିଲ୍ମର ଆଧାର କ’ଣ ରହିବ, ତାକୁ ନେଇ ଆପଣ ଚିନ୍ତାରେ ରହୁଥିବେ। ତେବେ ଆପଣ ଅମିତାଭଙ୍କ ଇନଷ୍ଟାଗ୍ରାମ କ୍ୟାପସନରୁ ଜାଣିପାରିବେ। ଅମିତାଭ କ୍ୟାପସନରେ ଲେଖିଥିବା ଲାଇନରୁ ଆପଣ ଜାଣିପାରିବେ, ଏହା ଏକ ପାରିବାରିକ ଫିଲ୍ମ। ଯେଉଁଥିରେ ରଶ୍ମିକା ତାଙ୍କ ଝିଅ ଭୂମିକାରେ ନଜର ଆସିବେ। ଫଟୋରେ ଆପଣ ବାପା ଓ ଝିଅର ଭଲପାଇବା ଏବଂ ସ୍ନେହ ଶ୍ରଦ୍ଧା ଦେଖିପାରିବେ।
ସୂଚନାଯୋଗ୍ୟ, ଗୋପୀ ସେଠ ନାମକ ଜଣେ ଟ୍ଵିଟର ୟୁଜର ଏହି ଫଟୋ ସେୟାର କରି ଲେଖିଥିଲେ ‘ଶନିବାର ଆମେ ଆମେରିକାରେ ଥିବା ଆମ ଘରେ ଅମିତାଭଙ୍କ ପ୍ରତିମା ଲଗାଇଛୁ । ଏହି ମୂର୍ତ୍ତି ଉଦ୍ଘାଟନ ଉତ୍ସବରେ ଅମିତାଭଙ୍କ ବହୁ ପ୍ରଶଂସକ ଯୋଗ ଦେଇଥିଲେ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା ।
👆🏻👆🏻On Saturday august 27th we have placed @SrBachchan statue 👆🏻👆🏻👆🏻👆🏻at outside in the front of our new home in edison NJ USA . Lots of Mr Bachchan’s fan’s participated on Mr Bachchan’s staue inoguration ceremony. pic.twitter.com/O3RklFS5eZ
— Gopi EFamily (@GopiSheth) August 28, 2022
ଗୋପୀ ସେଠ ଆହୁରି କହିଥିଲେ ଯେ, ଅମିତାଭ ବଚ୍ଚନ ‘ମୁଁ ଓ ମୋ ପତ୍ନୀଙ୍କ ପାଇଁ ଭଗବାନଙ୍କ ଠାରୁ କମ ନୁହଁନ୍ତି ।’ ତାଙ୍କର ଜୀବନ ଧାରଣ ବହୁତ ସାଧାରଣ । ଯାହାକି ମୋତେ ପ୍ରେରିତ କରେ ବୋଲି ଏହି ପ୍ରଶଂସକ ଜଣକ କହିଛନ୍ତି । ଆମେରିକାର ଏହି ପ୍ରଶଂସକ ଜଣକ ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ୧୯୯୦ ମସିହାରୁ ପୂର୍ବ ଗୁଜୁରାଟର ଏକ ପରିବାରରୁ ଗୋପି ଆମେରିକା ଯାଇ ସେଠାରେ ରହୁଛନ୍ତି ।
ନିକଟରେ ଅମିତାଭ ବଚ୍ଚନଙ୍କୁ କରୋନା ହୋଇଥିଲା। ଆଉ ଏଥିପାଇଁ କିଛିଦିନ ପର୍ଯ୍ୟନ୍ତ ‘କନ୍ ବନେଗା କରୋଡ ପତି’ର ସୁଟିଂ ବନ୍ଦ ହୋଇଥିଲା।