୫ ଦଶକ ପରେ ଦିଲ୍ଲୀରୁ କ’ଣ ପାଇଁ ବେଘର ହୋଇଗଲେ ଅମିତାଭ ବଚ୍ଚନ,ଜାଣନ୍ତୁ ପୁରା କାହାଣୀ

ନୂଆଦିଲ୍ଳୀ : ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ୧୧ ଅକ୍ଟୋବର ହେଉଛି ଜନ୍ମଦିନ । ଅମିତାଭ ମଙ୍ଗଳବାର ତାଙ୍କର ୮୦ ତମ ଜନ୍ମ ଦିନ ପାଳନ କରିବେ । କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅମିତାଭ ବଚ୍ଚନଙ୍କ ଦିଲ୍ଲୀ ସହ ବହୁତ ଗଭୀର ସମ୍ପର୍କ ରହିଛି । ଏଠରେ ରହି ଅମିତାଭ ନିଜର ପଢ଼ା ସମାପ୍ତ କରିଥିଲେ । ସୁପର ଷ୍ଟାର ହେବା ର୍ପୂବରୁ ଅମିତାଭ ମଝିରେ ମଝିରେ ଦିଲ୍ଲୀ ମଧ୍ୟ ଆସୁଥିଲେ । କାରଣ ଏଠରେ ତାଙ୍କର ପୈତୃକ ଘର ‘ସୋପାନ’ ରହିଥିଲା । ହେଲେ ଏବେ ସେ ଘର ଆଉ ନାହିଁ । ନିକଟରେ ଅମିତାଭ ବଚ୍ଚନ ସେ ଘର ୨୩ କୋଟି ଟଙ୍କାରେ ବିକି ଦେଇଛନ୍ତି । ସବୁଦିନ ପାଇଁ ଦିଲ୍ଳୀରୁ ବେଘର ହୋଇ ଯାଇଛନ୍ତି ।

ବିକ୍ରି ହୋଇଗଲା ହରିବଂଶ –ତେଜୀ ବଚ୍ଚନଙ୍କ ସୋପାନ :

ଅଭିନେତା ଅମିତାଭଙ୍କ ସାହିତ୍ୟକାର ପିତା କବି ହରିବଂଶ ରାୟ ବଚ୍ଚନ ଦିଲ୍ଲୀରେ ନିଜର ଘର ବନାଇଥିଲେ । ଯାହାର ନାମ ଥିଲା ‘ସୋପନ’ । ଏଠାରେ ବର୍ଷ ବର୍ଷ ଧରି ସାହିତ୍ୟକାରଙ୍କ ଆସର ବସୁଥିଲା । ଦୀର୍ଘ ଦିନ ଧରି ଅମିତାଭଙ୍କ ପରିବାର ଏଠରେ ରହୁଥିଲେ । ଅମିତାଭ ସୁପର ଷ୍ଟାର ହେବା ଯାଏ ପରିବାର ଏଠାରେ ରହୁଥିଲେ । ଯେତେବେଳେ ପିତା ହରିବଂଶ ରୋଗରେ ପଡିଲେ,ଅମିତାଭ ତାଙ୍କୁ ମୁମ୍ବାଇ ନେଇ ଆସିଥିଲେ । ସେବେ ଠାରୁ ଏଠାରେ ପରିବାର ଲୋକେ ରହୁ ନଥିଲେ ।

ସାହିତ୍ୟ ଚର୍ଚ୍ଚା ପାଇଁ ପ୍ରସିଦ୍ଧ ଥିଲା ‘ସୋପାନ’

ଦିଲ୍ଲୀର ଗୁଲମୋହର ପାର୍କରେ ୪୧୮.୦୫ ମିଟର ଜାଗାରେ ତିଆରି ହୋଇଥିଲା ‘ସୋପାନ’ । ଦେଶର ନାମୀ ଦାମୀ ସାହତ୍ୟକାର ଏଠାରେ ଚା’ ଜଳଖିଆ ସହ ହରିବଂଶଙ୍କ ସହ ସାହିତ୍ୟ ଆସରରେ ଯୋଡି ହେଉଥିଲେ ।
୭୦ ଦଶକ ଆରମ୍ଭରେ ଅମିତାଭଙ୍କ ପିତା ହରିବଂଶ ରାୟ ବଚ୍ଚନ, କହ୍ନେୟା ଲାଲ ନନ୍ଦନ, ଧର୍ମବୀର ଭାରତୀ, କମଳେଶ୍ୱର, ଅକ୍ଷୟ କୁମାର ଜୈନ, ବିଜେନ୍ଦ୍ର ସ୍ନାତକଙ୍କ ଭଳି ନାମୀଦାମୀ ସାହିତ୍ୟିକ ଏଠାରେ ପ୍ରତି ସପ୍ତାହ କବିତା ପାଠ କରୁଥିଲେ ।

ମା’ ତେଜୀ ବଚ୍ଚନଙ୍କ ନାମରେ ଆବଣ୍ଟିତ ହୋଇଥିଲା ପ୍ଲଟ୍‌

ଦକ୍ଷିଣ ଦିଲ୍ଲୀର ଗୁଲମୋହର ପାର୍କ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଅମିତାଭ ବଚ୍ଚନଙ୍କ ମା’ ତେଜୀ ବଚ୍ଚନଙ୍କୁ ଜମି ଆବଣ୍ଟନ କରାଯାଇଥିଲା । ତେଜି ବଚ୍ଚନ ପେଶାରେ ଅଲ୍‌ ଇଣ୍ଡିଆ ରେଡିଓରେ ସାମ୍ବାଦିକ ଥିବାରୁ ତାଙ୍କୁ ଏଥିପାଇଁ ସରକାର ଉକ୍ତ ଜମି ଦେଇଥିଲେ । ପରେ ଏଥିରେ ଅମିତାଭଙ୍କ ପିତା ହରିବଂଶ ଘର ବନାଇ ଥିଲେ ।

୧୧ ଅକ୍ଟୋବର ୧୯୪୨ ରେ ଅମିତାଭ ଉତ୍ତର ପ୍ରଦେଶର ଏହ୍ଲାବାଦରେ ଜନ୍ମ ଗ୍ରହଣ କରିଥିଲେ । ସେତେବେଳେ ଏଠାରେ ଏହି ଘର ନଥିଲା । ଦିଲ୍ଲୀରେ ଅମିତାଭଙ୍କ କଲେଜ ପଢ଼ା ସମାପ୍ତ ହୋଇଥିଲା । ପରେ ଏଠାରେ ପିତା ହରିବଂଶ ଘର ତିଆରି କରିଥିଲେ । ଏହି ଘରକୁ ଅମିତାଭ ବଚ୍ଚନ ୭ ଡିସେମ୍ବର ୨୦୨୧ରେ ୨୩ କୋଟି ଟଙ୍କାରେ ବିକି ଦେଇଛନ୍ତି । ଅବନୀ ବଦର ନାମକ ଜଣେ ବ୍ୟକ୍ତି ଏହି ଘରକୁ କିଣିଛନ୍ତି । ଯାହାଙ୍କୁ ଅମିତାଭ ଗତ ୩୫ ବର୍ଷ ଧରି ଜାଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.